September 22, 2023
11 11 11 AM
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍
Latest Post
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ ଗୁରୁ ଏବଂ ଶିକ୍ଷକ ମଧ୍ୟରେ ଅନେକ ଫରକ୍

ପଢନ୍ତୁ ରାଜଶ୍ରୀ ପରିଡ଼ା ଙ୍କ ଗଳ୍ପ ଅନୁଭୁତି ରେ ପ୍ରଭୁ ଶ୍ରୀ ଜଗନ୍ନାଥ

 

 ଅନୁଭୁତି ରେ ପ୍ରଭୁ ଶ୍ରୀ ଜଗନ୍ନାଥ

ସେ ସୁନ୍ଦର । ନିରିଖେଇ ତାଙ୍କୁ ଦେଖିଲେ ଆଖିରୁ ବୋହି ଆସେ ଧାର ଧାର ଲୁହ । ଲାଗେ ଯେମିତି ସେ ଦୁଇ ଆଖି ଅନେଇ ବସିଥାଏ ଦୁଃଖୀ ଦୁଃଖ ହରଣ କରିବାକୁ । ସେ ପୁଣି ଦାରୁବ୍ରହ୍ମ । ରୂପ ପରିବର୍ତ୍ତନ ଆଗରୁ ପୂଜା ପାଉଥିଲେ ନୀଳମାଧବ ରୂପରେ ନୀଳସୁନ୍ଦର ପର୍ବତରେ । ସମଗ୍ର ଜଗତରେ ସେ ଜଗନ୍ନାଥ ନାମ ରେ ପରିଚିତ । ଜଗନ୍ନାଥ ନାମକୁ ବିନ୍ୟାସ କଲେ ହୁଏ ଯେ ଜଗତର ନାଥ ସେ ଜଗନ୍ନାଥ । ହଁ ଏ ଜଗନ୍ନାଥ ନାମ ମୋ ବାସ୍ତବ ଜୀବନରେ ବେଶ୍ ପରିଚିତ ; ଏହା ଈଶ୍ୱରଙ୍କ ନାମ ଏଥିପାଇଁ ନୁହଁ ବରଂ ସେ ମୋତେ ଥରେ ମୋ ଜଗତ ଅର୍ଥାତ୍ ମୋ ବାପା ବୋଉ ଙ୍କ କୋଳକୁ ଫେରେଇ ଦେଇଥିଲେ ।

ଏ କଥା ମୋ ଜନ୍ମ ରହସ୍ୟ ଆଉ ମୋ ଜୀବନ ସହ ଜଡ଼ିତ । ଆଖି ବୁଜି ଭାବିଲେ କିଛି କିଛି କଥା ମନେପଡେ ଆଉ କିଛି ବିସ୍ମରଣ ମଧ୍ୟ ହେଇଯାଏ । ମୋ ଜେଜେ ବାପ ( ମୁଁ ଯାହାଙ୍କୁ ‘ବାଆ’ବୋଲି ସମ୍ବୋଧନ କରେ) ମୋତେ କୁହନ୍ତି ୧୯୯୯ ମସିହାରେ ମୋ ବାପାଙ୍କ ବିବାହ କରେଇଥିଲେ । ବିବାହର ପ୍ରାୟ ୬ ମାସ ପରେ ମୋ ବାଆ ଆଉ ମୋ ମାଆ ମିଶି ପୁରୀ ଯାଇଥିଲେ ଜଗନ୍ନାଥ ଦର୍ଶନ କରିବାକୁ । ତାଙ୍କର କୌଣସି କନ୍ୟା ସନ୍ତାନ ନଥିବା କାରଣରୁ ମୋତେ ପାଇବାକୁ ଇଚ୍ଛା ରଖି ପୁରୀ ବଡ଼ଦାଣ୍ଡ ରୁ ପଥର ଟିଏ ଆଣି ଦେଉଳରେ ମାନସିକ କରି ଆସିଥିଲେ । ଠିକ୍ ୧ ବର୍ଷ ପରେ ଆର୍ଥତ୍ ୨୦୦୦ ମସିହାରେ ମୁଁ ଜନ୍ମ ହେଲି ପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ ସ୍ୱରୂପ । ତେଣୁ ଏବେ ମଧ୍ୟ ମୋତେ ଘରେ କହନ୍ତି,” ତୁ ଆମ ପାଇଁ କୃପା ପ୍ରସାଦ । ଯେପରି ଦ୍ଵାପର ଯୁଗରେ କୁନ୍ତୀ ଇଶ୍ଵରଙ୍କୁ ଆରାଧନା କରି ୫ ପୁତ୍ର ପ୍ରାପ୍ତ କରିଥିଲେ ଆମେ ମଧ୍ୟ ତୋତେ ସେମିତି ପାଇଛୁ” । ମାନସିକ ପୂରଣ ପାଇଁ ମୁଁ ୧ ବର୍ଷ ବୟସର ହେଇଥିବା ବେଳେ ପୁରୀ ଜଗନ୍ନାଥ ମନ୍ଦିରକୁ କେଶ ପକେଇବାକୁ ଯାଇଥିଲି । ବିଶେଷ କିଛି ସ୍ଥାନ ବୁଲି ନ ଥିବାରୁ ଆଉ ଥରେ ପୁରୀ ଭ୍ରମଣ ଯୋଜନା ହେଲା ମୁଁ ୪ ବର୍ଷ ବୟସର ହେଇଥିବା ବେଳେ ।

ଥରେ ମୋ ବାପା କୌଣସି କାମ ରେ ବୋଉକୁ ଆଉ ମୋତେ ପୁରୀ ରେ ଏକ ଭଡ଼ା ଘରେ ରଖି ବାହାରକୁ ଯାଇଥିଲେ । ବୋଉ ମୋତେ ସେତେବେଳେ ଗାଧେଇଦେଇ ଆଣି ଘରେ ବସେଇ ମୋ ଲୁଗା ଧରିବାକୁ ଅନ୍ୟ ଏକ କକ୍ଷକୁ ଯାଇଥାଏ । ପ୍ରାୟ ୫ ମିନିଟ ମଧ୍ୟରେ ବୋଉ ଆସି ମୋତେ ଘରେ ଦେଖିବାକୁ ନ ପାଇ ଚାରି ଆଡେ ଖୋଜା ଖୋଜି କରିଛି । ମୁଁ ଏତିକି ସମୟରେ ନିଜ ଅଜ୍ଞାତସାର ରେ ଆସି ବଡ଼ଦାଣ୍ଡ ରେ ପହଞ୍ଚିଯାଇଛି । ଏପରି ମନ୍ତ୍ରମୁଗ୍ଧ ହେଇ ଚାଲିଥିଲି ଯେମିତି ସେ ଚକାଡୋଳା ମୋତେ ଟାଣି ନେଉଥିଲା ତା ପାଖକୁ । ସେ ମୋତେ ଜନ୍ମ ଦେଇଥିଲେ ତେଣୁ ସମ୍ଭବତଃ ତାଙ୍କର କିଛି ଏକାନ୍ତରେ ଆଲୋଚନା କରିବାର ଥିଲା ମୋ ସହ । ତେଣୁ ମୁଁ ମଧ୍ୟ ଚାଲିଥିଲି ତାଙ୍କ ଦେଉଳକୁ । ହଠାତ କିଛି ଲୋକ ଆସିଲେ ମୋ ପାଖକୁ , ବୋଉ କହେ ସେମାନେ ଆମ ପଡୋଶୀ । ମୋ ସଙ୍ଗରେ ମୋ ବାପା ବୋଉ ଙ୍କୁ ନଦେଖି ପଚାରିଲେ ,” ଆରେ ବୈଶାଖୀ ତୁ ଏକା ଏକା କୁଆଡେ ଚାଲିଛୁ ” । ଆଉ ମୁଁ ଉତ୍ତର ଦେଲି ,” ବାପା ବୋଉ ମନ୍ଦିରରେ ମୁଁ ତାଙ୍କ ପାଖକୁ ଯାଉଛି ” । ତାଙ୍କର ଟିକେ ସନ୍ଦେହ ହେଲା କାରଣ ମୋ ବେଶ କିଛି ଠିକ୍ ନଥିଲା ଗୋଟେ ପୋଷାକ ପିନ୍ଧିଥିଲି ଆଉ ମୁଣ୍ଡରୁ ପାଣି ଝରୁଥିଲା ତେଣୁ ସେମାନେ ମୋତେ ନେଇ ଆସିଲେ ଆମ ଭଡ଼ା ଘର ପାଖକୁ । ଆମେ ଫେରିଲା ବେଳକୁ ମୋ ବୋଉ ମୋତେ ଖୋଜି ଖୋଜି କାନ୍ଦୁଥିଲା ହଠାତ ମୋତେ ଦେଖି ଦେଇ କୋଳେଇ ନେଲା ଆଉ ଅଂକିଦେଲା ସ୍ନେହର ଚୁମ୍ବନ ସବୁ ।

ଆଜିବି ଭାବିଲେ ମୋତେ ଲାଗେ ଯଦି ମୁଁ ସେଦିନ ମନ୍ତ୍ରମୁଗ୍ଧ ହେଇ ସେମିତି ଚାଲି ଚାଲି ଦେଉଳ ପହଞ୍ଚିଯାଇଥାନ୍ତି ତେବେ ହୁଏତ ଆଜି ଅନ୍ୟ ଏକ ପରିଚୟ ହେଇଥାନ୍ତା ମୋର । ମୁଁ ହୁଏତ ଏବେ ପୁରୀ ବାସିନ୍ଦା ହେଇଥାନ୍ତି । କିନ୍ତୁ ହୁଏତ ସେଦିନ ବଡ଼ ଠାକୁର ଶୁଣି ପାରିଥିଲେ ମୋ ବୋଉର ଅନ୍ତର ର ଚିତ୍କାରକୁ ସେଥିଲାଗିତ ମୋତେ ଫେରେଇ ଦେଲେ ମୋ ବୋଉର କୋଳକୁ ପୁଣିଥରେ । ସେ ଦିନ ତାଙ୍କ ପାଇଁ ମୁଁ ମୋ ଜଗତଙକୁ ଆର୍ଥତ୍ ମୋ ବାପା ବୋଉ ପାଖକୁ ଫେରିଥିଲି । ଧନ୍ୟ ତୁମେ ପ୍ରଭୁ , ତୁମେ ତ ଭକତ ଭାବ ରେ ବନ୍ଧା 🙏🙏🙏

ରାଜଶ୍ରୀ ପରିଡ଼ା
ବଙ୍ଗାଳିଡାହୀ ,ପୁରୁଣିଆ ,ମୟୁରଭଞ୍ଜ ,୭୫୭୦୨୮
ମୋ. ନଂ. – ୭୩୨୬୦୦୬୦୩୯

Loading

2 thoughts on “ପଢନ୍ତୁ ରାଜଶ୍ରୀ ପରିଡ଼ା ଙ୍କ ଗଳ୍ପ ଅନୁଭୁତି ରେ ପ୍ରଭୁ ଶ୍ରୀ ଜଗନ୍ନାଥ

  1. ହୃଦୟରୁ ଆପଣଙ୍କୁ ଅନେକ ଧନ୍ୟବାଦ ଭାଇ । ଆମ ସମସ୍ତଙ୍କୁ ଏତେ ସ୍ନେହ ଏବଂ ଭଲ ପାଇବା ଦେଉଛ ,ଆମ ସମସ୍ତଙ୍କୁ ଏତେ ସୁନ୍ଦର ଉପହାର ଦେଉଛ । ଧନ୍ୟବାଦ ଭାଇ

Leave a Reply

Your email address will not be published. Required fields are marked *