#ରେ_କାଠୁରିଆ
(ସନେଟ୍_୧୫)
***************************************
କୌ କୁରାଢ଼ୀର,କୌ ଧାରେ କୌ ତରୁ ତତ୍-କ୍ଷଣେ ତରେ
ତତେ ଏକା ଜଣା,ରେ କାଠହଣା..!ମତେ କି ବୋଲିବୁ ଥରେ?
କୌ କସି ଫୁଲ୍ କୌଠି କା ତୁଲ୍?କୌ ଡାଳେ ଯାଇ ଫଳେ
ଯୌଠି ଅସରା ନୌ ଶାଖାସାରା ଦୌ ବି ଦି’ଚୋଟ୍ ଫାଳେ !
ଓଃ..କି ଆତୁର ଚିତ୍କାର୍ ତା’ର କୌ ଶୁଣା କାନେ ଶୁଣ୍
ନା..ନାଇଁ ହାଣ୍ କେବେ କୌ ପ୍ରାଣ୍ ନାଇଁ କରେ କା’ର ଖୁନ୍ l
କେଇ ବର୍ଷର ପାଳିତା କନ୍ୟା ୟେ ବନଦେବୀର କୋଳେ
ତୋ’ ଧାର୍ ମୁନରେ ଧାର୍ କରି ବସେ ଜୀବନ୍ ତାରି ଫାଳେ!
ଆଃ..କି ସୁନ୍ଦର୍ ତା’ ଛାଇ ଅନ୍ଧାର୍ ତା’ ଶୀତଳ କୋଳ ସତେ
ନା…ନାଇଁ ଆଣେ କେବେ ଅକାରଣେ ଅଦିନ ମରୁଡ଼ି ହାତେ l
ଦେ ଯଦି ଦବୁ କୌଠି ନୋହିବୁ ରାଣ ଟିଏ ମତେ ଦେ…!
ନେ ଯୌଥିରେ ଜଳୁନି ପତ୍ର ଫୁଲ ଟିଏ ତାକୁ ନେ…!
ରେ କାଠୁରିଆ..!ନେ କଠୋରିଆ ନିୟତି ତୋ ଘେନି ନେ
ହେ ଯଦି ହେବୁ ହେ ରେ ଥରୁଟେ ମାଳିଟିଏ କେବେ ହେ.!
****************************************
ରାକେଶ ସାହୁ, ବର୍ତ୍ତିନୀ, ପୋଲସରା, ଗଞ୍ଜାମ