December 06, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*

*ମଣିଷ – ଅରୁଣ କୁମାର ମହାପାତ୍ର*

       *ମଣିଷ *

“ଅରୁଣ କୁମାର ମହାପାତ୍ର”

******************

ସୂକ୍ଷ୍ମ ମନରେ ହୁଏ ଆହ୍ଲାଦିତ

ସାଉଁଟି ସ୍ଥୂଳ ସଂସାର

ହୋଇ ହନ୍ତସନ୍ତ ପାପେ ସନ୍ତାପିତ

କନ୍ଧେ ବୋହି ଚାଲେ ଭାର।

ନଗ୍ନ ଶରୀରେ ପ୍ରବେଶି ଧରାରେ

ଆବୃତ୍ତ ଛଳନା ଖୋଳ

ସର୍ବ ଶକ୍ତିମାନ ବୋଲଇ ସମାଜେ

ମଣିଷର ଶୂନ୍ୟ ରୋଳ।

ଡିଣ୍ଡିମ ପିଟଇ କରିଛି ଆୟତ୍ତ

ପବନକୁ ନିଜ ବଳେ

ସ୍ୱଳ୍ପ ସମୟ ଝଡ ବାତ୍ୟା ବାର୍ତ୍ତା

ଶୁଣି ଅହରହ ଭାଳେ।

ଅପୂରଣ ସବୁ ଆଶା ପ୍ରତ୍ୟାଶାରେ

ଅର୍ଦ୍ଧଦଗ୍ଧ ତା ଶରୀର

ଅନ୍ତରେ ଜଳୁଛି କାମନାର ବହ୍ନି

ଛଦ୍ମ ବାହ୍ୟ ରୂପ ସାର।

ସତତ ପ୍ରସ୍ତୁତ କରିବ ଆୟତ୍ତ

ସବୁ ଶକ୍ତି ସବୁ ଭେଦ

ସମୟେ ସମୟେ ମନରେ ସନ୍ଦେହ

ଯାଗେ ଭିନ୍ନ ଭିନ୍ନ ଦ୍ଵନ୍ଦ।

ବୁଝି ସେ ପାରେନା ସର୍ବ ଶକ୍ତିମୟ

ରହସ୍ୟ ପାରେନା ଭେଦି

ନିଜ କର୍ମ ପାଇଁ ଉତ୍ତରଦାୟୀ ସେ

କିଏ ହେବ ପ୍ରତିବାଦୀ।

ସର୍ବ ଶେଷେ ନିସ୍ୱ ହୋଇ ଉର୍ଦ୍ଧ୍ବ ମୁଖ

ଡାକେ ରଖ ନାରାୟଣ

ହେ ସୃଷ୍ଟି ନିୟନ୍ତା ଆହେ ହର୍ତ୍ତାକର୍ତ୍ତା

କର ଦୁଃଖ ନିବାରଣ।

••••••••♪••••••••••••

 

 191 total views,  2 views today

Leave a Reply

Your email address will not be published. Required fields are marked *