ଆମେ ଓଡିଆ ଭାରି ବଢିଆ
ଆମରି କଳା
ଆମ ସଂସ୍କୃତି
ଆମ ଗୌରବ
ଆମ କିରତୀ
କୋଣାର୍କ ମନ୍ଦିର ଦେଖିଲେ ଲାଗୁଛି
ପଥର ଦେହରେ ଜୀବନ୍ତ ମୂର୍ତ୍ତି ।
ଆମରି କଳା……..
ଆମରି ପ୍ରଦେଶ ଓଡିଶା ମାଟିରେ
ଜନ୍ମ ନେଇଥିଲେ ବୀର ସନ୍ତାନ
ଏଇ ମାଟି ମାଆ ଟେକ ରଖିବାକୁ
ନିଜ ଜୀବନକୁ ଦେଲେ ବଳିଦାନ ।।
ଆମ ଧରମା
ବାଜିରାଉତ
ସାନ ହେଲେ ମଧ୍ୟ
ରଖିଲେ ଟେକ
ମରଣ ଶଯ୍ୟାରେ ଶୋଈଗଲେ ସିନା
ଆମ ପାଇଁ ସେ ଅମର ସହୀଦ୍ ।
ଆମରି କଳା……..
ଜୟୀ ରାଜଗୁରୁ ଦେଲେରେ ଜୀବନ
ରଖିବାକୁ ଏଇ ମାଟିର ଟେକ
କେତେ ଘାତ ଆଉ ପ୍ରତିଘାତ ସହି
ଏ ପ୍ରଦେଶ ହେଲା ସ୍ବତନ୍ତ୍ର ରାଜ୍ୟ ।।
ଆମ ଗୋପବନ୍ଧୁ
ମଧୁସୂଦନ
ତାଙ୍କରି କିରତୀ
କେଡେ ମହାନ୍
ସେଇ ସ୍ମୃତି ସବୁ ମନେ ପଡିଗଲେ
ଲାଗେ ଧନ୍ଯ ଆମ ଓଡିଆ ଜାତି ।
ଆମରି କଳା……….
ଓଡିଆ ଘରର ମହାନତା ହେଲା
ବାର ମାସେ ପରା ତେର ପରବ
ଓଡିଆ ପୁଅର କାରିଗରୀ ଦେଖି
ଆଶ୍ଚମ୍ବିତ ହେଲା ସାରା ଜଗତ ।।
ଆମ ଜଗନ୍ନାଥ
ବଡଠାକୁର
ପାଳନ କରନ୍ତି
ସାରା ସଂସାର
ଭେଦଭାବ ଭୁଲି ମିଳିମିଶି ଆମେ
ବାଣ୍ଟିବା ସେନେହ ମମତା ପ୍ରୀତି ।
ଆମରି କଳା………..
ମନସ୍ମିତା ବିଶ୍ୱାଳ
ଗଡମାଟିଆପଡା, କଣାସ, ପୁରୀ
ଅତି ସୁନ୍ଦର କବିତା ଦିଦି। ଉପସ୍ଥାପନା ମଧ୍ୟ ଖୁବ୍ ବଢିଆ। ✨
ସୁମଧୁର ସ୍ଵରରେ ସୁନ୍ଦର୍ ଉପସ୍ଥାପନା, ଅସୀମିତ ଶୁଭେଚ୍ଛା ଦିଦି…