*ଅଚ୍ୟତ ବର୍ଣ୍ଣିତ ମୋ ଗାଆଁ*
ଭାସ୍କର ରାଉତ
—————————-
ଅଚ୍ୟୁତ ବର୍ଣ୍ଣିତ *ମୋ ଗାଆଁ* ସେହିତ
କଳିଯୁଗ ଲୀଳା ଭୂଇଁ
କାଇଜଙ୍ଗ ବଣ ପୂରୁବ ଭାଗରେ
ଗିରିଧାରୀ ମଠ ଯହିଁ।
ଉତ୍ତର ପାରୁଶେ ଗୁପତେ ଯମୁନା
ନଦୀଟି ଯାଉଛି ବହି
ଗୁପ୍ତ ବୃନ୍ଦାବନ ଗିରିଧାରୀ ମଠ
ଗିରିଧାରୀ ପୂଜା ପାଇ।
ରହିଛି ଉଆସ ପ୍ରଭୁ ହୃଷିକେଶ
ଜନମ ଲଭିବେ ତହିଁ
ସାହାଡ଼ା ମୂଳରେ ଅନନ୍ତ ଗାଦିରେ
ଅନନ୍ତ ରହିଛି ଚାହିଁ।
ପୂରୁବ ସାଧନା ପୂରୁବ ବାସନା
ବଳରେ ଗୋପୀ ଗୋପାଳ
ଜନ୍ମି ନାନା କୁଳେ ମିଳିବେ ସକଳେ
ହୋଇବ ଭକ୍ତଙ୍କ ମେଳ।
ସେଠୁ ବିସ୍ତାରିବ *ମୋ ସଂସ୍କୃତି* ଭାବ
କଳିଯୁଗ ଲୀଳା ଖେଳା
ଶେଷ ଅବତାର ହୋଇବେ ଠାକୁର
ଲାଗିବ କଳକୀ ଲୀଳା।
ବ୍ରହ୍ମ ଏକାକ୍ଷର କରିବେ ପ୍ରଚାର
ଉଡ଼ାଇ ଅନନ୍ତ ଧ୍ବଜା
ଏଡ଼େ ଭାଗ୍ୟମୋର ହୋଇବକି ସତେ
କରିଥାନ୍ତି ପାଦ ପୂଜା।
ବସିଅଛି ଚାହିଁ ଦେଖିବାର ପାଇଁ
ମୋ ପାପୀ ଶରୀର ନେଇ
ଧରମ *ସଂସ୍କୃତି* ହୋଇବ ସୁରକ୍ଷା
ଆସିଲେ କଳା କହ୍ନାଇଇ।
************
ଦେବମାୟା ଭବନ
283 total views, 2 views today