ଜୟ ବିଜ୍ଞାନ
ବିଜ୍ଞାନ ଅଟେ ଅତି ମହାନ
ସରଳ କରେ ଜୀବନ
ଗରବେ ପରା କହନ୍ତି ସର୍ବେ
ବିଜ୍ଞାନ ତୁମେ ମହାନ।
ଜୟ ବିଜ୍ଞାନ ଦାନ ତୁମରି
ଉଦ୍ଦେଶ୍ୟ ଅତି ଉତ୍ତମ
ରକେଟ ଚାଲେ ଜାହାଜ ଚାଲେ
ବୁଡଇ ଗଭୀରତମ।
ତୁମରି ଦାନେ ବଢ଼ିଛି କୃଷି
ଛୁଟିଛି ଦୁଗ୍ଧର ଧାର
ବିଜ୍ଞାନର କରାମତିରେ
ଆଜି ସର୍ବେ ଅଗ୍ରସର।
ଚିକିତ୍ସା କ୍ଷେତ୍ରେ କହିବା କେତେ
ଲମ୍ବା ଅଟେ ତାଲିକା
ମୃତ ପ୍ରାୟ ଲୋକଟି ହସେ
ପାଆନ୍ତି ଦେଖି ଝଟକା।
ସବୁ କାମକୁ କରୁଛୁ ଆମେ
ନିଜ କୋଠରୀ କୋଣୁ
ରୋଗବ୍ୟାଧିର ନିରୂପଣ ରେ
ଖୋଜୁ ଅଣୁ ପରମାଣୁ।
ଜୟ ବିଜ୍ଞାନ ତୁମ ଗୁଣ ଗାନ
ଯେତେ କଲେ ସେତେ କମ୍
ବଢ଼ିଛୁ ଆମେ ବଢ଼ିବୁ ଆଗେ
ଲଗାଇ ତୁମରି ଦମ୍।
ବୈଜ୍ଞାନିକ ଅଧିକାରୀ
ଅଶ୍ୱପୁରମ, ତେଲେଙ୍ଗାନା
508 total views, 2 views today