*-ଓଡିଆ ବାଣୀ ଭଣ୍ଡାରକୁ ନାରୀକବି ମାନଙ୍କ ଅବଦାନ*
ଆଧୁନିକ ଓଡିଆ ସାହିତ୍ୟରେ ନାରୀ ତାର କର୍ମମୟ ଜୀବନ ସଂସାର ଜଞ୍ଜାଳରେ ଥାଇ ମଧ୍ୟ ଦୁଃଖ ସୁଖକୁ ପଛରେ ପକାଇ ସାହିତ୍ୟ ଅନୁରାଗରେ ଯଥେଷ୍ଟ ଆଗୁଆ । ସମାଜର ସୁସ୍ଥ, ନିରାମୟ ଗଠନ ପାଇଁ ପ୍ରୟାସ ଜାରି ରଖିଆସିଛି ।
କବି କୁନ୍ତଳା କୁମାରୀ ସାବତ, ବିଦ୍ଯୁତ୍ ପ୍ରଭା ଦେବୀ, ରମା ଦେବୀ, ପ୍ରତିଭା ରାୟ, ଅପର୍ଣ୍ଣା ମହାନ୍ତି, ନିରୁପମା ରଥ, ମାଳତୀ ଦେବୀ ଚୌଧୁରୀ ପ୍ରଭୃତି ନାରୀକବି ମାନଙ୍କର ଓଡିଆ ବାଣୀ ଭଣ୍ଡାରକୁ ଅନବଦ୍ଯ ଅବଦାନ ରହି ଆସିଛି ।
*ବିଦ୍ଯୁତ୍ ପ୍ରଭା ଦେବୀଙ୍କର*-
ସବିତା, କନକାଞ୍ଜଳି,ମରୀଚିକା, ଝରା ଶିଉଁଳି ଇତ୍ୟାଦି ଅନେକ କୃତି ସାହିତ୍ୟ ଜଗତକୁ ସଂବୃଦ୍ଧିଶାଳୀ କରିଛି।
*କୁନ୍ତଳା କୁମାରୀ ସାବତ*-
କାଳିବୋହୁ,ରଘୁଅରକ୍ଷିତ,ନଅତୁଣ୍ଡି,ପରଶମଣି,ପ୍ରେମଚିନ୍ତାମଣି ସମେତ ଅନେକ ମାନବ ଧର୍ମୀ କବିତା, ଗଳ୍ପ, ଉପନ୍ୟାସ ମାଧ୍ୟମରେ ସମାଜ ତଥା ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି ।
*ରମା ଦେବୀଙ୍କର*—
ଜୀବନ ପାଲି, ଯୁଗରୁ କଳ୍ପ, ସୁଦୂର ସଂଗୀତ, ଆଉ କେବେ ଫେରିବ ବସନ୍ତ, ଇତ୍ୟାଦି ଉପନ୍ୟାସ ସାହିତ୍ୟ ବାଣୀ ଭଣ୍ଡାରର ଅକ୍ଷୟ ରତ୍ନ ଅଟେ।
*ପ୍ରତିଭା ରାୟଙ୍କ*—-
ଯାଜ୍ଞସେନୀ, ଶିଳାପଦ୍ମ,ବର୍ଷା ବୈଶାଖ ବସନ୍ତ, ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା ପ୍ରଭୃତି ମହାନ ଓଡିଆ ସଂସ୍କରଣ ଗ୍ରନ୍ଥ।ସମାଜ ଓ ସାହିତ୍ୟର ପ୍ରଥ ପଦର୍ଶକ ଏବଂ ଓଡିଆ ବାଣୀ ଭଣ୍ଡାରକୁ କାଳଜୟୀ ଅବଦାନ ।
ଏହି ଭଳି ଆଧୁନିକ ନାରୀ କବିମାନେ ଆମ ଭାଷା ଓ ସାହିତ୍ୟକୁ ସଫଳତାର ଶୀର୍ଷରେ ପହଞ୍ଚାଇ, ବିଶ୍ବ ଦରବାରରେ ସୁପରିଚିତ କରାଇଛନ୍ତି । ଆଜିର ନାରୀ କବିମାନେ ସେହି ଭଳି ସୁନ୍ଦର ସରଳ ତଥା ତେଜଭରା ଔଜଲ୍ଯର ଦାୟାଦ ଭାବରେ ନିଜକୁ ପ୍ରତିଷ୍ଠା କରିବାରେ ଉଦ୍ୟତ ନିଶ୍ଚୟ । ଓଡିଆ ବାଣୀ ଭଣ୍ଡାରକୁ ଆହୁରି ସଂବୃଦ୍ଧିଶାଳୀ କରିବାର ପ୍ରୟାସ ଜାରି ରଖି ଏବେବି ଉତ୍କଳିୟ ପରମ୍ପରା ତଥା ଆଦର୍ଶକୁ ସ୍ପଷ୍ଟ ରୂପ ରେଖ ଦେଇପାରୁଛନ୍ତି।
ଆହୁରି ଆଗକୁ ଚାଲନ୍ତୁ ମଧ୍ୟ । ଏହା ମୋର ଈଶ୍ବରଙ୍କ ନିକଟରେ ଏକାନ୍ତ କାମନା।।।।।
*ସୁପ୍ରିୟା ମିଶ୍ର*
ଶ୍ଯାମପୁର,ତୁଳସୀପୁର
ଯାଜପୁର
Your model is so distinctive in comparison to other people I’ve read through stuff from. Thanks for putting up any time you’ve received the opportunity, Guess I’ll just bookmark this web site.