*ପିଲାଦିନ ସ୍ମୁତି*
ଡ. ପ୍ରିୟମ୍ବଦା ସାମଲ
ପିଲାଦିନ ସ୍ମୁତି ଅଭୁଲା ସେ ଗୀତି
ଅପସୋରା ଅନାବିଳ
ସାଙ୍ଗ ସାଥି ମେଳ ଗାଆଁ ଦାଣ୍ତ ଖେଳ
ଅପରୂପ ସେ ସ୍ବପ୍ନିଳ।
କୁମାର ପୂର୍ଣ୍ଣିମା ପୂଜା ଓ ପାର୍ବଣ
ରଜ ଦୋଳି ଖେଳ ଗୀତ
ସରସ୍ୱତୀ ପୂଜା ଗଣେଶ ଚତୁର୍ଥୀ
ମନକୁ କରେ ମୋହିତ।
ଶିକ୍ଷା ଅନୁଭୂତି ଶିକ୍ଷକଙ୍କ ବାଣୀ
ଶିକ୍ଷାୟତନ ସ୍ବଭାବ
ମନଧ୍ଯାନ ଦେଇ ଶ୍ରବଣ ପଠନ
ଗୁରୁଙ୍କୁ ଭକତି ଭାବ।
ଗୁରୁ ବଚନର ଆଶୀର୍ବାଦ ସ୍ବରେ
ଥିଲା ସତେ ଅବା ଯାଦୁ
ତାଙ୍କ ଆଶିଷରେ ମନେ ରଖୁଥିଲି
ଗଣିତ ସାହିତ୍ୟ ସବୁ।
ଯାନି ଯାତରା ସବୁ ତ ଅପାସୋରା
ହୋଲି ରଙ୍ଗ ବୋଳା ବୋଳି
ବାନ୍ଧବୀ ସହିତ ଗପସପ ଯେତେ
ମାଆଙ୍କ ମଧୁର ଗାଳି।
ରୋମାଂଚରେ ଭରା ସ୍ମୁତିର ପସରା
ଯାତ୍ରା ଅଭିନୟ ମାନ
ମନେ ପଡେ ଯେବେ ପିଲାଦିନ ସ୍ମୁତି
ଲାଗେ ସୁମଧୁର ସ୍ବପ୍ନ।
ଭୁବନେଶ୍ୱର।
326 total views, 1 views today