ଭସା ମେଘ
“””””””””””””””””””””””””
ଲେଖୁଛି ଚିଠି ମୋ ହୃଦ ଭାଷ୍ୟ ବାଣୀ
ପ୍ରୀତି ଝର କୁଳୁ ନାଦିନୀ ରାଗିଣୀ ।
ବିରହ ବ୍ୟଥାର ସଜ ଫୁଟା ଫୁଲ
ସ୍ମୃତିର ପୃଷ୍ଠାର ରୋମନ୍ଥନ ଫାଲ ।
ଅକୁହା ବେଦନା ନିଃଶବ୍ଦ ଝଙ୍କାର
ନିଶିଥ ନିର୍ଜନେ ଆଖି ଲୁହ ଧାର ।
ସାକ୍ଷୀ ବେଳାଭୂମି ସମୁଦ୍ର କଣିକା
ଜହ୍ନ ଆଲୁଅରେ ବସୁଥିଲେ ଏକା ।
ଗଣତି ଢେଉର ଚୁମ୍ବନ ପାଦରେ
ସ୍ପର୍ଶ କରିଯାଅ କେବେ ଥରେ ଥରେ ।
ଦୂର ଦେଶେ ତୁମେ ଚାଲିଗଲ ପ୍ରିୟ
ଏକାକରି ମୋତେ ହେଲି ଅସହାୟ ।
ଯେତେ ସ୍ବପ୍ନ ବୁଣି ଥିଲ ମୋ ଜୀବନେ
ସ୍ମୃତିର ପେଡିରୁ କାଢି ଦେଖେ କ୍ଷଣେ ।
ଭ୍ରମର ଗୋ ତୁମେ ଗଲ ଉଡି ଉଡି
ନନ୍ଦନ କାନନ ପାରିଜାତ ତୋଳି ।
ଭାବନା ରାଇଜେ କେମିତି ମୁଁ ହଜେ
ଗୋଟି ଗୋଟି ଲେଖି ଦେଉଛି ଶବଦେ ।
ଭସା ମେଘ ଦୂତ ହାତରେ ଚିଟାଉ
ଦେଉଛି ପଠାଇ ଜୀବ ଥାଉ ଥାଉ ।
Pratima Barik
Babebira
Bargarh
487 total views, 1 views today