October 27, 2021
11 11 11 AM
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*
*କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ*
*ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର*
*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ*
*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
Latest Post
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା* *କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ* *ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର* *ଟିକେ ଖରା ଟିକେ ଛାଇ – ନବ କୁମାର ଦାସ* *ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା* *ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana*

*ଗରିବର କୋହ – ମୁକ୍ତିରାଣୀ ଦେବତା*

        *ଗରିବର କୋହ*(କବିତା)✍️

                ମୁକ୍ତିରାଣୀ ଦେବତା

          ********************

ମିଛ କର୍ତ୍ତବ୍ୟର ଦ୍ୱାହିଦେଇ ସର୍ବେ

ଦେଖାନ୍ତି ସଭିଁଏ କେତେ ଯେ ଆଳ

ଗରିବଲୋକରେ ଗଣା ଆମେ ବନ୍ଧୁ

ନାହିଁ ଆମ ପାଶେ ଚୁଲି କି ଚାଳ ।।

ଅଭାବପୀଡାରେ ସନ୍ତୁଳିତ ହୁଏ

ଦୁଃଖୀଟିର ଖାଲି ଦେହ ଓ ମନ

କିଏ ବା କାହିଁକି ଆମକୁ ଚିହ୍ନିବ

ଆମେ ରଖିନାହୁଁ ପୁଳାଏ ଧନ ।।

ସବୁ ସରକାରୀ ଯୋଜନା ତ ଭାଇ

ଆମରି ଲାଗି ଯେ ଅଟେ ଅପହଞ୍ଚ

ନେତାଏ ମାରନ୍ତି ଶୁଖିଲା ଭାଷଣ

ଲୋଡାଖାଲି ତାଙ୍କୁ ହୁଏରେ ମଞ୍ଚ ।।

ଦାନାକନାର ଯେ ଦିଶଇ ଅଭାବ

ମିଳେନାହିଁ ଖାଲି ମୁଠାଏ ଅନ୍ନ

ସ୍ୱଭାବକୁ ଆଉ କିଏ ବା ପଚାରେ

ଦେଖନ୍ତି ସବୁଠି ରଙ୍ଗ ଓ ବର୍ଣ୍ଣ ।।

ବିଳାସବ୍ୟସନ ସାତସ୍ୱପ୍ନ ଲାଗେ

କପାଳେ ଜୁଟେନି ତିଳେ ଆରାମ

ଦଇବ ଲେଖିଛି ଭାଗ୍ୟକୁ ଆମରି

ପୂର୍ବଜନ୍ମରେ କି ଯେ କଲୁ କରମ ।।

ଶୋଷଣ ହେଉରେ ପ୍ରତିଟି ସ୍ଥାନରେ

ନାହିଁ ତ ଆମର ମାନସମ୍ମାନ

ଇଜ୍ଜତ ମହତ ଚୁଲିକି ଗଲାଣି

ହରାଇଛୁ ଆମେ ଆମରି ମାନ ।।

ଦେହ ଢାଙ୍କିବାକୁ ମିଳେନାହିଁ କନା

ଲାଜସରମରେ ଯାଉରେ ମରି

ଦୁଃଖ ଯେ ଆମର ଅଟେ ସହଚରୀ

ମଲାଯାଏ ସେ ତ ଯାଏନି ସରି ।।

ଚାକିରୀ ଆମର ଭାଗ୍ୟକୁ ଜୁଟେନି

ଲୋଡନ୍ତି ସବୁଠି ସଭିଁଏ ଅର୍ଥ

ଗରିବ ବୋଲିକି ଘୃଣାମିଳେ ଖାଲି

କାହାକୁ କହିବା ଅଟଇ ବ୍ୟର୍ଥ ।।

ଆମ ଲୁହଦେଖି କାଳିଆସାଆନ୍ତ

ଦିଏ ନାହିଁ କେବେ ଆମକୁ ଧରା

ରତ୍ନସିଂହାସନେ ବିରାଜିଛି ଜଗା

ଏତେ ନିଷ୍ଠୁର ସେ ହୋଇଛି ପରା ।।

କରୁଛୁ ମିନତି ବ୍ରହ୍ମାଣ୍ଡଗୋସାଇଁ

ଦରଶନ ଥରେ ଦିଅହେ ପରା

ତୁମ ପାଦପଦ୍ମେ ଆଶ୍ରାଦିଅ ପ୍ରଭୁ

ବିଧ୍ୱଂସ ହେଲାଣି ଆଜି ଏ ଧରା ।।

*********************

   ମୁକ୍ତିରାଣୀ ଦେବତା

 

 37 total views,  1 views today

Leave a Reply

Your email address will not be published. Required fields are marked *