ମୋ ଗାଁ ସଂସ୍କୃତିର ଅନ୍ତରାଳେ
**†************†****
କାହିଁ ପିଲାଦିନ ହଜିତ ଗଲାଣି
ଆମ୍ବ ତୋଟା ନଈ କୂଳ
ଗାଁର ଯୁବକ ଖୋଜିଲେଣି ଏବେ
ମଦ ସାଥେ ମାଂସ ଝୋଳ ।।
ହଜିତ ଗଲାଣି ରଜ ପୋଡ଼ ପିଠା
ଗାଁର କବାଡି ଖେଳ
ଦିଶୁନାହିଁ ଜମା ଟଗର ମାଳତୀ
ଜରି ଫୁଲ ମାଳ ମାଳ ।।
ଜରାଜୀର୍ଣ୍ଣ ଦିଶେ ମନ୍ଦିରର କାନ୍ଥ
ବିଅର ବାର ଖୋଲା
ଭଲ ପାଠ ପଢି ବିଦେଶରେ ପୁଅ
ବୁଢ଼ୀ ମା ମୁହେଁ ତାଲା ।।
କାଶିଆ କପିଳା କେବେଠୁ ମଲେଣି
ଟ୍ରାକ୍ଟର କରୁଛି ଚାଷ
ଗ୍ରାଜୁଏଟ ପୁଅ ବିଲକୁ ଗଡୁନି
(ବୁଢ଼ା) ବାପ ଖଟେ ବାର ମାସ ।।
ଗାଁର ସୁରୁଜ ବଦଳି ଯାଇନି
ବଦଳି ଯାଇଛି ଚାଲି ଚଳନ
ପାଶ୍ଚାତ୍ୟ ସଭ୍ୟତା ବାଉଳା କଲାଣି
ସଂସ୍କାର ସଂସ୍କୃତି ଦିଶେ ମଳିନ ।।
ପ୍ରଶାନ୍ତ କୁମାର ସେଠୀ
ଭଦ୍ରକ