*କୁଆଁର ପୁନେଇଁ ଜହ୍ନ*
*********
ପ୍ରୀୟଦର୍ଶିନୀ ମିଶ୍ର
••••••••••••••
କୁଆଁର ପୁନେଇଁ ଜହ୍ନ ଗୋ
ଫୁଲ ବଉଳବେଣୀ…
କୁଆଁରୀ ଯେତେକ ଜହ୍ନିଓଷା ବ୍ରତ
ସମାପନେ ମନେ ହସ ଗୋ….
ଫୁଲ ବଉଳବେଣୀ…l(୧)
ଏ ଦିନ ନିଶି ଲଗନେ ଗୋ
ଫୁଲ ବଉଳବେଣୀ….
ଜହ୍ନର ଦର୍ଶନେ ଜହ୍ନ ଜୋଛନାରେ
ଖିରି ବ୍ୟଞ୍ଜନ ପୂଜନ ଗୋ…
ଫୁଲ ବଉଳବେଣୀ…l(୨)
କୁମୁଦ-କୁମୁଦୀ ସାଥେ ଗୋ
ଫୁଲ ବଉଳବେଣୀ…
ମା’ଲକ୍ଷ୍ମୀ ଆଶିଷେ ନିଶୀଥ କାଳରେ
ଶର୍ବରୀରେ ସୁଧା ଝରେ ଗୋ
ଫୁଲ ବଉଳବେଣୀ….l(୩)
ଷୋଳ କଳାରେ ପୂରିତ ଗୋ
ଫୁଲ ବଉଳ ବେଣୀ
ମସ୍ତକ ଉର୍ଦ୍ଧ୍ଵରେ ମୟଙ୍କ ଦିଶନ୍ତେ
ପୂଜନେ ପ୍ରାପ୍ତ ଅମୃତ ଗୋ
ଫୁଲ ବଉଳବେଣୀ…l(୪)
କୁଆଁର ପୁନେଇଁ ଜହ୍ନ ଗୋ
ଫୁଲ ବଉଳବେଣୀ…
ଏ ଜହ୍ନ ଦର୍ଶନେ ହୁଅଇ ପୂରଣ
ଶୁଦ୍ଧମନ ମନସ୍କାମ ଗୋ
ଫୁଲ ବଉଳବେଣୀ l(୫)
••••••••••••••••
ପ୍ରିୟଦର୍ଶିନୀ ମିଶ୍ର
385 total views, 1 views today