ବଞ୍ଚିବାର ଅନ୍ୟନାମ ଯନ୍ତ୍ରଣା
*********************
ତୁମ ପାଇଁ ଜହ୍ନ ହେଇ ପାରେ
ଚହଟ ରଙ୍ଗ ଘଷା
ରେଶମୀ ରୂପାର ଶୁନ ଟେ,
ଆମ ପାଇଁ ସେ
ଧାରେ ଅନ୍ଧାର ସେପାଖେ
ପାରିଲା ପଣିଆ ଉପରେ ହସୁଥିବା
କଳଙ୍କି ମଡ଼ା ଥାଳିଆ ରୁ ପଟେ।
ତୁମ ପାଇଁ ଶୀତ ରାତିଟା
ରେଶମୀ କମଳ ଭିତରର ଉଷୁମ,
ରୁମ୍ ହିଟର ର ହାଲକା ତାପମାତ୍ରା
ରାତି ସାରା କନ୍ଥା ର ଲମ୍ବ ମାପୁ ମାପୂ
ଏଠି କଟି ଯାଏ ଜୀବନର ସବୁ ମାଘ ମାର୍ଗଶିର।
ଲଞ୍ଚ ମେନୁ ରେ ଅପ୍ସନ୍ ବାଛୁ ବାଛୁ
ରିଯେକ୍ଟ୍ ହୁଅନ୍ତି ଅନେକ
ଠନ୍ ଠନ୍ ତୁମ କଣ୍ଟା ଚାମଚ୍
ଏଠି କିନ୍ତୁ ଉତ୍ତର ସିଧା ସଳଖ,
ପେଟ କୁ ଦାଉ ଦାଉ ଭୋକଟେ ଯଥେଷ୍ଟ।
ଏଆର୍ ଇଣ୍ଡିଆର ବିଜନେସ କ୍ଲାସ୍ ରେ
ତୁମେ ବୁଲି ପାର ଉଟି ରୁ ଆମେରିକା,
ଆମ ଅଛପର ଘର ପାଇଁ
କନ୍ଫର୍ମ ହେଇନଥିବା ଟିକେଟ ରେ
ଆମେ ପିନ୍ଧିପାରୁ ଦାଦନ ମୁଖା।
ଧୁ ଧୁ ଏପ୍ରିଲ୍ ଖରା ରେ
ତୁମେ ଥଣ୍ଡା ହେଇ ପାର ଏସି ଘରେ
ପି ପାର ପାଇପ୍ ରେ ପଇଡ଼ କି ଲସି,
ଏପଟେ ସୂର୍ଯ୍ୟ ତାତିଲେ ଭିଯୁ ଆମେ
ଦେହ ସାର ଗୋଟେ ଗୋଟେ ନଈ
ଲୁଣି ଝାଳ ମିଶି।
ତୁମେ ଜୀବନ ଜିଇଁ ପାର ବିଁନ୍ଦାସ୍ ହେଇ
ଆମେ ଖାଲି ବଞ୍ଚି ଥାଉ,
ତୁମେ ତାକୁ ସଉକ ଆଉ ମସ୍ତି କୁହ
ଆମେ ଯନ୍ତ୍ରଣା କହୁ।
ଐଶୂର୍ଯ୍ୟା ରାଉତ
ନୂଆଗାଁ, ମଞ୍ଜୁରୀ ରୋଡ, କେଉଁଝର।
chloroquine phosphate online biden hydroxychloroquine
Awesome