ଅନୁଭୂତିରେ ପ୍ରଭୁ ଶ୍ରୀ ଜଗନ୍ନାଥ
ମୋ ସ୍ବାମୀ, ଶାଶୁ,ଛୋଟି ଝିଅ ଓ ମୁଁ ଶଶୁରଙ୍କ ଅସ୍ଥି ବିସଜ୍ଜନ କରିବାକୁ ଆହ୍ଲାବାଦ ଯାଇଥିଲୁ।ସେଠି କାମ ସାରି ଦୁଇ ଦିନ ପରେ ଫେରିଲୁ। ଯେଉଁ ଦିନ ଫେରିଲୁ ଝିଅକୁ ବାଟରେ ଟ୍ରେନ୍ରେ ପ୍ରବଳ ଜ୍ବର ଆସିଲା, ଆମେ ପୁରୀ ଯାଇ ସମୁଦ୍ରରେ ଗାଧୋଇ ଜଗନ୍ନାଥଙ୍କ ଦର୍ଶନ କରିବାର କଥା ହୋଇ ପୁରୀ ପର୍ଯ୍ୟନ୍ତ ଟିକେଟ୍ କାଟିଥିଲୁ। ଏପଟେ ଝିଅ ର ଦେହ ଖରାପ ପାଇଁ ପୁରା ବ୍ଯସ୍ତ ଥାଉଁ। କେଉଁ ଆଡେବି ମନ ନଥାଏ।
ଏମିତି ହୋଉ ହୋଉ ଓଡିଶା ଭିତରେ ଗାଡି ପ୍ରବେଶ କଲା ,ଠିକ୍ ଖୋର୍ଦ୍ଧା ପାର୍ ହେଲା ପରେ ମୋ ଶାଶୁ ମୋ ଝିଅକୁ କହିଲେ ମା ଲୋ ଟିକିଏ ଜଗନ୍ନାଥଙ୍କୁ ଡାକେ ଟିକିଏ କୃପା ବାରି ବରଷି ଦେବେ ତୋ ଦେହ ଭଲ ହୋଇଯିବ। ମୋ ଝିଅବି କାନ୍ଦ କାନ୍ଦ ହୋଇ ଠାକୁରଙ୍କୁ ଡାକିଲା। ସତକୁ ସତ ପୁରୀରେ ପହଞ୍ଚିବା ବେଳକୁ ଝିଅର ଜ୍ବର ପୁରା ଠିକ୍ ହୋଇଯାଇଥାଏ। ବର୍ଷାବି ଝିପିଝିପି ପକୋଉଥାଏ। ସବୁ ଆଡେ ବୁଲିଲୁ ଆଉ ଘରକୁ ଫେରିଲା ପର୍ଯ୍ୟନ୍ତ ଜ୍ବର ଜମା ଆସିଲା ନାହିଁ ।
ଜୟ ଜଗନ୍ନାଥ। ଧନ୍ଯ ତୁମ୍ଭ ଲୀଳା ପ୍ରଭୁ।
🙏🏼ସୁପ୍ରିୟା ମିଶ୍ର🙏🏼
ଯାଜପୁର
ଭହୁତ ସୁନ୍ଦର ହେଇଛି ଜଗନ୍ନାଥ ଙ୍କ ମହିମା ଅପାର
ଧନ୍ୟବାଦ ମୋ ଗଳ୍ପକୁ ସ୍ଥାନ ଦେଇଥିବାରୁ ।