*❤ପ୍ରେମ ହେ ତୁମେ❤*
🧚🏻♀️🧚🏻♀️🧚🏻♀️🧚🏻♀️🧚🏻♀️🧚🏻♀️🧚🏻♀️🧚🏻♀️
କିଏ କହେ ତୁମେ ଗୋପନ ମନର
ସାଇତା ହୀରା ମୁକ୍ତା କିଏ କହେ
ତୁମେ ଦରଦୀ ପ୍ରାଣ ର
ଉପଶମକାରୀ ବ୍ୟଥା ।
କିଏ କହେ ତୁମେ ଶୀତଳ ମଳୟ
ଜଳୁ ଥିବା ହୃଦୟ ର ନିମିଷକେ
ତୁମେ ମନ କାଚ ଘର
ଚୁନା କରି ଦେଇ ପାର।
ଶାନ୍ତ ହୃଦୟେ ଜାଳିଦିଅ ତୁମେ
କାମନାର ଯେତେ ନିଆଁ
ନୀତି ଜଳି ଯାଏ ମନ ଉପବନ
ଉଠେ ଖାଲି ମିଛ ଧୂଆଁ।
କିଏ କହେ ତୁମେ ଲକ୍ଷ୍ୟ ପଥ ରେ
ଜଳୁଥିବା ବତୀ ଘର
ଧରିବାକୁ ଗଲେ ଅନୁସରି
ତୁମେଦିଗ ବଦଳାଇ ପାର।
ରୁଦ୍ଧ ଆବେଗେ ଆଲିଙ୍ଗନ କଲେ
କଣ୍ଟା ର ଆଘାତ ଦିଅ ତୁମକୁ
ପାଇବା ଆଶାରେ ମଉଳେ
ଗୋଲାପ ତୋଳିବା ମୋହ।
ଶୂନ୍ୟ ମୋହର ଆଶା ଆକାଶ ରେ
ହସ ଜହ୍ନ ମାମୁ ହୋଇ ପୁଣି କେବେ
ଆସ ସପନ ଇଲାକେ
ଧୁମ କେତୁ ରୂପ ନେଇ।
ମିଠା ମିଠା ତୁମ ହସ ର ପରଶେ
କେତେଛଳନା ର ସୁଅ ନୀଳ ନୟନା
ର ଆଖିରୁ ଝରାଅ
ମୋତି ପରି କେତେ ଲୁହ।
ପ୍ରେମ କେବେ ଆଉ ଆସ ନାହିଁ ତୁମେ
ଏ ଜୀବନ ପାରାବାରେ ପ୍ରତାରଣା
ଜଲେ ସ୍ନାନ କରିବାକୁ
ଇଛା ନାହିଁ ଆଉ ଥରେ।
*ଇନ୍ଦୁପ୍ରଭା ବିଶ୍ୱାଳ*
*ଅଦକ୍ଷା ସୂଚନା ଲୋକ ସମ୍ପର୍କ ବିଭାଗ, ସୂର୍ଯ୍ୟୋଦୟ ସାରସ୍ୱତ ପରିବାର*
*ଶାଖା ଜଗତସିଂହପୁର*
Hello there, just became aware of your blog through Google, and found that it is really informative. I’m gonna watch out for brussels. I will appreciate if you continue this in future. A lot of people will be benefited from your writing. Cheers! https://hypothyroidismmed.com/ hypothyroidism medication adjustment
Very nice