ଚିହ୍ନାମୁହଁ
ଯେବେଠୁ
ଦେଖିବା ବାହାନାରେ….
ପଛପଟ ଗଛ ଆଢୁଆଳରେ
ଢେର୍ ସମୟ ବିତାଇଛି
ସବୁଠି ସବୁଜାଗାରେ…..
ତୁମର ଚିହ୍ନାମୁହଁ ଦେଖୁଛି।
ଗହଳି ତ
ଭିଡ ଲାଗୁନି ଆଉ……
ପାଦସହ ତାଳଦେଇ
ଅଙ୍ଗୁଳି ବି ତନାଘନାରେ ବ୍ୟସ୍ତ,
ମୁକୁଳା ଘନକେଶର ପ୍ରତିଛବି
ଏବେଏବେ ମୁହାଁଇଲାଣି
ବିସ୍ତାର ଜଳସ୍ତର ଆଡକୁ……..
ରଚିବ ପୁଷ୍ପିତ ହସରେ
ଯୋଡି ଭଉଁରୀର ଆଲୋଡନ।
ରାତି ସପନ ହେଉ
କି ଆଇନା!
ବାରବାର ଦିଶେ ଅବିକଳ
ତୋଫା ଜହ୍ନପରି,
ଚର୍ତୁପାଶ୍ବରେ ସଦ୍ୟ ଭିଜାହଳଦୀର
ବାସ୍ନାକୁ ଦୋହରାଏ
ଯେମିତି ତମେ ବି
ମୋ ପରି ଅପେକ୍ଷାରେ….।
ଭରା ହୃଦୟର ଚଞ୍ଚଳତାକୁ
ବାଦଦେଇ,
ରଜନୀଗନ୍ଧାର ଫୁଲସବୁ
ଚମକୁଛନ୍ତି….
ମୋର ଚିତ୍ରିତ କାନ୍ ଭାସ୍ ରେ,
ଲାଲ୍ ଗୋଲାପର ଗାଢତା
ତୁମ ବହଳ ଓଠରେ
ଆବୋରି ସାରିଲେଣି
ସାଗରର ଉତ୍ କ୍ଷିପ୍ତ ଢେଉକୁ……..।
ଛାଇ ବି
ଅାହୁରି ରଙ୍ଗିନ୍ ହେଲାଣି
କୋମଳତାର ଉଡାଣରେ……
ଧିରେଧିରେ ତମେବି ବୁଝିବା ଉପରେ
ବୟସର ଦୁଷ୍ଟାମୀକୁ,
ତଥାପି, ସେଇଥିରେ
ସରଳ ନିରୀହ ଚପଳାମୀ
ଆଗପରି,
ଏବେବି ଠିକ୍ ସେମିତି…….।
ସରୋଜ କୁମାର ସାହୁ
ଆଠଗଡ,କଟକ
୯୩୪୮୫୭୫୨୨୪
An excellent share! I’ve just forwarded this onto a colleague who were accomplishing a bit homework on this. And he in fact bought me evening meal on account of The truth that I stumbled upon it for him… lol. So allow me to reword this…. Thanks for that meal!! But yeah, thanx for spending time and energy to look at this problem here on your own Online site.