🍃😒 ଜରାଜୀର୍ଣ୍ଣ ବାସ୍ତବତା 😒🍃
🍃😕ସୁଭଦ୍ରା ବେହେରା 😏🍃
ସୁଖର ତଟିନୀ ଧାରେ ମେଞ୍ଚା ମେଞ୍ଚା ହସ
ବିସ୍ତୃତ ବେଳାଭୂମିର ବିକ୍ଷିପ୍ତ ଏ ରହସ୍ୟ
ଚୁନା ଚୁନା ତାରକା ମେଳେ ଦିଗନ୍ତ ବିସ୍ତାରି
କରେ ଜରାଜୀର୍ଣ୍ଣ ବାସ୍ତବତା ଅଟ୍ଟହାସ୍ୟ।।
ଓଃ କି ବିକଟାଳ ସେ କୁତ୍ସିତ ହାସ୍ୟ ଚିତ୍କାର!
ସତେ ଅସହାୟ ଏଠି ମନ ଆଉ ପ୍ରାଣ
ସୁଖ ସାଉଁଟିବାର ଅପଚେଷ୍ଟା ଆଜି….
ହୃଦେ ଭରେ ଅସହ୍ୟ କଷ୍ଟ ଦାରୁଣ।।
ପ୍ରଭାତ ଆସରେ ସିନ୍ଦୁରବୋଳା ନଭେ
ଉଦିତ ସୁରୁଜର ଅପରୂପ ଶୋଭାଯାତ୍ରା
ବିହଙ୍ଗର କିଚିରି ମିଚିରି ମିଠା ସ୍ୱରରେ
ବରଣୀ ହୁଏ ଆଶା ଆଲୋକର ଝାପସା ସ୍ମୃତି….
ଇଛା ଆଉ ପ୍ରାପ୍ତି ମଧ୍ୟରେ ତ ଯୋଜନ ଯୋଜନ ଦୂରତ୍ୱ….
କାଣିଚାଏ ସ୍ୱପ୍ନ ତ ଏଠି ହରାଇ ଅସ୍ତିତ୍ବ ପାଏ ସମାଧି,
ଏ ହୃଦୟର ଭୂଖଣ୍ଡ ତ ଶୁଷ୍କ ମରୁଭୂମି
ମରୀଚିକା ଭ୍ରମରେ ସଭିଏଁ ବାୟାଣୀ।
ମେଘବଲ୍ଲରୀର ଆଶାରେ ମୟୂରୀ
ପୁଚ୍ଛ ମେଲି ରଖେ ଉଦୁଉଦିଆ ଖରାଟାରେ,
ଆଶା ତାର ବର୍ଷା ଛିଟାର,
ପାଏ ରୁଦ୍ର ତାଣ୍ଡବର ପ୍ରଚଣ୍ଡ ପ୍ରକୋପ ତାତି..।
କାମନାର ସୂତାଖିଅ ଯୋଖିଯୋଖି
ଝୁଲୁଥିବା ଏ ପ୍ରାଣପକ୍ଷୀ
ଛନ୍ଦି ହୁଏ ପୁଣିଦେଖ
ସତ୍ଵ ରଜ ତମ ତ୍ରିଗୁଣରେ
କେବେ ଝଡେ କଣ୍ଟା ବାଡ଼ରେ ତ
କେବେ କେବେ ପରିପୂର୍ଣ୍ଣ ଲତାଡାଳରେ।
ଅବ୍ୟର୍ଥ ସିଦ୍ଧି ସାଧନା କଣ ସଭିଙ୍କ କାମନା?
କିନ୍ତୁ ସେ ସାଧନାର ସିଦ୍ଧ ଯୋଗିନୀ ତ’
ଯୋଗମାୟା ଜନନୀଙ୍କ ବରପୁତ୍ରୀ!!!
ଶରତର ନିର୍ମଳ ଆକାଶ ପରି ହୁଅନ୍ତାକି ହୃଦୟ..
ନଦୀଧାରେ କାଶତଣ୍ଡି ଭଳି ଶୁଭ୍ର !!
ସହଜେ ଅନୁଭବି ପାରନ୍ତା..
ଏ ଶୂନ୍ୟ ବ୍ରହ୍ମାଣ୍ଡର ଉତ୍ପତ୍ତି ଆଉ ବିଲୁପ୍ତିର
ନୈସର୍ଗିକ ଶୋଭା ଧାରାକୁ
ହେଲେ ଏ କଣ!!
ହଜାଉ କାହୁଁ ଆମେ ନିଜକୁ ଅମାବାସ୍ୟା ରାତିରେ ନକ୍ଷତ୍ର ଦେଶରେ
ଗହନ ଗୋପନ ସଦୃଶ୍ୟ
ବିଲୁପ୍ତିର ଚିତ୍ରାଙ୍କନର ପ୍ରାରମ୍ଭ ବିନ୍ଦୁରେ
ଗୁମୁରି କାନ୍ଦେ ପୁଣି ଏ ପ୍ରାଣ ନିତ୍ୟ ଏକାନ୍ତରେ।
ଅଣ ଆୟତ ଭାବ ତରଙ୍ଗର ଢେଉ ରେ
ଭାସିଚାଲେ ଏ ପକ୍ଷୀ ଅସହାୟ ଭାବରେ…
ହଁ ତ ଶେଷ ପରିଚ୍ଛଦ ଅଛି ଅନତି ଦୂରରେ….
ମୁଁ ପରକ୍ଷିଛି ମୋର ସୂକ୍ଷ୍ମ ଅନୁଚେତନାରେ
ମାଟି ଠୁ ଆକାଶ ର ଦିବ୍ୟ ପରିବ୍ୟାପ୍ତ
ଅନୁଭବିଛି ମୋ ନିରୁପାୟର ବେଦନାକୁ,
ନିୟତୀର ଅଟ୍ଟହାସ୍ୟର ଧାରାକୁ…
ଆଜି ଏ କେଉଁ କୋଣମୋଡେ ଜୀବନ
ଆଖି ସାମ୍ନାରେ ସାଂସାରିକ ମୋହର ତାଡନା,
ଏ ସର୍ବଂସହା ହୃଦୟ ଆକାଶକୁ
ଲହୁରେ ଭିଜେଇ ଦିନେ ଭରିବ ଅସହ୍ୟ ଯନ୍ତ୍ରଣା।।
କର୍ତ୍ତବ୍ୟ ପଥେ ଇଙ୍ଗିତ ହୁଏ କର୍ମବିବରଣୀ
ନିସ୍ତାର ମିଳୁଛି କାହୁଁ ଏ ଛଟ ପଟ ଆବେଗରୁ!
ଆତ୍ମା ପଟଧାରେ ମୋହର ମାୟା ବିସ୍ତାର
କିଏବା ଦେଖି ଅଛି ଶେଷ ପରିଚ୍ଛେଦ…
ମନେ ତ ସ୍ମରଣେ ମୁଇଁ ନିତ୍ୟ
ସାୟାନ୍ତନ ତ ଅଛି ଓ ସେଇ ଅନେକ ଦୂରେ.. !!!
ମୋହ ଫାସ’ କବିତାରୁ ଆରମ୍ଭ ଥିଲା ମୋର ଯାତ୍ରା କିଛି ଭିନ୍ନ ଭାବରେ ଲେଖିବାର, ଆଉ ଆଜି ଶେଷ କରିବାକୁ ଇଚ୍ଛା କରି ସର୍ବମୋଟ ୪୦ ଟି ଏହି ଧରଣର କବିତା ଲେଖା ସାରିଦେଲି।ଆଉ ଶେଷ ତଥା ୪୦ ନମ୍ବର କବିତାଟି ହେଲା ‘ଜରାଜୀର୍ଣ୍ଣ ବାସ୍ତବତା’।
ଏଇ କବିତା ଗୁଡ଼ିକ ମଧ୍ୟରୁ କିଛି କିଛି ସାପ୍ତାହିକ ଆଉ ମାସିକ ପତ୍ରିକା ରେ ମଧ୍ୟ ବାହାରି ସାରିଛି।
୬ ମାସ ମଧ୍ୟରେ ୪୦ କବିତା ଲେଖିବାରେ ସତରେ ଅନେକ ରାତି ଅନିଦ୍ରା ରହିବାକୁ ପଡ଼ିଥିଲା। ଜାଣିନାହିଁ କେତେ ଆତ୍ମ ସନ୍ତୋଷ ମିଳିଛି ମୋତେ ମାତ୍ର…..
ଏ ସବୁ କାମ ଛାଡି ପଢାରେ ଅଧିକ ଧ୍ୟାନ ଦେ’ ତୁ ..😒 ବହୁବାର ଶୁଣି ବାକୁ ପଡ଼ିଥିଲା ମୋତେ 😔 କିନ୍ତୁ ମୋର ଜିଦ୍ ଥିଲା ଯାହା ହେଉ ପଛେ ବହୁତ ଶିଘ୍ର ସାରିବି ମୁଁ ଆଉ ୬ ମାସ ବିତ ଲାଗିଗଲା…
ସତରେ କଣ ଏଗୁଡ଼ିକ ବେକାର କାମ ନା କ’ଣ?
ସେ ଯାହାବି ହେଉ ମୋତେ ଲେଖିବାପାଇଁ ଇଛା ହେଲେ ନିଜେ ନିଜ କୁ ମଧ୍ୟ ଅଟକାଇ ମୁଁ ପାରେନାହିଁ , ଅନ୍ୟମାନଙ୍କ କଥାକୁ କେତେବେଳେ ଶୁଣିବି ଯେ!!!
କାହାକୁ ଭଲ ଲାଗୁ କି’ ନ ଲାଗୁ । ମୋର ଏହା ପସନ୍ଦ ଆଉ ଏହା ମୋ ପାଇଁ ଯଥେଷ୍ଟ 😌😌😌
ବାପ୍ ରେ ଆଉ ଏମିତି ଜିଦ୍ କରିବାର ଆବଶ୍ୟକତା ନାହିଁ 😁
😕🥲😆😁😁😁😁😁😁😁😁😁
✍️ସୁଭଦ୍ରା ବେହେରା।
995 total views, 1 views today
Your manner of describing every little thing On this paragraph is actually enjoyable, Each one can very easily concentrate on it, Many thanks a lot. asla.munhea.se/map10.php mat och h?¤lsa
thanks very interesting blog!
สำหรับคนกำลังอยากเป็นนักปั่นสล็อตมือใหม่หรือมืออาชีพ ที่กำลังสนใจslot
vipและกำลังหาเว็บสล็อตที่ถูกใจและเปิดให้บริการเล่นสล็อตตลอด 24 ชั่วโมง โดยเป็นเว็บที่เว็บเดียวรวมทุกค่ายสล็อตอย่างเช่นSLOTPG ให้เพื่อนๆทุกท่านได้สนุกสนานเพลิดเพลินแถมยังได้เงินออกมาใช้อีกด้วย โดยเรานั้นมี สล็อตออนไลน์ให้เลือกเล่นมากกว่า 200 เกมส์และรูปแบบการเล่นมากกว่า 1,
000 รูปแบบ โดยทุกท่านนั้นสามารถร่วมสนุกกับสล็อตออนไลน์ ได้อย่างเต็มที่ไร้ขีดจำกัดในการเล่น โดยทางเรานั้นเปิดให้บริการเกมสล็อตบนระบบอินเตอร์เน็ต โดยเพื่อนๆนั้นสามารถเล่นได้ทั้งคอมพิวเตอร์และมือถือเพราะเกมสล็อตออนไลน์ของเรานั้นเป็นสล็อตมือถือ ที่สามารถเล่นได้ทุกที่ทุกเวลา ตลอดทั้งวัน โดยทางสล็อตของเรานั้นมาพร้อมระบบทดลองเล่นสล็อตเครดิคฟรีไม่ต้องฝากเงินไม่ต้องแชร์ ให้เพื่อนๆได้เปิดประสบการณ์สัมผัสslot gameได้อย่างเต็มประสิทธิภาพ แถมเรานั้นยังมีฝาก-ถอน
อัตโนมัติรวดเร็วทันใจภายในไม่กี่วินาที
สามารถทำธุรกรรมฝากถอนAUTOได้ด้วยตัวเองโดยไม่ต้องแจ้งสลิปผ่านแอดมิน สามารถร่วมสนุกกับSlotonlineจากค่ายสล็อตซุปเปอร์ได้ตลอด 24 ชั่วโมง ยังไม่พอทางเรามีบทความข่าวสารสล็อตที่เกี่ยวกับสล็อตไม่ว่าจะเป็นเรื่องสูตรสล็อตให้เพื่อนๆได้ทำความเข้าใจและเพิ่มโอกาสในการชนะเงินรางวัลจากเกมสล็อตได้มากขึ้น พร้อมมีSlotที่เป็นสล็อตแตกง่าย 2021ที่มีแจ็คพอตและโบนัสเยอะมากๆ สามารถร่วมสนุกกับslot machineได้แล้ววันนี้เพียงแค่ สมัครสมาชิกเกมสล็อตกับทางเว็บหลักสล็อตก็สามารถเล่นSlot Onlineได้อย่างเต็มที่ และทางเรามีโปรโมชั่นสล็อตต่างๆมากมายทั้งสมาชิกเก่าและสมาชิกใหม่ ตลอด 24 ชั่วโมง พลาดไม่ได้!!!
ทางเรานั้นได้เปิดบริการทางเข้าเกมสล็อตออนไลน์ สำหรับเพื่อนๆทุกท่าน เปิดประสบการณ์ใหม่กับการเล่นสล็อตออนไลน์ ที่ไม่เคยมีที่ไหนมาก่อน เว็บไซต์พนันสล็อต ยินดีให้บริการเพื่อนๆทุกท่าน
Here is my blog post; สล็อตเว็บตรง
I do imagine the many concepts you may have launched on your write-up. They’re really convincing and will definitely work. Even now, the posts are way too quick for newcomers. May possibly you be sure to lengthen them just a little from up coming time? Thanks for that post