March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ପଢନ୍ତୁ କଲ୍ୟାଣି ହୋତା ଙ୍କ ଗଳ୍ପ – ନେପଥ୍ୟ ନାୟକ ଜଗନ୍ନାଥ 

           ନେପଥ୍ୟ ନାୟକ ଜଗନ୍ନାଥ 

ହେ ବ୍ରହ୍ମ….ହେ ଜଗନ୍ନାଥ ….. ହେ ଜଗତକର୍ତ୍ତା …..

ତୁମେ ଏ ଜଗତ ର ପ୍ରତି ଟି ସ୍ପନ୍ଦନ ……
ଜୀବ ନିର୍ଜୀବ,ବୃକ୍ଷଲତା, ପଶୁପକ୍ଷୀ,କୀଟ ପତଙ୍ଗ,ଜଳଚର ସ୍ଥଳଚର,
ସୂକ୍ଷ୍ମ ସ୍ଥୂଳ,ଆକାର ନିରାକାର ସବୁଥିରେ ତୁମେ ପରିବ୍ୟାପ୍ତ।

::::::::::::ଯିଏ ଅସଂଖ୍ୟ ବ୍ରହ୍ମାଣ୍ଡ ର ପରିଚାଳକ ତାଙ୍କ ସ୍ଥିତି ବୁଝିବା ସାଧାରଣ ମଣିଷ ପକ୍ଷେ ଅସମ୍ଭବ।

::::::::::::::::: ତୁମେ ନିର୍ବିକାର…..ନିରାମୟ…..ଓ … ନିରାକାର
ସେଥିପାଇଁ ତ ବେଦ ରେ ତୁମକୁ ବର୍ଣ୍ଣନା କରାଯାଇଛି_

                   ଅପାଣି ପାଦ ଯବନ ଗ୍ରହୀତା
                     ପଶ୍ୟତ ଚକ୍ଷୁ ଶ୍ଵଶ୍ରୁଣାତ୍ୟ କର୍ଣ୍ଣ
                     ସର୍ବେତି ବିଦ୍ୟଂ ନ ଚ ତସ୍ୟତି ବେତା
                     ତମାରୂଢ୍ୟ ଗୁହ୍ୟଂ ପୁରୁଷମ୍ ମହାନ୍ତମ୍ “🙏🙏🙏

:::::::::::::::::ଭକ୍ତ ସହ ତୁମ ସମ୍ପର୍କ ଅବିରାମ ଓ ଅଛିନ୍ନ….. ଅତର୍କିତ ଓ ଅତଳସ୍ପର୍ଶୀ ।ତୁମ ଲୀଳା ଅପରିକଳ୍ପିତ ।

ହେ ସୃଷ୍ଟି ନିୟନ୍ତା …. ମୁଁ ତୁମ ସୃଷ୍ଟି ର ସାଧାରଣ ରୁ ଅତି ସାଧାରଣ ଜୀବ ଟେ ହୋଇ ତୁମ ଲୀଳା ବର୍ଣ୍ଣନା କରିବାକୁ ଯାଇ ଯଦି କିଛି ଧୃଷ୍ଟତା ଅବଲମ୍ବନ କରିଛି ତାହେଲେ ହେ ଦୟାସିନ୍ଧୁ….. ମୋତେ କ୍ଷମା କରିବେ
ଏତିକି ତୁମ ପଦଯୁଗଳେ ମୋ ଅନୁରୋଧ।

::::::::::::::::::୨୦୦୮ ମସିହା ଡିସେମ୍ବର ୧୨ ତାରିଖ ଦିନ ମୋ ସ୍ବାମୀ କଟକ ବଡ଼ ମେଡ଼ିକାଲରେ ଇହଲୀଳା ସମ୍ବରଣ କଲେ।ମୋ ସ୍ବାମୀ ଚାଲିଯିବା ବୋଧେ ପୂର୍ବ ନିର୍ଦ୍ଧାରିତ ଥିଲା। ସେଥିପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଞ୍ଚାଇ ପାରିନଥିଲେ। “ମର୍ତ୍ତ୍ୟ ମଣ୍ଡଳେ ଦେହ ବୋହି
ଦେବତା ହେଲେ ହେଁ ମରଇ” । କିନ୍ତୁ ସେହିଦିନ ଠାରୁ ଜଗନ୍ନାଥ ମୋତେ ବାହୁ ପ୍ରସାରି ଆଶ୍ରୟ ଦେଇଛନ୍ତି। ଏହା ମୁଁ ପ୍ରତିକ୍ଷଣ ରେ ଅନୁଭବ କରିଛି ଆଉ କରୁଛି ମଧ୍ୟ।🙏🙏🙏

ହେଲେ ଲେଖିବାକୁ ଭାଷା କି ଶବ୍ଦ ପାଉନାହିଁ।କଣ କିପରି ଏ ଲୀଳାମୟ ଙ୍କ ଲୀଳା ବର୍ଣ୍ଣନା କରିବି ?

ମୋ ସ୍ବାମୀ ବଞ୍ଚିବା ଆଶା ଯେତେବେଳେ ମୁଁ ହରାଇଥିଲି
ସେତେବେଳେ ଜଗନ୍ନାଥ ଙ୍କୁ କିଛି କହିଥିଲି।ହେ ଦୀନ ଦୟାଳୁ…..
ମୁଁ ଅରକ୍ଷିତ….ମୋ ଏତେ ବଡ଼ ବିପଦ ରେ ନା ତୁମେ ମୋ ପାଖରେ ଅଛ ନା ମୋ ପୁଅ ଦିଟା….. ମୁଁ ସମ୍ପୂର୍ଣ୍ଣ ଏକା….
ଘରଦ୍ଵାର, ବନ୍ଧୁ ସହୋଦର,ନାମ ବଢିମା ଆଉ ସମସ୍ତ ଲୋକ ସମ୍ପର୍କ କୁ ଛାଡି ଆମେ ଏଇଠି ଅସହାୟ ହୋଇ ପଡିରହିଛୁ।
ମୋ ସ୍ବାମୀ ଏତେ ବଡ଼ ନାମଜାଦା ଲୋକ ହୋଇ ଏଇଠି କେତେ ହୀନିମାନ ରେ ରୋଗଶଯ୍ୟାରେ ପଡିଛନ୍ତି। ତା’ପରେ ପରେ ଜଣେ ଭାଇ ଅଚ୍ୟୁତାନନ୍ଦ ପୀଠ ରୁ  ତୁଳସୀ ଆଣି ମୋତେ ଦେଇ କହିଲେ ଭଉଣୀ ଏ ତୁଳସୀ ତାଙ୍କ ପାଟି ରେ ଦେଇ ଦେ …. ଏଣିକି ଠାକୁର ଙ୍କ ଇଚ୍ଛା ।

ମୁଁ ଜଗନ୍ନାଥ ଙ୍କୁ କହିଲି ହେ ପ୍ରଭୁ ମୁଁ ନ କହିବା ପଯ୍ୟନ୍ତ ତୁମେ ମୋ ସ୍ବାମୀ ଙ୍କୁ ନେବନାହିଁ ଏକଥା ମୁଁ ଜାଣିଛି। କିନ୍ତୁ ଆଜି ମୁଁ ମୋ ଭାଗ୍ୟ ପାଖରେ ହାର ମାନିଯାଇଛି।ନେଇଯାଅ ମୋ ସ୍ବାମୀ ଙ୍କୁ 🙏 ।

 କିଛି ସମୟ ପରେ ଗୋଟେ ଦୀର୍ଘ ନିଃଶ୍ବାସ ଛାଡିଲେ।
ଦେଖୁ ଦେଖୁ ସମସ୍ତେ ଜମା ହୋଇ କହିଲେ ….ସେ ଚାଲିଗଲେ।…..
😭😭😭😭…..
            ସାଙ୍ଗେ ସାଙ୍ଗେ ସ୍ଵର୍ଗଦ୍ଵାର ନବାକୁ ପ୍ରସ୍ତୁତ ହୋଇଗଲେ। କିନ୍ତୁ ସେଦିନ କଣ ଷ୍ଟ୍ରାଇକ୍ ଥିଲା ବୋଲି ସ୍ଵର୍ଗ ଦ୍ଵାର କୁ ଯିବା ରାସ୍ତା ବନ୍ଦ୍ ଥିଲା। ସିଂହଦ୍ଵାର ଦେଇ ମୋ ସ୍ବାମୀ ସ୍ଵର୍ଗଦ୍ଵାର କୁ ଗଲେ।

ଆଉ ସେଦିନ ପୂର୍ଣ୍ଣିମା ଦିନ ୧୦.୩୦ ମିନିଟ ହୋଇଥିଲା।
ଶାସ୍ତ୍ରାନୁସାରେ ବିଦିତ ଅଛି ବୋଲି ମୁଁ ଏକଥା ଶୁଣିଲି ଯେ । ପୂଣ୍ଣିମାରେ (ଦିନବେଳା )ଯେଉଁ ଲୋକ ଙ୍କ ଦେହ ସ୍ଵର୍ଗ ଦ୍ଵାର ରେ ଦାହ ହେବ ସ୍ଵୟଂ ଜଗନ୍ନାଥ ଆସି ସେ ଆତ୍ମା ଙ୍କୁ ଦର୍ଶନ ଦେବେ…..ଆଉ ପ୍ରତି ପୂର୍ଣ୍ଣିମା ରେ ସେ ଜଗନ୍ନାଥଙ୍କ ଦର୍ଶନ ପାଇବେ ବୋଲି।
                     ମୁଁ ଯେମିତି ଗୁହାରୀ କରିଥିଲି ଜଗନ୍ନାଥ ସେପରି ମୋ ସ୍ବାମୀ ଙ୍କୁ ଗ୍ରହଣ କଲେ।ଆଉ ସେହି ଦିନରୁ ମୋ ସ୍ବାମୀ ଙ୍କ ଅନୁପସ୍ଥିତି
କୁ ପୂରଣ କରି ସର୍ବ ବାଧ୍ୟାବିଘ୍ନ ରୁ ଆମକୁ ଘଣ୍ଟ ଘୋଡାଇ ରଖିଛନ୍ତି 🙏।

ମୁଁ ବି ଥରେ ସ୍ଵର୍ଗଦ୍ଵାର ଯାଇ ଗୋଟେ ଜାଗାରେ ଠିଆ ହୋଇ ମୋ ଚାରିପଟେ ଗୋଲ୍ ବୁଲାଇ ନୀଳଚକ୍ର କୁ ସାକ୍ଷୀ ରଖି ୧୧ ଟଙ୍କା ସେ ଜାଗାରେ ପକାଇଲି ଆଉ କହିଲି ହେ ଜୀବ ଉଦ୍ଧାରକ….
ଏ ଜାଗାଟି ମୋ ପାଇଁ ସଂରକ୍ଷିତ ରହୁ ମୁଁ ତୁମକୁ ସାକ୍ଷୀ ରଖି କହିଛି।
ଏଇ ଜାଗା ରେ ମୋ ଦେହ ପାଉଁଶ ହେଉ ଆଉ କିଛି ଅନ୍ୟ ଆଶା ନାହିଁ ମୋର।ତୁମ ଦିବ୍ୟ ଆଭା (ଅରା) ରେ ମୋ ଦେହ ବିଲୀନ ହେଉ
ଏତିକି ମୋ ବିନମ୍ର ନିବେଦନ।ମନେ ମନେ ଭାବିଲି ଯୋଉଠି ମୋର ମୃତ୍ୟୁ ହେଲେବି ମୁଁ ସେହି ଜଗନ୍ନାଥ ଙ୍କ ପଦକମଳ ରେ ସମର୍ପିତା।
🙏🙏🙏🙏
       “ଶାନ୍ତାକାରମ୍ ଭୂଜଙ୍ଗ ଶୟନମ୍
                             ପଦ୍ମନାଭଂ ଶୁରେଶମ୍
        ବିଶ୍ଵାଧାରଂ ଗଗନ ସଦୃଶ୍ୟଂ
                             ମେଘବର୍ଣ୍ଣଂ ଶୁଭାଙ୍ଗମ୍
         ଲକ୍ଷ୍ମୀ କାନ୍ତଂ କମଳନୟନଂ
                           ଯୋଗୀ ବିଧାନ ଗମ୍ୟମ୍
       ବନ୍ଦେ ବିଷ୍ଣୁ ଭବଭୟ ହରଂ
                           ସର୍ବ ଲୈାକିକ ନାଥମ୍।।
  🙏🙏🙏🙏🙏🙏🙏🙏🙏🙏🙏🙏🙏🙏

                        ଜୟ ଜଗନ୍ନାଥ ଶରଣମ୍
           (କଲ୍ୟାଣୀ ହୋତା,ପାରାବେଢା,ଶ୍ରୀରାମ ନଗର,ଜୟପୁର, କୋରାପୁଟ)

                  

Loading

16 thoughts on “ପଢନ୍ତୁ କଲ୍ୟାଣି ହୋତା ଙ୍କ ଗଳ୍ପ – ନେପଥ୍ୟ ନାୟକ ଜଗନ୍ନାଥ 

  1. ଅଶେଷ ଅଶେଷ ଧନ୍ୟବାଦ୍ ମେମ୍। ଜଗନ୍ନାଥ ଆପଣଙ୍କ ମଙ୍ଗଳ କରନ୍ତୁ।

  2. Jay Jagannath.
    Se sunya puni purana brahma.
    Prati ti Odiya ra hrutspandan re Jagannatha otah protah bhabe jadita.
    Lekhati anubhabi Kalyani madam nka nijaswa anubhuti ru Heithiba ru Bes mana chuan heichhi. Sehi Pravu Sri Jagannathanka kruparu Tanka nikatare swiya marmika anubhuti prakasa kariparichhanti

    1. ଅଶେଷ ଅଶେଷ ଧନ୍ୟବାଦ୍ ମେମ୍। ଜଗନ୍ନାଥ ଆପଣଙ୍କ ମଙ୍ଗଳ କରନ୍ତୁ।

  3. ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ଯୋଗୁଁ ଆଜି ମୁଁ ମୋ ମନ ର ଭାବ ତଥା ଜଗନ୍ନାଥଙ୍କ ଅନୁଭୂତି କୁ ପ୍ରକାଶ କରିପାରିଲି ବିଶେଷ କରି ମନୋଜ ଭାଇ ଙ୍କୁ ବହୁତ ଧନ୍ୟବାଦ।

Leave a Reply to Christmas Cancel reply

Your email address will not be published. Required fields are marked *