January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

* ତୁମେ ଗଢିଛ ଏ ସୁନାର ସଂସାର-ସୀମାଞ୍ଚଳ ପଣ୍ଡା*

*ତୁମେ ଗଢ଼ିଛ ଏ ସୁନାର ସଂସାର*

**********************

                 ସୀମାଞ୍ଚଳ ପଣ୍ଡା

                 ***********

ସୁନାର  ସଂସାର   ଭୁବନରେ  ସାର

ଗଢ଼ି ଦେଇଛ ହେ ବିଶ୍ୱ ବିନ୍ଧାଣି,

ଜୀବ ଜଡ଼ ଯେତେ  ରଚି ଏ ମରତେ

ସବୁ ଯୋଗାଇଛ ମନକୁ ଜାଣି।

 

ତୁମ  ଇଚ୍ଛା  ଜାଣି  ଆସେ  ଦିନ ମଣି

ହୁଏ ଦିନ  ରାତି  ବଦଳେ ଋତୁ,

ଘନ    ପ୍ରଭଞ୍ଜନ   କରେ ଜୀବ ଦାନ

ଜ୍ୟୋତିଷ ପ୍ରକାଶ ଗଗନ ପ୍ରାନ୍ତୁ,

ଉଦ୍ଭିଦଙ୍କ    ଦାନ    ଅନ୍ନ   ସଞ୍ଜୀବନ

ଦରକାର   ଚିଜ   କର  ଭରଣି,

ସୁନାର    ସଂସାର    ଭୁବନରେ ସାର

ଗଢ଼ି ଦେଇଛ ହେ ବିଶ୍ୱ ବିନ୍ଧାଣି।

 

ଲଗାଇଛ    ନାଟ     ବତାଉଛ   ବାଟ

ଜୀବନ  ପଥରେ ହେଉଛ ସାହା,

ଅମାନିଆ   ହୋଇ   ଅବାଟରେ  ଯାଇ

ବଣାହୁଏ  ଯିଏ ଖୋଜଇ ରାହା।

 

ମଣିଷର      ବୁଦ୍ଧି      ହୁଅଇ   ଅଶୁଦ୍ଧି

ପାପାଚାରେ   ଧରା   ଭରଇ  ବିଷ,

ଭାତ୍ରୁ   ଭାବ  ହାରି   ଶତ୍ରୁ  ଭାବ  ଧରି

ରଣେ ଅକାରଣେ ଲୋଡ଼େ ବିନାଶ,

ପ୍ରକୃତି     ବିକୃତି    ରୋଗର   ବିପତ୍ତି

ଅଶାନ୍ତି  ପ୍ରକୋପେ କମ୍ପେ  ଧରଣୀ,

ଜୀବ  ଜଡ଼  ଯେତେ  ରଚି ଏ ମରତେ

ସବୁ   ଯୋଗାଇଛ   ମନକୁ  ଜାଣି।

 

ସୁନାର    ଧରଣୀ    ଚୂନା    ହୁଏ ପୁଣି

ସାର   ଜୀବ   ନର  ହୁଏ   ଅସାର,

ଦେଇ    ସଦବୁଦ୍ଧି     ରଖ    ଦୟାନିଧି

ଭବେ   ଜୀବ  ନାବ ହୁଏ  ଅଧୀର।

 

****************

 287 total views,  1 views today

One thought on “* ତୁମେ ଗଢିଛ ଏ ସୁନାର ସଂସାର-ସୀମାଞ୍ଚଳ ପଣ୍ଡା*

Leave a Reply

Your email address will not be published. Required fields are marked *