October 27, 2021
11 11 11 AM
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
*Peace – Dr. Laxmikanta Dash*
*ସମୟ – ସୀମାଞ୍ଚଳ ପଣ୍ଡା*
*ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା*
*ଯଜ୍ଞଜା-ମମତା ଶତପଥୀ*
*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*
*ମୁଠାଏ ଭାତ – ସଂଯୁକ୍ତା ସାହୁ*
*ଆମେ ଶୀତର ମିତ – ପ୍ରିୟମ୍ବଦା ରାଉତ*
*ଗୌରବ – ବିନୋଦିନୀ ଦାଶ*
Latest Post
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana* *Peace – Dr. Laxmikanta Dash* *ସମୟ – ସୀମାଞ୍ଚଳ ପଣ୍ଡା* *ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା* *ଯଜ୍ଞଜା-ମମତା ଶତପଥୀ* *ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ* *ମୁଠାଏ ଭାତ – ସଂଯୁକ୍ତା ସାହୁ* *ଆମେ ଶୀତର ମିତ – ପ୍ରିୟମ୍ବଦା ରାଉତ* *ଗୌରବ – ବିନୋଦିନୀ ଦାଶ*

*ଶାନ୍ତି କେଉଁଠି – ନବ କୁମାର ଦାସ*

 

 

                 *ଶାନ୍ତି କେଉଁଠି ..?*

      *************************

                *ନବ କୁମାର ଦାସ*

                *************

ସବୁ ଏଇ ଭୂମି ପରେ

ତୋ ଠାରେ ,ମୋ ଠାରେ ,ତା ଠାରେ

ଖୋଜି ବୁଲନ୍ତି ଶାନ୍ତି ….

ଶାନ୍ତି ଯେଉଁଠି ଏକ

ବିପରୀତ କ୍ରିୟା ଭ୍ରାନ୍ତିର …

ମନର ପରିଧିରେ ଆୟୋଜିତ ପ୍ରକଳ୍ପ

କିଛି ଉପଲବ୍ଧି , ଆତ୍ମାନୁଭବ,ଅନୁସନ୍ଧାନ …ll

 

ଶାନ୍ତି କିନ୍ତୁ , ଲୁଚି ରହିଥାଏ

କୁନି ପିଲାର ଅବୁଝା ପଣରେ ,ଅଝଟରେ

ମାଆର ପଣତରେ

ବାପାଙ୍କ ଚିରା ଗାମୁଛାର ଝାଳରେ

ଭାଇ , ଭଉଣୀର ସ୍ନେହ ମମତାରେ

ବନ୍ଧୁର ଦରୋଟି କଥାରେ

ପତି , ପତ୍ନୀର ପ୍ରେମରେ , ହସରେ , ଗପରେ …ll

 

ଶାନ୍ତି ନୁହେଁ ଏକ

ଅସମ୍ଭବ ବିଳାପ , ଯେଉଁଠି

ଦୁଇ ପତ୍ର ମଧ୍ୟ ଦେଇ ବାହୁଥିବା ବାଆ

ନଦୀ ଗର୍ଭରେ ଯାଉଥିବା ନାଆ

ଆକାଶର ନୀଳିମାରେ ଉଡୁଥିବା

ପକ୍ଷୀର ରାଆ

ସବୁ ଯେମିତି ଶାନ୍ତିର ସର୍ଜନା

ସର୍ଜନା ପୁଣି ଆନନ୍ଦର

ଚିର ଦିନର ….ଚିର ଦିନର ….

****************

     *ନବ କୁମାର ଦାସ*

 

 

 

 55 total views,  2 views today

Leave a Reply

Your email address will not be published. Required fields are marked *