October 27, 2021
11 11 11 AM
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
*Peace – Dr. Laxmikanta Dash*
*ସମୟ – ସୀମାଞ୍ଚଳ ପଣ୍ଡା*
*ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା*
*ଯଜ୍ଞଜା-ମମତା ଶତପଥୀ*
*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*
*ମୁଠାଏ ଭାତ – ସଂଯୁକ୍ତା ସାହୁ*
*ଆମେ ଶୀତର ମିତ – ପ୍ରିୟମ୍ବଦା ରାଉତ*
Latest Post
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana* *Peace – Dr. Laxmikanta Dash* *ସମୟ – ସୀମାଞ୍ଚଳ ପଣ୍ଡା* *ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା* *ଯଜ୍ଞଜା-ମମତା ଶତପଥୀ* *ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ* *ମୁଠାଏ ଭାତ – ସଂଯୁକ୍ତା ସାହୁ* *ଆମେ ଶୀତର ମିତ – ପ୍ରିୟମ୍ବଦା ରାଉତ*

*ଗାନ୍ଧୀ ତୁମେ ବନିଯାଅ – ଅମିତ୍ କୁମାର ସାହୁ*

*ଗାନ୍ଧୀ ତୁମେ ବନିଯାଅ* 

  ଅମିତ୍ କୁମାର ସାହୁ

*********************

ତୁମ ଜନ୍ମ ଦିବସରେ

ମୁଁ’ ମୁଖରିତ,

ତୁମ ଅପେକ୍ଷାର କବିତାରେ

ମୁଁ’ ଗର୍ବିତ,

କିନ୍ତୁ, ବାସି ଜୟନ୍ତୀରେ

ମୁଁ’ ଜର୍ଜରିତ…

 

ତୁମ ଫେରିବାକୁ ନେଇ କବିତା

ତୁମ ଜୟ ଗାନର ସ୍ୱର

ତୁମ ଆଦର୍ଶର ଅଣ୍ଟା ଭିଡା ଶପଥ

ତୁମ ଘଡିରେ ନୂଆ ଘଡିର ବଜ୍ର ଭାଷଣ

କିନ୍ତୁ ଦୁଇ ତାରିଖ ପରେ ସବୁକିଛି ଶୋଷଣ,

 

ତୁମେ ଫେରିବାର ନାରା ବାଜି

ଗାନ୍ଧୀ ତୁମେ ଫେରିବକି!, ଫେରିଆସ

ଭଳି ଭେଳିକି, ଉଚ୍ଚ ସ୍ୱର,ଭାଷଣ

କବିତା, ପ୍ରବନ୍ଧ, ଗଳ୍ପ, ତର୍କର ଉଚ୍ଚାରଣ

କିନ୍ତୁ ଦିନଟି ପରେ ଭସ୍ମୀଭୂତ

ଯେମିତି ବାରୁଦ ଭର୍ତ୍ତି କାଗଜ ବାଣ,

 

ଗଢିବାକୁ ତୁମ ସ୍ବପ୍ନର ସହର

ତୁମେ ଫେରିବନି’ ଜାଣେ ଏ ସଂସାର,

ସେଥିପାଇଁ ବୋଧେ ଗୋଟିଏ ଦିନ ହିଁ କରେ

ତୁମେ ଫେରିଆସ ବୋଲି ମିଛ ପ୍ରହସନ,

ସତରେ ଚାହେଁନି ତୁମ ଫେରିବାର ସନ୍ଧାନ..

 

ସେ ଚାହିଁଥିଲେ ଗାନ୍ଧୀ ତୁମେ ଫେରିଆସ ବଦଳେ

ଗାନ୍ଧୀ ତୁମେ ବନିଯାଅର ଶୁଭିଥାନ୍ତା ଧ୍ୱନି,

ବଦଳିବା ବଦଳାଇବାର ଉଠିଥାନ୍ତା ଆହ୍ୱାନ

ଅପେକ୍ଷା ରଖନ୍ତାନି ତୁମ ଫେରିବାର ବାଟ

ଗଢ଼ି ଚାଲିଥାନ୍ତା ଅହିଂସାର ହାଟ,

ବିକ୍ରି କରିଥାନ୍ତା ତୁମ ଆଦର୍ଶ, ସଂସ୍କାରର ପେଢ଼ି

ପୂର୍ଣ୍ଣ କରିଥାନ୍ତା ତୁମ ସ୍ବପ୍ନର ସାମ୍ରାଜ୍ୟ..

 

କିନ୍ତୁ ନା’ ସେ ଚାହେଁନି

ସେଥିପାଇଁ ତ ତୁମ ଜୟନ୍ତୀରେ କେତେ ପ୍ରହସନ,

 

ହେ କବି, ଗାଳ୍ପିକ, ଭାବୁକ, ବକ୍ତା, ଶ୍ରୋତା, ଜନତା

ଆଉ କେତେ ଦିନ!!!

ଏବେ ସମୟ ଶିଖିବାର ଆଉ ଶିଖେଇବାର..

ଗାନ୍ଧୀ ଫେରି ଆସର ସ୍ୱର ବଦଳାଇ

“ଗାନ୍ଧୀ ତୁମେ ବନିଯାଅ” ଆହ୍ୱାନକୁ ସ୍ୱୀକାର…

    *****************

 *ଅମିତ୍ କୁମାର୍ ସାହୁ (ଛାତ୍ର)* 

 

 48 total views,  1 views today

Leave a Reply

Your email address will not be published. Required fields are marked *