October 27, 2021
11 11 11 AM
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*
*କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ*
*ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର*
*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ*
*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
Latest Post
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା* *କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ* *ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର* *ଟିକେ ଖରା ଟିକେ ଛାଇ – ନବ କୁମାର ଦାସ* *ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା* *ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana*

*ଅଧିକାର–ବିଶ୍ୱେଶ୍ୱର ମାଝୀ*

, *ଅଧିକାର*
#ବିଶ୍ୱେଶ୍ୱର ମାଝୀ

କର୍ତ୍ତବ୍ୟ ସହିତ କେତେ ଅଧିକାର
ଉଲ୍ଲିଖିତ ସମ୍ବିଧାନେ
ଅଧିକାର ଆମ ସାବ୍ୟସ୍ତ କରିବା
ନାଗରିକ ଜଣେ ଜଣେ।

ମଉଳିକ ଅଧିକାର ସୁରକ୍ଷିତ
ମାନବାଧିକାର ସୁରକ୍ଷା
କମିଶନଟିଏ ସର୍କାର ଗଢିଛି
ମାଗିବ ନାହିଁ କେ ଭିକ୍ଷା।

ଜୀବନ ଧାରଣ ଅଧିକାର ଆମ
ଅଡୁଆ ସୂତାର ଖିଅ
ଆତ୍ମହତ୍ୟା କଲେ ଦଣ୍ଡନୀୟ ତାହା
ଓଦା କନା ପେଟେ ଶୁଅ।

ବଚନର ଅଧିକାର ସ୍ୱର ତୋଳି
କଥା କହିବାକୁ ଉଚ୍ଚ
କେହି ପଛାଏନା କଥାରେ କଥାରେ
ହୋଇଯାଏ ଉଚ୍ଚବାଚ।

ପେଟ ମୁଠାକର ଅଧିକାର ପାଇଁ
ଖାଦ୍ୟ ସୁରକ୍ଷା ଯୋଜନା
ପେଟ ନ ପୁରିଲେ ସବୁ ନାଟ ହେବ
ନ ମିଳିଲେ ଦାନା କନା।

ଶିକ୍ଷା ଅଧିକାର ବଞ୍ଚାଇବା ପାଇଁ
ସର୍ବ ଶିକ୍ଷା ଅଭିଯାନ
ସଭିଏଁ ପଢିବେ ସଭିଏଁ ବଢିବେ
ଦଣ୍ଡମୁକ୍ତ ଅଭିଯାନ।

ସମାନତା ଅଧିକାର ଆମ ପାଶେ
ବିଚାରରେ ସମାନତା
କେହି କାହାରିକୁ ନୀଚା ନ ଦେଖିବେ
ସ୍ୱାଭିମାନର ବାରତା।

ସ୍ୱଇଛାରେ ଧର୍ମ ପାଳନ କରିବେ
ଜନତାର ଅଧିକାର
ଧର୍ମ ନିରପେକ୍ଷ ରାଷ୍ଟ୍ରଟିଏ ଗଢି
ସମ୍ବିଧାନରେ ସ୍ୱାକ୍ଷର।

ଆଇନ ପାଖରେ ସମସ୍ତେ ସମାନ
ଆଇନର ଅଧିକାର
ଆଇନ ସୁରକ୍ଷା ପ୍ରାଧିକରଣ ଟି
ଦୁର୍ବଳକୁ ସୁବିଚାର।

ଆନ୍ନା ହଜାରେ ଆନ୍ଦୋଳନ କରି
ନୂଆ ଦିଗ ଦେଖାଇଲେ
ସୂଚନାଧିକାର ଆଇନ ବଳରେ
ସୂଚନା ମାଗିଲେ ମିଳେ।

ଅଧିକାର ପାଇଁ ଆକୁଳ ସମସ୍ତେ
କର୍ତ୍ତବ୍ୟ କଥାଟି ଭୁଲି
ସମ୍ପତ୍ତିର ହୁଏ ଭାଗବାଣ୍ଟ ସିନା
ପିତାମାତା ଗଲେ ଚୁଲି।

ଅଧିକାର ପରିପୁରକ କର୍ତ୍ତବ୍ୟ
ଦୁଇଟି ଜମଜ ଭାଇ
ଅଧିକାର ଛାଡି ଆଧିନ୍ୟ ସ୍ୱୀକାର
କଲେ ସୁଖେ ଦିନ ଯାଇ।

ଅଧିକାର କରି ଜୀବନ ରଥକୁ
ବସିଅଛ ଜଗନ୍ନାଥ
ତୁମେ ହିଁ ସାରଥି ତୁମେ ସ୍ୱୟଂ ରଥି
ତୁମେ ରଥ ତୁମେ ପଥ।

ଅଢେଇ ଦିନର କେଉଁ ଅଧିକାର
ନର କହେ ମୋର ମୋର
ପିଣ୍ଡ ପଡିଥିବ ପ୍ରାଣ ଚାଲିଯିବ
ଛ ଖଣ୍ଡ କାଠ ଦରକାର !

@ଚନ୍ଦ୍ରଶେଖରପୁର, ଭୁବନେଶ୍ବର।

 168 total views,  4 views today

Leave a Reply

Your email address will not be published. Required fields are marked *