March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଅକୁହା ପ୍ରେମ..– ଜିତୁ ଗିରି*

ଅକୁହା ପ୍ରେମ..

ଖରାଦିନ ଛୁଟିରେ ମାମୁଁ ଘରକୁ ଆସିଥାନ୍ତି, ମାମୁଁ ଫେରିବା ଦିନ ଜିତୁ ମାମୁଁଙ୍କ ଘରକୁ ଯିବା ପାଇଁ ଜିଦ୍ ଧରି ବସିଲା, ତେଣୁ ମାମୁଁ ତାକୁ ସାଙ୍ଗରେ ନେବାପାଇଁ ରାଜିହୋଇଗଲେ । ଜିତୁର ଘରଠାରୁ ତା ମାମୁଁଙ୍କ ଘର ପାଖାପାଖି ତିନି ମାଇଲ୍ ହେବ । ସେମାନେ ଦୁହେଁ ସାଇକେଲରେ ବାହାରି ପଡିଲେ । ଜଙ୍ଗଲ ରାସ୍ତା ହୋଇଥିବାରୁ ଧୀରେ ଧୀରେ ଯାଉଥାନ୍ତି ।

କିଛି ବାଟ ଗଲା ପରେ ଜିତୁକୁ ଶୋଷ କଲା । ବାଟରେ ଗୋଟେ ଛୋଟିଆ ଗାଁଟେ ପଡିଲା । ସେହି ଗାଁରେ ଜିତୁ ମାମୁଁଙ୍କର ଜଣେ ସମ୍ପର୍କୀୟ ଥିଲେ, ତାଙ୍କ ଘରକୁ ଗଲେ । ଖରାଦିନ ହେଇଥିବାରୁ ସେହି ଘର ଲୋକ ଲେମ୍ବୁ ସର୍ବତ କରି ପିଇବାକୁ ଦେଲେ । ଜିତୁର ମାମୁଁ ସେହି ଘର ଲୋକଙ୍କ ସହ କଥାରେ ଏକଦମ ମଜ୍ଜିଗଲେ । କିନ୍ତୁ ଜିତୁ ବସି ବସି ବିରକ୍ତ ହୋଇଯିବାରୁ ବାହାରକୁ ପଳେଇଆସିଲା ।

ଜିତୁ ବହାରକୁ ଆସି ଦେଖିଲା ଆମ୍ବ ଗଛ ତଳେ ଖଟ ପକେଇ ଗୋଟେ ସୁନ୍ଦରୀ ଝିଅଟେ ପାଠ ପଢୁଛି । ସେଭଳି ସୁନ୍ଦରୀ ଝିଅ ସେ ତାଙ୍କ ଅଞ୍ଚଳରେ ପୂର୍ବରୁ କେବେ ଦେଖିନି । ସେ ଝିଅକୁ ଦେଖି ତା ମନରେ ଅନ୍ୟ ପ୍ରକାର କିଛି ଅନୁଭବ ହେଲା ପୁଣି ଖରାଦିନିଆ ସୁଲୁସୁଲିଆ ପବନ ତା ଦେହରେ ମାଡ଼ ହୋଇ ଜିତୁକୁ ଆହୁରି ରୋମାଞ୍ଚିତ କରିଦେଲା । ତେଣୁ ଜିତୁ ସେହି ଝିଅଟିକୁ ଏକ ଲୟରେ ଚାହିଁ ରହିଲା । ଝିଅଟି ମଧ୍ୟ ଜିତୁକୁ ଦେଖି ଟିକେ ଟିକେ ଲାଜ କରି ମୁହଁକୁ ତଳକୁ ପୋତି କଣେଇ କଣେଇ ଅନାଉଥିଲା ।

କିଛି ସମୟ ପରେ ମାମୁଁଙ୍କର ଡାକ ଆସିଲା ଯିବାପାଇଁ । କିନ୍ତୁ ଜିତୁର ଆଉ ଇଚ୍ଛା ହେଉନଥାଏ ତା ମାମୁଁଙ୍କ ଘରକୁ ଯିବାପାଇଁ । ସେଠି ଆଉ କିଛି ସମୟ ରହିଯିବା ପାଇଁ ତା ମନ କରୁଥାଏ ।

ସାଇକେଲରେ ଜିତୁ ଆଉ ତା ମାମୁଁ ଦୁହେଁ ବାହାରି ପଡିଲେ । ଯିବା ବାଟରେ ଜିତୁ ମାମୁଁଙ୍କୁ ଆନେକ ପ୍ରଶ୍ନ ପଚାରୁଥିଲା । ଯେମିତିକି ସେ ଘର ସହ ତମର ସମ୍ପର୍କ କଣ, ସେ ଝିଅଟି କିଏ, ସେ କୋଉ ଶ୍ରେଣୀରେ ପାଠ ପଢୁଛି, ଏମିତି ଅନେକ କିଛି । ମାମୁଁ ଜିତୁର ଏଭଳି କଥା ଶୁଣି ହସି କି କହିଲେ, ସେ ମୋର ଜଣେ ସାଙ୍ଗର ଘର । ତୁ ଯୋଉ ସେହି ଝିଅକୁ ଦେଖିଲୁ ସେ ହେଉଛି ମୋ ସାଙ୍ଗର ବଡ ଭାଇଙ୍କ ଝିଅ । ତା ନାଁ ହେଉଛି ପିଙ୍କି । ସେ ତୋରି ବୟସର, ଦଶମ ପରୀକ୍ଷା ଦେଇଛି ।

କିଛି ମାସ ପରେ ଜିତୁର ପରିବାର ଭୁବନେଶ୍ୱର ପଳେଇ ଆସିଲେ । ଜିତୁର ଯୁକ୍ତ ଦୁଇ ପାଠପଢା ସରିଗଲା । ସେ ମଝିରେ ଆଉ ଗାଁକୁ ଯାଇନି କି ସେଇ ଝିଅକୁ ଦେଖିନି । ଦିନେ ଜିତୁର ବାପାଙ୍କ ପାଖକୁ ତା ମାମୁଁଙ୍କର ଫୋନ୍ ଆସିଲା । ମାମୁଁ କହିଲେ ମୋ ସାଙ୍ଗର ଝିଆରୀ ପିଙ୍କି ଭୁବନେଶ୍ୱରରେ ସିଟି
କରିବ । ତେଣୁ ତାକୁ ହଷ୍ଟେଲ ନ ମିଳିବା ଯାଏଁ ସେ ତମ ଘରେ ରହିବ ।

ଜିତୁ ଏକଥା ଶୁଣି ଖୁସିରେ ବିଭୋର ହୋଇଗଲା । ପିଙ୍କି କିଭଳି ଦେଖାଯାଉଥିବ, ସେ ସୁନ୍ଦର ଦେଖା ଯାଉଥିବା କି ନାଇଁ, ସେ ମୋତେ ଚିହ୍ନି ପାରିବ କି ନାଇଁ ଏଭଳି କଥା ଭାବି ପିଙ୍କିକୁ ଦେଖିବାପାଇଁ ତାର ଉତ୍କଣ୍ଠା ବଢିଯାଉଥିଲା । ସେ ଘରେ ଆଉ ରହୁ ନ ଥିଲା । ଘର ସାମ୍ନାରେ ଚୌକି ପକେଇ ଦିନ ସାରା ତାକୁ ଅପେକ୍ଷା କରି ବସୁଥିଲା । ସେ ଯଦି ଘରେ ଥିବା ଅବସ୍ଥାରେ କଲିଂ ବେଲର ଶବ୍ଦ ଶୁଣୁଥିଲା, ଏକମୁହାଁ ଗେଟ୍ ପାଖକୁ ଦଉଡି ଯାଉଥିଲା, ସେ ଖାଲି ଅପେକ୍ଷା କରିଥାଏ କେବେ ପିଙ୍କି ଆସିବ ।

ତିନି ଦିନ ପରେ ପିଙ୍କି ଆସି ଜିତୁର ଘରେ ପହଞ୍ଚିଲା । ପିଙ୍କି ପିଲାଵେଳେ ଯେତିକି ସୁନ୍ଦରୀ ଥିଲା ଏବେ ଟିକେ ତା’ଠାରୁ ଆହୁରି ଅଧିକ ସୁନ୍ଦର ଦେଖାଯାଉଛି । ଜିତୁ ତାକୁ ଦେଖି ନିଜକୁ ଆୟତ୍ତ କରିପାରିଲାନି । ସ୍ୱପ୍ନରେ ବି ସେ ଭାବିନଥିଲା ଯେ ସେ ଏଭଳି ସୁନ୍ଦର ହୋଇଯାଇଥିବ ବୋଲି ।

ପିଙ୍କି କିଛି ଦିନ ତାଙ୍କ ଘରେ ରହିବା ପରେ ତାକୁ ହଷ୍ଟେଲ ମିଳିଗଲା ଓ ସେ ପଳେଇଲା । କିନ୍ତୁ ପ୍ରତି ରଵିଵାରେ ଏବଂ ଛୁଟିଦିନମାନଙ୍କରେ ପିଙ୍କି ଜିତୁର ଘରକୁ ଆସେ ଓ ଦୁହେଁ ଜିତୁର ସ୍କୁଟିରେ ମିଶିକି
ବୁଲନ୍ତି । ଜିତୁ ତା’ର ଜୀବନର ପ୍ରତ୍ୟେକ ଛୋଟ ବଡ କଥା ପିଙ୍କିକୁ କହେ । ଯାହା କି ଅନ୍ୟ କେଉଁ ସାଙ୍ଗଙ୍କୁ ସେ କହିନି । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ତାଙ୍କ ବନ୍ଧୁତ୍ୱର ସମ୍ପର୍କ ସୁଦୃଢ଼ ହୋଇଗଲା । ପିଙ୍କି ସବୁବେଳେ ଜିତୁକୁ ତା’ର ଜଣେ ଭଲ ବନ୍ଧୁ ବୋଲି ଭାବେ କିନ୍ତୁ ଜିତୁ ମନେ ମନେ ପିଙ୍କିକୁ ତା’ର ମନର ମାନସୀ ବୋଲି ଭାବେ ଯଦିଓ ଏହି କଥା ସେ ପିଙ୍କିକୁ କେବେ କହିନି ।

ପିଙ୍କି ସିଟି ସାରି ଗାଁକୁ ପଳେଇଲା ଓ ସେ ଶିକ୍ଷକ ଚାକିରିଟେ ମଧ୍ୟ ପାଇଗଲା । ଏ ଭିତରେ ପିଙ୍କିଠାରୁ ସୁନ୍ଦର ଝିଅ କେତୋଟି ମଧ୍ୟ ଜିତୁକୁ ଭଲ ପାଇବାର ପ୍ରସ୍ତାବ ଦେଇଛନ୍ତି କିନ୍ତୁ ଜିତୁ ପିଙ୍କିକୁ ଆଖି ଆଗରେ ରଖି ସମସ୍ତଙ୍କୁ ମନା କରିଦେଇଛି ।

ଦୁହିଁଙ୍କ ଭିତରେ ଫେସବୁକ ଓ ହ୍ଵାଟ୍ସଆପରେ କଥାବାର୍ତ୍ତା ଭଲ ଚାଲେ । ଗୋଟେ ଦିନ ପିଙ୍କିର ଫେସବୁକ ଆଇ.ଡ଼ି ରୁ ବିଭିନ୍ନ ପ୍ରକାର ଅସଭ୍ୟ ଭାଷାରେ ଗାଳି ମେସେଜ ଆସିଲା । ଜିତୁ ତାହା ପଢି ବିସ୍ମୟ ହୋଇଗଲା । ସେ ତା ଜୀବନ କାଳରେ ଏଭଳି ଭାଷାରେ ତାକୁ କେହି ଗାଳି ଦେଇନଥିଲେ ।

କିଛି ସମୟ ପରେ ପିଙ୍କି ଫୋନ୍ କରି କହିଲା ଜିତୁ ତୁ ମୋତେ ଫେସବୁକରୁ ବ୍ଳକ୍ କରିଦେ । ଏତିକି କହି ପିଙ୍କି ଫୋନ୍ କାଟିଦେଲା । କିନ୍ତୁ ଜିତୁ ଘଟଣାଟାକୁ କିଛି ବୁଝି ପାରୁନଥାଏ । ତେଣୁ ଜିତୁ ସମ୍ପୂର୍ଣ୍ଣ ଘଟଣାକୁ ଜାଣିବା ପାଇଁ ପିଙ୍କିକୁ ଫୋନ୍ କଲା । ହେଲେ ପିଙ୍କି ତା ଫୋନ୍ ଉଠଉ ନ ଥାଏ । ବାରମ୍ବାର ଫୋନ୍ ପରେ ପିଙ୍କି ଫୋନ୍ ଉଠେଇ କହିଲା-
“ମୁଁ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ଗୋଟେ ପୁଅକୁ ପସନ୍ଦ କରୁଥିଲି, ସେ ମଧ୍ୟ ମୋତେ ପସନ୍ଦ
କରୁଥିଲା । ଆମେ ଉଭୟ ଉଭୟଙ୍କୁ ଭଲ ପାଉ ଏବଂ ବାହା ହେବା ପାଇଁ ମଧ୍ୟ ସ୍ଥିର କରିଛୁ। ସେ ଏବେ ଗୋଟେ ଭଲ ଚାକିରିଟେ ମଧ୍ୟ କରିଛି । କାଲି ସେ ମୋ ଫେସବୁକର ମେସେଜ ସବୁ ଦେଖୁଥିଲା । ଦେଖିଲା ଯେ ମୁଁ ତୋ ସହ ବହୁତ୍ କଥା ହୋଇଛି ତେଣୁ ସେ ସହି ନପାରି ତୋତେ ଓଲଟା ସିଧା
କହିଛି ।”

ଜିତୁ ଏହା ଶୁଣି ତାକୁ ଶକ୍ତ ଝଟକା ଲାଗିଲା । ତା ଛାତିକୁ କିଏ ଗୋଟେ ପ୍ରହାର କଲା ଭଳି ତାକୁ ଲାଗିଲା । ସେ ଯାହାକୁ ଏତେ ଭଲ ପାଉଥିଲା ସେ ତା ସହ ଏଭଳି କଲା ! ଜିତୁ ତା ପାଇଁ କଣ ନ କରିଛି । ପିଙ୍କିର ଯେବେ ଭୁବନେଶ୍ୱରରେ କାମ ପଡିବ ସେ ତା’ପାଇଁ ନିଜର ସମୟ ନଷ୍ଟ କରି ଧାଇଁ ଦୌଡ଼ି ସବୁ କାମ କରିଛି । ଏମିତିକି ପିଙ୍କିର ବାପା ମେଡିକାଲରେ ପଡିଥିବା ବେଳେ ତାଙ୍କର ରକ୍ତ ଦରକାର ହେବାରୁ ସେ ରାତିରାତି ଯାଇ ତାଙ୍କୁ ରକ୍ତ ଦେଇଛି । ହେଲେ ପିଙ୍କି ତାକୁ ଦେଲା କଣ ! ବିନା ଦୋଷରେ ପିଙ୍କି ପାଇଁ ଜିତୁ, ତା ପ୍ରେମିକଠାରୁ ଅନେକ ଖରାପ ଭାଷାରେ ଗାଳି ଖାଇଲା, ହେଲେ ପିଙ୍କି ସେଥିପାଇଁ ଜିତୁକୁ କେବେ ବି ଆଶ୍ୱସ୍ତି ଦେଇନି ।
ଜିତୁର ମନରେ ପ୍ରଶ୍ନର ପାହାଡ ସୃଷ୍ଟି ହେବାକୁ ଲାଗିଲା
ଯଦି ପିଙ୍କି ମୋତେ ଜଣେ ଭଲ ସାଙ୍ଗ ବୋଲି ଭାବୁଥିଲା, ତେବେ ସେ ତା’ର ଏତେ ବଡ କଥାଟା ମୋତେ କହି ନ ଥିଲା କାହିଁକି ? ନାଁ, ପିଙ୍କି ତା’ର କାମ ହାସଲ କରିବା ପାଇଁ ମୋ ସହ ବନ୍ଧୁ ହେବାର ଛଳନା କରୁଥିଲା ! କାହା ପ୍ରତି କାହାର ଅନ୍ଧ ଭଲପାଇବା ଓ ‘ଅକୁହା ପ୍ରେମ’ର କ’ଣ ଏହି ପରିଣତି? ……

ଜିତୁ ଗିରି
Boudh

Loading

6 thoughts on “*ଅକୁହା ପ୍ରେମ..– ଜିତୁ ଗିରି*

  1. Howdy! This article couldn’t be written any better! Going
    through this article reminds me of my previous roommate! He constantly
    kept preaching about this. I most certainly will forward this post to
    him. Fairly certain he’ll have a good read. I appreciate you for
    sharing!

  2. excellent put up, very informative. I’m wondering why the other specialists of this sector do not
    understand this. You should continue your writing. I am
    sure, you have a huge readers’ base already!

  3. Very nice post. I just stumbled upon your weblog and wanted
    to say that I have truly enjoyed browsing your blog posts.
    After all I will be subscribing to your rss feed and
    I hope you write again soon!

  4. Great blog right here! Also your site a lot up very fast!
    What web host are you the usage of? Can I am getting your affiliate link
    to your host? I wish my web site loaded up as fast as yours lol

  5. Excellent article. Keep posting such kind of info on your site.
    Im really impressed by your blog.
    Hello there, You have done a great job. I will certainly digg it
    and in my view recommend to my friends. I am confident they will be
    benefited from this web site.

Leave a Reply

Your email address will not be published. Required fields are marked *