ସକଳ ଶକ୍ତିର ଆଧାର
~~~~~~~~~~
ହେ ସପ୍ତାସ୍ୱରଥବାହାନ ସୂର୍ଯ୍ୟଦେବତା
ତୁମେ ସକଳ ଶକ୍ତିର ଆଧାର
ତୁମ ପାଇଁ ଏ ସୃଷ୍ଟି ଚାଲୁଅଛି ସର୍ବଦା
ଆଗମନ ଦିବସ ଆଉ ରାତ୍ରିର ।
ତୁମେ ଦେଇଅଛ ଆଲୋକର ଉତ୍ସ
ଜୀବନ ଜୀଇଁବାର ପଥ
ତୁମ ପାଇଁ ବୃକ୍ଷଲତା ଜୀବଜନ୍ତୁ ସବୁ
କାଳେ କାଳେ ଅଛନ୍ତି ଜୀବିତ ।
ହେ ରବି ,ଦିବାକର ଭାସ୍କର ,ଅରୁଣୀମା
ପ୍ରତୀତ ହୁଅ ତୁମେ ପ୍ରଭାତରେ
ନିଜେ ଜଳି ଜଳି ତ୍ୟାଗର ଦେବତା
ଅସ୍ତମିତ ହୋଇଯାଅ ସନ୍ଧ୍ୟାରେ ।
ତୁମ ପାଇଁ ଶୀତ,ବୈଶାଖ ,ବସନ୍ତ,ବର୍ଷା
ହେମନ୍ତ ,ଆଉ ଋତୁ ଶରତର
କେତେ ଉପକାର କରୁଥାଅ ତୁମେ
ଅହରହ ବିନା ପ୍ରତିଦାନର ।
ହେ ଦିବାକର ତୁମ କିରଣରେ ସଭିଏଁ
ଭିଟାମିନ ଡି ର ଖୋରାକ ମିଳଇ
କଅଁଳ ଖରାରେ ବସିଗଲେ ଅଧ ଘଂଟାଏ
ରୋଗ ପ୍ରତିଷେଧକ ପାଇଥାଇ ।
ତୁମ ଉଦୟରେ ପ୍ରଭାତର ଲାଳିମା କିରଣ
ମନରେ ଶାନ୍ତି,ସ୍ନିଗ୍ଧ ଭରିଯାଏ
ତୁମ ଅସ୍ତମିତ କାଳେ ହେ ଉଦୟଭାନୁ
ପ୍ରକୃତିର ଶୋଭା ମନେ ଲାଖିଯାଏ ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।