July 28, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

*ବାସ୍ତବ କୁରୁକ୍ଷେତ୍ର (ଭାଗ-୦୧)- ଜ୍ୟୋତିର୍ମୟୀ ସାହୁ*

#ବାସ୍ତବ_କୁରୁକ୍ଷେତ୍ର

ଶରତର ସକାଳ। ଆକାଶରେ ଭସା ଭସା ବାଦଲର ସମ୍ଭାର। ଯେମିତି ଏକ ଯାତ୍ରା ଚାଲିଛି । ଏ ଯାତ୍ରା ନୌକାର ବିହାର ପରି। ଧଳା ଧଳା ଶୁଭ୍ର ଜଳବାଷ୍ପୀୟ କଣା ମାନଙ୍କର ସମ୍ମିଳିତ ଶୋଭାଯାତ୍ରା । ଦିନର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବାରେ ଯେମିତି ବ୍ୟସ୍ତ ବିବ୍ରତ । ତୁହାକୁ ତୁହା ଚାଲିଥାଏ ଗୋଟେ ପରେ ଗୋଟେ ର ଗତି।

ଆଉ ସେ ଗତିରେ ବସି ବିରାଜ ନିଜ ସ୍ମୃତି ପୋତକୁ ଆହୁଲା ମାରୁଥାନ୍ତି। ପଛକୁ ପଛକୁ ଖୁବ୍ ପଛକୁ । କେତେ ପଛକୁ କେଜାଣି? ବାସ୍ କେଉଁ ଏକ ହିସାବ ପାଇଁ ଭାରି ବ୍ୟଗ୍ର ଥା’ନ୍ତି । ଯେତେ ଜଲଦି ଏ ହିସାବ ସରିଯିବ ବୋଧେ ସେତେ ଜଲଦି ତାର କର୍ମଜୀବନର ଅବସାନ ଘଟିବ। ହେଲେ କାହିଁ ସେ ଅଛିଣ୍ଡା ହିସାବର ସମାଧାନ ନା ହୋଇପାରୁଛି ନା ସେ ଏ କୁରୁକ୍ଷେତ୍ରର ଛାଡ଼ି ଯାଇପାରୁଛି????

ମନେ ମନେ ଖୁବ୍ ଭତ୍ସନା କରୁଛି। କାହିଁ ସେ ସିଦ୍ଧ ପୁରୁଷ ମାନେ ଆଉ କାହାନ୍ତି ମନୋବାଞ୍ଛା ପୁରଣ କରୁଥିବା ସେହି ଅଦୃଶ୍ୟ ଶକ୍ତି ମାନେ???? ……ଯେ କି ଦେଇଯିବେ ତାକୁ ଇଚ୍ଛା ମୃତ୍ୟୁର ବରଦାନ। ଏ ବରଦାନ କ’ଣ କେବଳ ଭୀଷ୍ମଙ୍କର ଅତ୍ୟନ୍ତ ବ୍ୟକ୍ତିଗତ ଥିଲା କି?? ……ତାହା କଣ ଆଉ କାହା ପଣତରେ ଆଶ୍ରିତ ନେଇ ପାରିବନି???

ତେବେ ତାର ସୌଭାଗ୍ଯ କ’ଣ ପାଇଁ ତାକୁ ମିଳୁନାହିଁ?? କାହିଁ ଏ ଯାତ୍ରାର ଶେଷ ହେଉନାହିଁ?? ……କାହିଁ ଏ ଯୁଦ୍ଧର ଅବସାନ ଘଟୁ ନାହିଁ???…… ଶୂନ୍ୟ ତୁଣୀର ବି ଅଟ୍ଟହାସ୍ୟ କରୁଛି, ଆଉ ଶୂନ୍ୟ ଜୀବନ ବି । କେଉଁ ଅସ୍ତିତ୍ବର ଭରଷା କାହା ଅପେକ୍ଷା ରେ ବସି ରହିଛି???

ଏଭଳି ଅନେକ ପ୍ରଶ୍ନର ପୃଷ୍ଠା ଲେଉଟଉଛନ୍ତି ବିରାଜ ବାବୁ। ସେହି ଶୂନ୍ୟ ମଣ୍ଡଳକୁ ଚାହିଁ । ନିଜ ଉତ୍ତରର ବାଦଲକୁ ଖୋଜୁଛନ୍ତି ନା ନିଜ ଅତୀତକୁ ଫେରିବାର ପୋତକୁ ଅପେକ୍ଷା କରିଛନ୍ତି??

ବିରାଜ ବାବୁ ଓରଫ ବିରାଜ ମହାପ୍ରସାଦ । ଜୀବନର ସାୟଂକାଳରେ ଆଜି ବସି ହିସାବ ନିକାସ କରୁଛନ୍ତି । ଏ ହିସାବ କରିବା ତାଙ୍କ ନିତିଦିନିଆ ଅଭ୍ୟାସ । କାଲିଯାଏଁ କରୁଥିଲେ ବସ୍ତୁର ଆଉ ଆଜି କରୁଛନ୍ତି ବାସ୍ତବତାର। ସେ ହିସାବ ସିନା ଶେଷ ନିଃଶ୍ବାସ ଛାଡିଦେଲେ ହେଲେ ଏ ହିସାବ ଛାଡୁନାହିଁ ତଣ୍ଟିକୁ । ନା ଗିଳି ହଉଛି ନା ଓଗାଳି ହେଉଛି। ତଥାପି ଅଙ୍କ କଷା ଚାଲିଛି ।

ହେଲେ ସମାଧାନ ମିଳୁ ନାହିଁ । ସେଥିପାଇଁ ପୋତର ଅପେକ୍ଷାରେ। ଯିବା ପାଇଁ ଆରମ୍ଭକୁ ଆଉ ପୁଣିଥରେ ପୁଂଖାନୁପୁଂଖ ପର୍ଯାଲୋଚନା କରିବାକୁ । କାଳେ ହୋଇଯିବ କି ହିସାବ ଆଉ ସେ ବାହାରିଯିବେ ମୁକ୍ତିର ପଥେ……

ଚାହୁଁ ଚାହୁଁ ପହଞ୍ଚି ଗଲେ ଏକ ଦ୍ବାର ପାଖେ । ଆଉ ଶୁଭୁଥାଲା କିଛି କୋହ ଭରା ଶବ୍ଦ । ଗଗନକୁ ପ୍ରତିଧ୍ବନିତ କରି ଆଉ ହୃଦୟକୁ ଆତୁର କରି ………

ସ୍ବରରେ ରହିଥିଲା ଏତେ ବ୍ୟାକୁଳତା କି କାହାର ବି ହୃଦୟ ବିଗଳିତ ହୋଇଯିବ। ହେଲେ ଏତେ ମାତ୍ରାରେ କାହାର କୋହ ବନ୍ଧ ବାଡ ମାନୁନି?

ଏକ ମାଟିର କୁଡିଆ ଘର। ଅଧା ଚାଳ ଓଟାରି ହୋଇଯାଇଛି। ହାତଗଣତି ଖୁବ୍ ଛୋଟ ଛୋଟ ବଖରା ଗୁଡିକ ଜଣଙ୍କ ଉପରେ ଜଣେ ଜବରଦଖଲ କଲା ଭଳି ଖୁବ୍ କମ୍ ଜାଗାରେ ନିଜ ଅଧିକାର ମାଡି ବସିଛନ୍ତି, ଆଉ ସେମାନଙ୍କ ଭିତରେ ଥିବା ଅବ୍ୟବସ୍ଥିତ ବସ୍ତୁ ଗୁଡିକ ମଧ୍ୟ । କିନ୍ତୁ ଘରଟିରେ ନିର୍ଜିବ ମାନଙ୍କ ସଂଖ୍ୟା ଜୀବନ୍ତ ବସ୍ତୁ ଅପେକ୍ଷା ବେଶ୍ ଅଧିକ ଥିଲା।

ଜୀବନ୍ତ ବସ୍ତୁ । ଜୀବନ ଗୁଡାକର ଯେ ଆତ୍ମା ଥାଇପାରେ ବୋଲି ସନ୍ଦେହ। ହଁ ହେବନି ବି କେମିତି ଖାଲି ଆତ୍ମିକରଣ ଓ ନିଷ୍କାସନ ବ୍ୟତିତ ଅଙ୍ଗମାନେ ଆଉ କେଉଁ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖୁଥିଲେ କି???? ଆଉ ଯେଉଁ କେତେ ଜଣଙ୍କର ଚାଳନାର ଗତି ଖୁବ୍ କ୍ଷିପ୍ର ଥିଲା ସେମାନଙ୍କର ଆର ଭାଗର ଅଭାବ ଦେଖା ଦେଉଥିଲା। କିଛି କିଛି ଏମିତି ପ୍ରକାରର ସମ୍ବନ୍ଧ ଥିଲା ଜିଅନ୍ତା ମୂର୍ତ୍ତି ମାନଙ୍କ ମଧ୍ୟରେ।
ଦଶନ୍ଧିର ସୁଅରେ ଯେଉଁ ପୋତରେ ଭାସିଆସି କୁଳ ଧରିଛେ ସେ ବି ଅନୂମାନ କରିବା କଷ୍ଟକର ।

କେମିତି ବି କରାଯାଇ ପାରିବ ପରିବର୍ତ୍ତନର ସ୍ରୋତଟା ବି ତ ଏତେ ମନ୍ଥର ହୌଇଯାଇଥିଲା ଅନୁମାନ ଲଗେଇବା କଷ୍ଟକର ଥିଲା। ତଥାପି ଷଷ୍ଠ ଦଶନ୍ଧି ର ଆଦ୍ୟ ପର୍ବ ପରି ପ୍ରତିତ ହେଉଥାଏ। ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତ, ଯେଉଁଠି ଅବାକ୍ ହତବାକ୍ ପରିବର୍ତ୍ତନର ରୂପ ଗୁଡିକୁ ସହଜରେ ଗ୍ରହଣ ଯୋଗ୍ୟ ହୋଇ ପାରୁନଥିଲେ। ତଥାପି କିନ୍ତୁ ଅନ୍ଧ ମାନସିକତା ଯେ ସଂକ୍ରମଣର ପ୍ରକୋପରେ ଆକ୍ରାନ୍ତ କରି ରଖିଥାଏ। ସାଂଘାତିକ ଆକ୍ରଣ। ଯେମିତି ସେ ହିଁ ସବୁକିଛି, ସର୍ବସ୍ଵ ଓ ସର୍ବ ଶକ୍ତିମାନ୍ ।

ହେବନି ବି କେମିତି ବିଶ୍ବାସର ପୋଥି ଗୁଡାକରେ ବି ତ ଉପନିବେଶତା ମାଡି ବସିଥିଲା। ଖାଲି ଯାହା ଓଧ ସାଙ୍ଗେ ବଣଭୁଆ ବାଇ ହେବା ହିଁ ଥିଲା ସାର ।

ଏଭଳି ଏକ ସମୟରେ ପରିବେଶର ଚିତ୍ର କିନ୍ତୁ ସଠିକ୍ ଅନୁମାନ ଲଗାଯାଇପାରେ। ସକାଳ ର ସୂର୍ଯ୍ୟ ତାଙ୍କ କର୍ତ୍ତବ୍ୟର ପର୍ବ ଆରମ୍ଭ କରିସାରିଲେଣି। କଅଁଳ ଖରା ଗୁଡାକ ଦିଗମ୍ବରର କେଉଁ ଓଢଣି ତଳେ ଲୁଚି ଲୁଚି ମୁହଁ ଦେଖେଇବାକୁ ଚେଷ୍ଟା କରୁଥା’ନ୍ତି କେଜାଣି। ତଥାପି ଆଲୋକର ଅଧିକାର ଆରମ୍ଭ ହୋଇଯାଇଥାଏ। ଶୀତୁଆ ଶୀତୁଆ ସକାଳ। ଶରତର ସକାଳ। ବେଶୀ ପାଦୁର୍ଭାବ ଆରମ୍ଭ ହୋଇ ନଥାଏ ଯାହା।
ନିସ୍ତବ୍ଧ ବାୟବୀୟ ପରିବେଶ।

ତଥାପି କାଇଁ ପ୍ରକମ୍ପିତ? …..କାହାର ଏ ସ୍ବର ଯାହା ଥରାଇ ଦେଉଛି ପରିବେଶର ଛାତିକୁ?? ତରଙ୍ଗର ରେଖାପାତ ସ୍ତବ୍ଧ କରିଦେଉଛି କର୍ଣ୍ଣ ପଟହକୁ …….।

କ୍ରମଶଃ ……….
ଜ୍ୟୋତିର୍ମୟୀ ସାହୁ

 92 total views,  1 views today

Leave a Reply

Your email address will not be published. Required fields are marked *