ଇଚ୍ଛା
ଜୀବନର ଇଚ୍ଛାସବୁ
କେତେ ଅବୋଲକରା..…..
କେତେ ଅମାନିଆ…..
ଇଚ୍ଛାମାନଙ୍କର ଘମାଘୋଟ ଯୁଦ୍ଧରେ
ପରାସ୍ତ ହେବାକୁ ହୁଏ
ଥରକୁ ଥର….. ଅନେକ ଥର
ପୁଣି ଇଚ୍ଛାର ବିରୋଧାଭାସରେ ବି
ପ୍ରସ୍ତୁତ ହୁଏ
ଆଗାମୀ ଜୀବନର ଜୀବନ୍ତ ସନ୍ଧିପତ୍ର ।
ଏଇ ଇଚ୍ଛାମାନେ
କେବେ ବିଶାଳ ଆକାଶ ପରି
ଅନନ୍ତ, ଅସୀମ,ଅପରିସୀମ
କେବେ ପୁଣି ଭସା ବାଦଲ ପରି
ଅସ୍ଥିର,ଅଧୀର,ଅଥୟ
କେବେ ନୀଳ ସାଗରର
ପରାକ୍ରମୀ ଉତ୍ତାଳ ତରଙ୍ଗ
କେବେ ପୁଣି ଧ୍ୟାନମଗ୍ନ ଋଷିର
ନୀରବ ନିଶ୍ଚଳ ଭାବ
କେବେ ଋତୁରାଜ ବସନ୍ତର
ଶାନ୍ତ ସ୍ନିଗ୍ଧ ମଳୟ ସ୍ପର୍ଶ
କେବେ ପୁଣି ନିଷ୍ଠୁର ନିଦାଘର
ଯନ୍ତ୍ରଣା ଜର୍ଜରିତ ହତଶ୍ୱାସ
ଥରକୁ ଥର… ପ୍ରତ୍ୟେକ ଥର
ବଦଳୁଥାଏ
ସେଇ ସବୁ ଇଚ୍ଛାର ସ୍ଥାୟୀତ୍ବର ଚିତ୍ର ।।
ଏଇ ବୋଧେ ଜୀବନ…..
ଏଇ ବୋଧେ କଷଣ…….
ସେଇ ବହୁରୂପୀ ଇଚ୍ଛାମାନଙ୍କର
ଥରକୁ ଥର… ଅନେକ ଥର
କରିବାକୁ ହୁଏ ମୂଲ୍ୟାୟନ
ଭାରାକ୍ରାନ୍ତ ମନ ନେଇ
ଇଚ୍ଛାମୟଙ୍କ ପାଦପଦ୍ମେ
ସମର୍ପି ଦେବାକୁ ହୁଏ
ସବୁତକ ମୂଲ୍ୟାୟନ ପତ୍ର ।।।
ପ୍ରୀତିପଦ୍ମା ଦାସ
ଭଦ୍ରକ
337 total views, 2 views today
Extremely nice poem”ichha” by pritipadma Das