ମାନବିକତା
ଆହା ! କି ସୁନ୍ଦର ଅସ୍ବାଭାବିକତା!
ମାନବ ଖୋଜେ ଆଜି ମାନବିକତା!
ପଶୁ କି ଖୋଜେ ତା’ ପାଶବିକତା!
ପ୍ରକୃତି ସ୍ବଭାବେ ଯେମିତି ଯିଏ,
ଅଣୁସୂତ୍ର ଧାରା ଧରି ଜୀବ ନିଜ ଜୀବନ ଜିଏ।
ପ୍ରାଣ କୋଷୁ ଅଣୁସୂତ୍ର ଗଲାକି ହଜି!
ମୁଖାଧାରୀ ଯେତେ ମଣିଷ ଆଜି।
ମୁଖା ଆଢୁଆଳେ ବହୁରୂପୀ ସାଜି ,
ମାନବିକତା ଖୋଜନ୍ତି ଅମାନବିକ ଭାବେ ଅନ୍ୟଠି ନିଜେ ଅନ୍ଧଟେ ସାଜି।
ହୁଲସ୍ଥୁଲ ସାରା ପୃଥିଵୀ ଆଜି।
ମାନବ ଖୋଜୁଛି ମାନବବାଦକୁ ନିଜ ସାଥେ ନିଜେ ଲଗାଇ ବାଜି।
ଅନ୍ୟଠାରେ ଖୋଜେ ମାନବ ଵାଦର ମାନସିକତା।
ସ୍ବାଭାବିକ କି ଏ ଅସ୍ବାଭାଵିକତା!
ହିଂସା,ପ୍ରତିହିଂସା,ପ୍ରତିଶୋଧର ଵହ୍ନି,
ଜାଳୁଛି ମାନବ ,ଜଳୁଛି ମାନବ ,ନିଜେ ହିଁ ନିଜକୁ ପାରୁନି ଚିହ୍ନି।
ଦୟା,କ୍ଷମା,ସ୍ନେହ, ମମତା ଵୋଧ,
ସରିଆସିଲାଣି ପୃଥିବୀ ବୁକୁରୁ ,ଯେଉଁଠି ଦେଖ ଅପରାଧଵାଦ।
ମାନବିକତା କୁ ଅନ୍ୟଠି ନ ଖୋଜି,
ଖୋଜି ଦେଖ ଆଜି ନିଜଠି ଅଛି କି ଯାଇଛି ହଜି!
ସୁପ୍ତ ମାନବିକତାକୁ ଜଗାଅ ଆଜି,
ହଜି ଯାଇଥିଲେ ପୁନରୁଦ୍ଧାରର ରାସ୍ତାକୁ ଆଜି ନେବା ହିଁ ଖୋଜି ।
©® ଡଃ ଶୈଳବାଳା ଦାଶ