ମା ଦୁର୍ଗତିନାଶିନୀ ସାହା ତୁ
ସ୍ଵାତୀ ମହାପାତ୍ର
**********************
ପ୍ରତି ବର୍ଷ ଆସୁଛୁ ଏ ଧରାକୁ
ପୂଜା ପାଇବାକୁ ନବ ଦିନ ପାଇଁ
ଶରତ ରେ ଖେଳେଇ ଶିଶିର ମୁକ୍ତା
ଆଶ୍ରିବାଦ ଦେବାପାଇଁ ଆସୁଛୁ ଓଲେହି
ନାଶ କରିଥିଲୁସିନା ମା ଗୋଟେ ମହିଷାସୁର
ଏଠି ଗଳି କନ୍ଦି ଚାରିଆଡେ ଅସୁର ହିଁ ଅସୁର
ହୀରା ନୀଳା ମୋତି ନାଲି ଶଙ୍ଖା ନାଲି ଶାଢ଼ୀ
ପିନ୍ଧି ଚହଟେ ତୋ ରୂପ ବେଶ
ନଅ ଦିନ ପୂଜା ପାଉ କେତେ ଯେ ହସ ଉଲ୍ଲାସ
ରୂପକୁ ତୋର ଜଗତ ଦେଖୁଚି ଭୟ ନାହିଁ କାହାର
ନାମକୁ ମାତ୍ର ପୂଜୁଛି ତତେ ଏ ହୀନ ଦୃଷ୍ଟି ର ନର
ନନା ରକମର ସଜ ପାଟ ଗହଣା
ଆଣି ଘୋଡେଇ ଦିଅନ୍ତି ତୋ ଶରୀର
ନଅଦିନ ପରେ କେତେଯେ ମା ହୁଅନ୍ତି ଉଲଗ୍ନ ର ଶିକାର
ପୁଜେ ତତେ ଏ ଜଗତ ନବଦିନ ଯାକ
ନଅଟି ନାମ ଧରି ମା ପ୍ରଥମେ ଶୈଳପୁତ୍ରୀ
ତଥାପି ଶିଖିନି ଏ ମଣିଷ ଜାତି
ଯୌତୁକ ପାଇଁ ମାରେ ନୂଆ ବୋହୁ କୁ ଏଠି
ଦ୍ୱତୀୟରେ ତୁ ବ୍ରହ୍ମଚାରିଣୀ ତୃତୀୟ ରେ ଚନ୍ଦ୍ରଘଣ୍ଟା
କହି କେତେ ପୂଜା କରେ ତତେ ଏ ନର
ତଥାପି ଦୁରାଚାରିଣୀ କରି ନାରୀକୁ ଘରୁ କରେ ବାହାର
ବଡ଼ ହେଉ ଅବା ଛୋଟ ବୟସ ର ବିଚାର ନ କରି
ନାରୀକୁ ଦିଏ ନରକ ପରି ଯନ୍ତ୍ରଣା ଆହାକି ନାରଖାର
ଚତୁର୍ଥରେ ମାତା କୁଷ୍ମାଣ୍ଡାନାମେ
ଜଗତ ଡାକେ ହାତ ଯୋଡି
ଗୋଇଠା ରିସିଡ଼ି ମାଡ଼ରେ ନାରୀ
ଦେହରୁ ମାଂସ ହାଡ଼ ପଡ଼ିଲାଣି ଝଡି
ପଞ୍ଚମ ଦିନରେ ବଡ଼ ଅଭିନୟରେ ମୁଖା
ପିନ୍ଧି ଡାକେ ଏ ଜଗତ ସ୍କନ୍ଧମାତା
କେତେଯେ ମା ହୋଇବୁଲୁଛନ୍ତି ଅନାଥ
ନାହିଁ ତାଙ୍କର କେହି ସାହା ଓ ଭରସା
ଷଷ୍ଠରେ କାତ୍ୟାୟିନୀ କରି ପୂଜା କରୁଛି ଏ ନର
ଭଉଣୀ କହି ଇଜତ ନଉଚି ଏ ଦୁନିଆ ତାର
ସପ୍ତମରେ କାଳରାତ୍ରି ହେଇ ପୂଜା ପାଉଛୁ ତୁ ମା
କେତେଯେ ଆଉ ସହିବ ଏ ନାରୀ
କେବେ ତୁ ଆଉ ନାଷିବୁ କହ ମହିଷାସୁର ପୁରୀ
ଅଷ୍ଟମେ ମହାଗୌରୀ ନାମେ ତତେ ଜାଣେ ଜଗତ
ଜଗତୁ ହିଂସା ଦ୍ଵେଷା ବାଦ ଛେଦ ସବୁ ଟାଣି
ଶାନ୍ତି ର ଚାରିଆଡେ ସ୍ଥାପନା କର ତୁ ମା
ନବମେ ମା ତୋ ଶରଣେ ପଡି ଡାକୁ ତତେ ସିଦ୍ଧିଦାତ୍ରୀ
ସହି ହେଉନି ଉଦ୍ଧାର କରେ ଜଗତରୁ ଲୋ ମା
କର ତୁ ବିଚାର ଆଉ ନ କରେ ତୁ ଡେରି
କହିବି କହିବି କେତେ ଯେ କହିବି
ସବୁ ବର୍ଷ ଶୁଣି ଯାଉତୁ ଚାଲି
ଆଉ କେତେ ଯେ ଦେଖିବୁ ସହିକି ରହିବୁ
ସୁନ୍ଦର କରି ସଜାଡି ଦେ ଲୋ ମା ଏ ପୃଥିବୀ କୁ।
ସ୍ଵାତୀ ମହାପାତ୍ର