April 16, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
ମିଛ ସମ୍ପର୍କ

ପଢନ୍ତୁ ସୁଦର୍ଶନ ମହାପାତ୍ର ଙ୍କ ଗଳ୍ପ କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର

କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର (ପ୍ରତିଯୋଗିତା-୧୭)
**********************
ଏବେ ତ ଆମ ବନ୍ଧୁତା ଦୂର ପାହାଡ ସେପଟେ ହଜିଯାଇଥିବା ଧାରେ ଝାପସା ଆଲୁଅ ଭଳି ! ହାତ ବଢେଇଲେ ବି ଆଉ ଛୁଇଁ ହେଉନି। ଟିକିଏ ଶୁଣିଯା’ ବୋଲି ଯେତେ ଆକୁଳ ହୋଇ ଡାକିଲେ ବି ତୋ ପାଖରେ ଆଉ ପହଞ୍ଚି ପାରେନା ବିନତି। ତୋତେ ନେଇ ସ୍ମୃତିରେ ବଞ୍ଚିବାକୁ ପଡ଼ିବ ; ନବ !
‘ନବ’ ମୋର ପିଲାଦିନର ବନ୍ଧୁ। ଆମେ ଦୁହେଁ ଗୋଟିଏ ଗାଁର । ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସେ ମୋ ସହିତ ପଢ଼ୁଥିଲା। ଗଣେଶ ପୂଜା ହେଉ ବା ସରସ୍ଵତୀ ପୂଜା, ଅଗଷ୍ଟ ପନ୍ଦର ହେଉ ଅବା ସାଧାରଣତନ୍ତ୍ର ଦିବସ,ନବ ହିଁ ଖୋଜାପଡେ ଶିକ୍ଷକମାନଙ୍କର ।ବେଞ୍ଚ, ଡେସ୍କ ସଜାଡ଼ିବା , ପତାକା କାଟି ସୂତୁଲିରେ ଅଠା ବୋଳି ଲଗାଇବା, ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନ କରିବାରେ ଯେମିତି ନବ ହାତର ସ୍ପର୍ଶ ଥାଏ ! ଆମେ ସବୁ ତା’ର ବୋଲକରା ଏସବୁ କାମରେ।ଯେ କୌଣସି ପୂଜା ଅବା ଉତ୍ସବରେ ଫୁଲ ଯୋଗାଡ ଦାୟିତ୍ଵ ଶିକ୍ଷକ ମାନେ ଦିଅନ୍ତି ନବକୁ, ଆଉ ନବ ସବୁ କାମ ସୁରୁଖୁରୁରେ କରାଇ ନିଏ ପିଲା ମାନଙ୍କ ଦ୍ଵାରା।ସେ ଜାଣିଥାଏ କାହା ବାଡ଼ିରେ କେଉଁ ଫୁଲ ଅଛି ଅବା କାହା ବାଡ଼ିରେ ଅଛି ଦେବଦାରୁ ଗଛ, କଦଳୀ ଗଛ ଇତ୍ୟାଦି..!
ପ୍ରାର୍ଥନା ସଭାକୁ ଯେମିତି ଭାବରେ ନବ ପରିଚାଳିତ କରେ ଏବଂ ଶିକ୍ଷକ ମାନଙ୍କର ଆଦର ଆଦୃତି ଲାଭ କରେ, ମୁଁ ମନେ ମନେ ଭାବେ ମୁଁ ନବ ପରିକା ହୋଇ ଯାଆନ୍ତି କି ?କେବଳ ଗୋଟିଏ କ୍ଷେତ୍ରରେ ମୁଁ ନବ ଠାରୁ ଟିକେ ଆଗୁଆ। ତାହା ହେଉଛି ପାଠପଢ଼ା। ସେ ପାଠପଢ଼ାରେ ଏତେଟା ଭଲ ନଥିଲା। ମୁଁ ତାହା ସହ ମିଶି ପାରିବାର ଏଇ ଗୋଟିଏ ମଉକା ଥିଲା। ପାଠପଢ଼ାରେ ସେ ମୋ ସାହାଯ୍ୟ ନିଏ। ମୋ ଠାରୁୁ ଖାତା ନେଇ ସବୁ ପ୍ରଶ୍ନର ଉତ୍ତର ଟିପିଦିଏ।ପ୍ରତି ବଦଳରେ ସେ ଅବଶ୍ୟ ମୋତେ ଯାଚିଦିଏ କାଗଜ ତିଆରି ଡଙ୍ଗା, ଚଢ଼େଇ,କାଳିଦୁଆତ ଏବଂ ସର୍ବୋପରି କାଗଜ ତିଆରି ରକେଟ୍। ସେ ବି ଶିଖାଇ ଦିଏ ରକେଟ୍ ଉଡାଇବାର କଳା କୌଶଳ।
ଯଦିଓ ଆମେ ଏକା ସାଙ୍ଗରେ ପଢୁ, ନବ ଆମମାନଙ୍କ ଠାରୁ ଟିକେ ବୟସ୍କ ଲାଗେ। ବାଗୁଡ଼ି ଖେଳରେ ସମସ୍ତେ ଚାହାଁନ୍ତି ନବ ତାଙ୍କ ପଟରେ ଖେଳୁ। କବାଡି ଖେଳରେ ନବ ରା’ ଧରିଲେ ବିପକ୍ଷ ଦଳ ଥରହର। ବେଳେବେଳେ ଆମେ ତାକୁ ଖେଳେଇ ଦେଉନା।ସେ କିନ୍ତୁ ସେମିତି ରାଗେନା ଅବା ମନ ଦୁଃଖ ବି କରେନା।ସେ ଜାଣିଥାଏ ଭିତିରି କଥା। ହସିଦେଇ କହେ-” ହଉ, କାଲି ସ୍କୁଲରେ ବଗିଚା କାମରେ ଲଗେଇଦେବି।”ସେ ସ୍କୁଲରେ ଥିଲା “ବଗିଚା ମନ୍ତ୍ରୀ”।
ମୁଁ ପ୍ରଧାନମନ୍ତ୍ରୀ ଥିଲେ ବି ସେ ମୋତେ ମୋଟେ ମାନେନା ।
ନବ ସବୁରି ପ୍ରିୟ ଥିଲା। ତା’ର ହସ ହସ ମୁହଁ ଖୁବ୍ ସୁନ୍ଦର। ମୋତେ ତ ଶ୍ରୀକୃଷ୍ଣ ଙ୍କ ଛବି ଭଳି ଲାଗେ ପିଲାଦିନେ। ହାଇସ୍କୁଲ ଗଲାପରେ, ନବ ବି ସବୁରି ପ୍ରିୟ ହୋଇଗଲା କମ୍ ଦିନ ଭିତରେ। ଗାଆଁ ଠାରୁ ଅଳ୍ପ ଦୂରରେ ଥିବା ” ସାମନ୍ତ ସିଂହାର କେଳୁଚରଣ ଉଚ୍ଚ ବିଦ୍ୟାଳୟ” ରେ ଆଖପାଖର ପ୍ରାୟ ସାତ ଆଠଟି ଗାଁର ପିଲା ପଢନ୍ତି। ସମସ୍ତଙ୍କୁ ପଛରେ ପକାଇ ସ୍ଵୀୟ ଗୁଣ ବଳରେ ସେ ପୁରା ବିଦ୍ୟାଳୟର ଆଦର ଲାଭ କରିଥିଲା। ବିଦ୍ୟାଳୟ ପରିସରର ସବୁଜିକରଣରେ ତା’ର ମୁଖ୍ୟ ଅବଦାନ ଥିଲା।ସମୟ ଅନୁସାରେ ବିଭିନ୍ନ ଫୁଲ ଗଛ ଲଗାଇବା ଠାରୁ ଆରମ୍ଭ କରି ବିଦ୍ୟାଳୟର ସୌନ୍ଦର୍ଯ୍ୟିକରଣରେ ନବ ହାତର ସ୍ପର୍ଶ ସ୍ପଷ୍ଟ ବାରି ହେଉଥିଲା। ହାଇସ୍କୁଲ ପରେ ନବ ଆଉ ଆଗକୁ ପଢିପାରି ନଥିଲା।ପାଠରେ ଦୁର୍ବଳ ତ ଥିଲା,ପାଠ ନପଢିପାରିବାର ଆଉ ଗୋଟିଏ କାରଣ ଥିଲା ଆର୍ଥିକ ଅସଛ୍ବଳତା…!
ଉଚ୍ଚଶିକ୍ଷା ପାଇଁ ମୁଁ ଗାଁ ଛାଡିଲି। କେତେ ବର୍ଷ ପରେ ନବ ଆମରି ହାଇସ୍କୁଲରେ ପିଅନ ଚାକିରୀରେ ଯୋଗ ଦେଲା ବୋଲି ଜାଣିଲି।୨୭ ଜାନୁଆରୀ ୨୦୧୯ ରେ ମୋର ନବ ସହ ଦେଖା ହୋଇଥିଲା ଶେଷଥର ପାଇଁ। ସେଦିନ ଥିଲା ଆମ ବ୍ୟାଚର ବନ୍ଧୁ ମିଳନ ଉତ୍ସବ।ନବ ରୋଷେଇ ତଦାରଖ କରୁଥିଲା।ତା’ ପାଖରେ ଯାଇ ବସିଲି। ସେ ଅଭିମାନରେ ଚିରାଚରିତ ଭାବେ କହିଲା-“ତୁ କ’ଣ ମୋତେ ଆଉ ପଚାରୁଚୁ ନାଁ ମନେ ରଖିଛୁ ?ସହରରେ ରହି ଭୁଲିଗଲୁ ସବୁ ।”
ମୋ ବ୍ୟାଗରୁ ବାହାର କଲି ବନ୍ଧୁ ମିଳନ ଉତ୍ସବର
“ସ୍ମରଣିକା” ପତ୍ରିକା।ତା’ ହାତରେ ଦେଇ ପୃଷ୍ଠା ଖୋଲି ଦେଖେଇ ଦେଲି ଗପଟିଏ , ‘ପରିବାର’- ଲେଖକ:ନବ କିଶୋର ବାରିକ୍ । ପତ୍ରିକାର ସମ୍ପାଦନା ମୋ ଦ୍ଵାରା ହୋଇ ଥିବାରୁ , ମୁଁ ନବ ପାଇଁ ଲେଖି ଦେଇଥିଲି ଗପଟି ତା’ରି ଭାଷାରେ, ତା’ରି କୁହା ସୁଖଦୁଃଖର ପାରିବାରିକ ଘଟଣାକୁ ନେଇ।ଖୋଲି ବି ଦେଖାଇଲି ସମ୍ପାଦକୀୟ ପୃଷ୍ଠାରେ ମୁଁ ଲେଖିଥିବା “କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର” ର ବାର୍ତ୍ତା। ଲୁହ ଛଳଛଳ ଆଖିରେ ମୋତେ କୁଣ୍ଡାଇ ପକାଇଲା ନବ ।
ଛଅ, ସାତ ମାସ ଯାଇଛି କି ନାହିଁ ଶୁଣିଲି ନବକୁ କ୍ୟାନ୍ସର। ସେ ଚିକିତ୍ସା ପାଇଁ ବମ୍ବେରେ। ସାଙ୍ଗମାନେ ଆଦାୟ କରି କିଛି ସାହାଯ୍ୟ କଲେ। ମାତ୍ର ନବ ଆମକୁ ଛାଡି ଚାଲିଗଲା ସବୁଦିନ ପାଇଁ। ଛାଡି ଚାଲିଗଲା ତା’ ପୂଣ୍ୟ କ୍ଷେତ୍ରକୁ…! ତା’ ବିଦ୍ୟାଳୟକୁ…!!

# ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ,କଟକ#
ଦୂରଭାଷ-୯୪୩୮୧୭୫୫୪୨

Loading

Leave a Reply

Your email address will not be published. Required fields are marked *