April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ପଢନ୍ତୁ ବିନୋଦିନି ଦାଶ ଙ୍କ ଗଳ୍ପ ଅନୁଭୂତିରେ ପ୍ରଭୁ ଶ୍ରୀଜଗନ୍ନାଥ

ତା୨୬/୦୬/୨୦୨୦ ରିଖ

ଶୀର୍ଷକ-ଅନୁଭୂତିରେ ପ୍ରଭୁ ଶ୍ରୀଜଗନ୍ନାଥ

ଡୋରି ତୋ ପାଖକୁ ନଲାଗିଲା ନାହିଁ
ମନକୁ ମୋ ନେଇଯାଆ
ତୋ ମୁଖ ଚନ୍ଦ୍ରମା ନଦେଖିଲି ନାହିଁ
ସପନେ ଆ’ରେ କାଳିଆ ।

ଭକ୍ତଶିରୋମଣି ଭାବବିନୋଦିଆ ଜଗତ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ସଦାସର୍ବଦା ଭକ୍ତର ମନୋବାଞ୍ଛା
ପୂରଣକୁ ଅଗ୍ରାଧିକାର ଦେଇ ଆସିଛନ୍ତି ।ସେ କେବେ
ଆର୍ତ୍ତୀର ଆକୁଳ ନିବେଦନକୁ ଖଣ୍ଡନ କରି ନାହାନ୍ତି ।
ତାହାର ବହୁତ ଉଜ୍ଜ୍ବଳ ଦୃଷ୍ଟାନ୍ତ ଲୋକ ମୁଖରେ
ଶୁଣିବାକୁ ମିଳେ ।ଯାହାକୁ ବି ମୁଁ ନିଜେ ଅଙ୍ଗେ ଅଙ୍ଗେ
ଅନୁଭବ କରିଛି ।
ପିଲାଦିନରୁ ୧୯୯୪ ମସିହା ପର୍ଯ୍ୟନ୍ତ ମୁଁ
କେବେ ପ୍ରଭୁଙ୍କୁ ଦେଖିବାର ସୌଭାଗ୍ୟ ପାଇ ନଥିଲି ।
ବୋଧହୁଏ ମନରେ ଭାବ ରଖି କେବେ ଡାକି ନଥିଲି ।
ଦିନେ ପ୍ରଭୁଙ୍କ ଭାବ ଭକ୍ତରେ ପ୍ଳାବିତ ହେଲା ମୋ
ହୃଦୟ ଓ ମନ ।ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କବିତା
ଲେଖିଲି, ଯାହାର ପ୍ରଥମ ପଙ୍କ୍ତିଟି ଆରମ୍ଭରେ
ଲେଖିଛି ।ଯଦିଓ ଆଗରୁ ବହୁତ ଭଜନ ଓ ଜଣାଣ
ଲେଖି ଗାଉଥିଲେ ମଧ୍ୟ ପ୍ରଭୁଙ୍କୁ ତାହା ଛୁଇଁ ପାରିନଥିଲା ।
ତା’ ପରେ ମୁଁ ପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ
ଲାଭକଲି ।
ଘରକୁ ଆସି ପୁଣି କବିତାରେ ମନର ଭାବକୁ
ପ୍ରକାଶ କଲି ।ସେଥିରୁ ଏଠି ପ୍ରଥମ ପଙ୍କ୍ତିଟି ଉଦ୍ଧାର
କରୁଛି ।
“ମନେ ମୁଁ ଭାବି ନଥିଲି ରେ କାଳିଆ ଧନ
ଜୀବନେ ଦେଖିବି ବୋଲି ତୋ ଚାନ୍ଦ ବଦନ
ଡୋରି ତୁ ଲଗାଇଦେଲୁ
ମୋ ମନ ଉଚ୍ଛନ୍ନ କଲୁ
ପାତକିନୀ ଏତେଦିନେ ପାଇଲା ତୋ ଦର୍ଶନ ।
ତା’ ପରେ ସ୍କୁଲ ପିକନିକ ହେଉ କି ପରିବାର
ସହ ହେଉ ବହୁତ ଥର ମହାପ୍ରଭୁଙ୍କ ଦର୍ଶନ ପାଇଁ
ଯାଇଛି, ପବିତ୍ର ଶ୍ରୀକ୍ଷେତ୍ର ଧାମର ବହୁ ପାବନ କ୍ଷେତ୍ର
ବୁଲି ଦେଖିବାର ସୁଯୋଗ ପାଇଛି ।
୨୦୧୮ ମସିହା ମେ ମାସ ୨୨ ତାରିଖ,
ମଙ୍ଗଳବାର ଆମେ ଦୁଇ ପ୍ରାଣୀ ସାଙ୍ଗ ହୋଇ
ବାହାରିଗଲୁ ଶ୍ରୀକ୍ଷେତ୍ରରେ ସାତ ଆଠ ଦିନ ରହି
ପ୍ରଭୁଙ୍କର ପ୍ରତ୍ୟେକ ଦିନର ନୀତିକାନ୍ତି ଦର୍ଶନ କରିବା ଉଦ୍ଦେଶ୍ୟରେ ।ସେ ଅନୁଭୂତି ମୋତେ ଆଉ ଜୀବନରେ
କେବେ ମିଳିବ କି ନାହିଁ ।ଶ୍ରୀମନ୍ଦିରଠାରୁ ଅଳ୍ପ ଦୂରରେ
ପୂର୍ବ ଭାଗରେ ଥିବା ପାନ୍ଥିକାରେ ଦୁହେଁ ରହିଲୁ, ଯେଉଠୁ
ବାଲକୋନିରୁ ମନ୍ଦିରର ମୁଖଶାଳା ଦର୍ଶନ କରି
ହେଉଥିଲା ।
ପ୍ରଚଣ୍ଡ ରୌଦ୍ରତାପ ଥିଲେ ବି ମନ୍ଦର ଭିଡ କଥା
ନକହିଲେ ଭଲ ।ଯାହାଙ୍କର ଟିକିଏ ଦର୍ଶନରେ ଜୀବନର
ସବୁ ଦୁଃଖ, ଶୋକ,ପାପ, ତାପ ଲିଭିଯାଏ, ତାଙ୍କୁ
ଦେଖିବାକୁ ଭକ୍ତର ପାପ ଚକ୍ଷୁ କିପରିବା ରୌଦ୍ର ତାପକୁ
ମାନିବ ?
ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କର୍ମାଦି ସାରି ବାହାରି
ଯାଉ ମନ୍ଦିର ।ପ୍ରଭୁଙ୍କର ପ୍ରଭାତ ଆଳତୀ ହୃଦୟରେ
ଭରିଦିଏ ଅପାର ଶାନ୍ତି ।ଝାଂଜ କରତାଳାଦି ବାଦ୍ୟ
ସଙ୍ଗେ ଭକ୍ତଙ୍କ କଣ୍ଠରେ ଗୀତଗୋବିନ୍ଦ, ଆହେ
ନୀଳ-ଶଇଳର ମଧୁର ଗାନ ଶ୍ରୀକ୍ଷେତ୍ରର ଗଗନପବନକୁ
ମୁଖରିତ କରେ । ଭକ୍ତମାନେ ଯୋଡ଼ହସ୍ତ ଟେକି ପ୍ରଭୁଙ୍କୁ
ଲୋତକାପ୍ଳୁତ ନୟନରେ ଚାହିଁ ଚାହିଁ ଭାବ ବିହ୍ବଳ
ହୋଇପଡ଼ନ୍ତି ।ତୁଣ୍ଡରେ ଭରି ରହିଏ ଜୟ ଜୟ ଧ୍ବନି ।
ଏମିତି ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ
ରାତ୍ରୀ ଧୂପ ଶେଷରେ ରାତ୍ରୀ ଏଗାରଟା ପରେ
ବଡ଼ସିଂହାର ବେଶ ଦେଖି ଫେରୁ ।ସାହାଣମେଲା
ଦୁଇଥର ହୁଏ ।ସେତେବେଳେ ମନ୍ଦିର ବେଢାରେ ଜଗି
ବସି ନୀଳଚକ୍ରକୁ ଚାହିଁ ସାହାଣମେଲାରେ ପ୍ରଭୁଙ୍କୁ
ଦର୍ଶନ କରିବାର ଯେଉଁ ଆନନ୍ଦ ଉଲ୍ଲାସର ଅପେକ୍ଷା,
ତାହା ନିଆରା ।ଭାଷାରେ ବି ପ୍ରକାଶ କରିହେବ ନାହିଁ ।
ପ୍ରଭୁଙ୍କ ଥରେ ଦର୍ଶନ ପରେ ପୁଣି ଦ୍ବାର ଦେଇ ପ୍ରବେଶ
କରୁ, ଏମିତି ଦୁଇ ତିନିଥରରୁ ଊର୍ଦ୍ଧ୍ଵ ।ସେତେବେଳେ
ଏତେ ଆନନ୍ଦ ଲାଗୁଥାଏ ଯେ, ଯାହା ଅବର୍ଣ୍ଣନୀୟ ।
ପ୍ରଭୁଙ୍କ ଧାମରେ କେହି ଅଭୁକ୍ତ ରୁହନ୍ତି ନାହିଁ
ବୋଲି ଯାହା ଶୁଣିଥିଲୁ, ତାହା ସେଠାରେ ଅନୁଭବ
କଲୁ ।ବୁଧବାର ରାତ୍ରୀରେ ସାହାଣମେଲା ଦର୍ଶନ ପରେ
ପ୍ରାୟ ସାଢେ ଦଶ କି ଏଗାର ଭିତରେ ହେବ
ହୋଟେଲରେ ଖାଇବାର ଇଚ୍ଛା ରଖି ମନ୍ଦିରରୁ ବାହାରି
ଯାଇ ଦେଖିଲୁ ସବୁ ହୋଟେଲ ବନ୍ଦ ।ମୁଁ ପାନ୍ଥିକାକୁ ଗଲି,
ଆଉ ସେ (ମୋ ସ୍ବାମୀ) ପୁନର୍ବାର ମନ୍ଦିରକୁ ଆସିଲେ
ଅବଢ଼ା ପାଇଁ ।ଆନନ୍ଦ ବଜାରରେ ବି ଅବଢ଼ା ବିକ୍ରୟ ସରି
ଯାଇଥାଏ ।ତା’ ଭିତରେ ଅନ୍ବେଷଣ କରୁକରୁ ଯାହା ହେଉ
ଜଣକ ପାଖରେ ଅଳ୍ପ କିଛି ଥିବାର ଦେଖିପାରି, ସେଇଠୁ
ପ୍ରସାଦ କୁଡିଆ ଧରି ପାନ୍ଥିକାକୁ ଫେରିଲେ ।ବୈଚିତ୍ରମୟ
ଠାକୁରଙ୍କର ଲୀଳା ସତରେ ବିଚିତ୍ର ।ଏପଟେ ଆମକୁ
ଶିକ୍ଷା ଦେଲେ, ସେପଟେ ଖାଦ୍ୟର ବି ବାଟ କରିଦେଲେ ।
ଏତେ ରାତିରେ ସେଠି ସେଦିନ ଆମକୁ ଦାନା ମିଳିବ
ବୋଲି ମୁଁ ଭାବି ପାରି ନଥିଲି ।ସେ ଆସି ପହଞ୍ଚିବା ପରେ
ମୋର ବିସ୍ମିତ ଓ ଆନନ୍ଦର ସୀମା ରହିଲା ନାହିଁ ।
ତା’ପର ଦିନ ଗୁରୁବାର ଜଗତ୍ଧାତ୍ରୀ ମା ଲକ୍ଷ୍ମୀଙ୍କର
ସୁଦଶାବ୍ରତ ଥାଏ ।ମୁଁ ସେଇଠି ମାଆଙ୍କ ମନ୍ଦିରରେ
ବ୍ରତ ପୂଜା କଲି ।ସେଦିନ ବହୁ ବ୍ରତୀମାନଙ୍କର
ସମାବେଶରେ ଧାଡିରେ ଯାଇ ମାଆଙ୍କ ଦର୍ଶନ କରିବା
ବହୁ ସମୟସାପେକ୍ଷ ଥିଲା ।ତଥାପି ମହାପ୍ରଭୁଙ୍କ
ଦର୍ଶନ ସହ ସେଇଠି ସୁଦଶା ବ୍ରତ ପାଳନର
କନୁଭୂତି ମୋ ପାଇଁ ଅପାଶୋରା ।
ସବୁଦିନ ବି ସନ୍ଧ୍ୟା ସମୟରେ ସମୁଦ୍ର କୂଳକୁ
ଯିବା ହୁଏ ।ସେଠି ସମୁଦ୍ରର ସାନ୍ଧ୍ୟ ପୂଜା ଅତି
ଆକର୍ଷଣୀୟ ।
ପ୍ରଚଣ୍ଡ ଖରା ଯୋଗୁଁ ବଡ଼ଦାଣ୍ଡରେ ଖାଲି
ପାଦରେ ମନ୍ଦିରକୁ ଯିବା ଆସିବା ବହୁତ କଷ୍ଟ ହୁଏ ।
ତେଣୁ ସେଠି ରହଣି ସମୟ କମାଇ ଶୁକ୍ରବାର ଦିନ
ଗୃହକୁ ପ୍ରତ୍ୟାବର୍ତ୍ତନ କଲୁ ।
ମହାପ୍ରଭୁ ଅଣସରରେ ଥିବାବେଳେ ବ୍ରହ୍ମଗିରିରେ
ଅଲାରନାଥ ରୂପେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।ତେଣୁ
ସେ ବର୍ଷ ପୁଣି ଜୁଲାଇ ଦଶ ତାରିଖରେ ପରିବାର ସହ
ଯାଇ ଅଲାରନାଥ ନାମଧାରୀ ଶ୍ରୀକୃଷ୍ଣ ରୂପୀ ଜଗନ୍ନାଥଙ୍କୁ
ଦର୍ଶନ କଲୁ ।
ମୁଁ ମୋ ଅନୁଭୂତିରୁ ଯେତିକି ଜାଣିଛି, ପ୍ରଭୁଙ୍କୁ
ଯେତେ ଥର ଦେଖିଛି କେତେବେଳେ ବି ତାଙ୍କୁ ଗୋଟିଏ
ରୂପରେ ଦର୍ଶନ କରିନି ।ସବୁବେଳେ ଭିନ୍ନ ଭିନ୍ନ ରୂପରେ
ମୋର ଦୃଷ୍ଟି ଗୋଚର ହୋଇଛନ୍ତି ମହାପ୍ରଭୁ ।ଧନ୍ୟ ସେହି
ଲୀଳାମୟ, ଧନ୍ୟ ତାଙ୍କର ଲୀଳା ।ଚକାଆଖି ମେଲି
ସଦାସର୍ବଦା ଭକ୍ତଙ୍କୁ ଅନାଇ ରହିଥାନ୍ତି ।ହାତ,ପାଦ,କର୍ଣ୍ଣ
ନାହିଁ ତଥାପି ସେ ପୂର୍ଣ୍ଣବ୍ରହ୍ମ ।ସବୁ ଶୁଣି ପାରନ୍ତି ସବୁଆଡ
ବିଚରଣ କରିପାରନ୍ତି, ହସ୍ତ ଟେକି ବି ଭକ୍ତଙ୍କୁ ଅଭୟ
ଦେଇପାରନ୍ତି ।ସେ ସୃଷ୍ଟି, ତାଙ୍କଠାରେ ଏ ସମଗ୍ର ବିଶ୍ବ
ବ୍ରହ୍ମାଣ୍ଡ ଲୀନ ।ତେଣୁ ସମସ୍ତେ ତାଙ୍କ ଭକ୍ତି ରସରେ
ଲୀନ ହୋଇ ତାଙ୍କ ପାଖକୁ ଧାଇଁ ଯାଇଥାନ୍ତି । ଫବୁଏ ଫାବୁଏ 

ଭାବବିନୋଦିଆ ହରି ହେ ଜଗତ ଠାକୁର
ଭାବେ ତୋତେ ପୂଜେ ଯିଏ, ତୁ ହେଉ ତାହାର ।
ତୋ ପାଖରେ ନାହିଁ କିଛି ଜାତି, ଧର୍ମ ବିଚାର
କୋଳ କରୁ ଭକତକୁ ପରଖି ଭକ୍ତି ତା’ର ।

ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ

ବିନୋଦିନୀ ଦାଶ, କୁରୁଆଁ, ଯାଜପୁର
ଦୂରଭାଷ-୯୪୩୯୨୦୫୧୬୬

Loading

Leave a Reply

Your email address will not be published. Required fields are marked *