ଗଳ୍ପ –ଅପେକ୍ଷା ର ଫଳମିଠା
ରୁକ୍ମଣୀ ସାହୁ
ସେଦିନ ସୁଦିନ କି ଦୁର୍ଦ୍ଦିନ ଥିଲା ଏଯାଏ ତାର ମୀମାଂସା ହୋଇ ପାରିନି l
ରମୁ ବଉ କାନ୍ଦି କାନ୍ଦି ଚିତ୍କାର କରି ଦୌଡୁ ଥିଲା ଘର ଆଡ଼େ l ମୋ ପୁଅକୁ ଉଦ୍ଧାର କର, ପୁଅ ମୋର ନଦୀ ରେ ଭାସିଗଲା ମୁଣ୍ଡ ବାଡେଇ ବାଡେଇ କାନ୍ଦୁ ଥିଲା ଏହା ଥିଲା 1999ମସିହା ମସିହା ମହାବାତ୍ୟା ଲୋମ ହର୍ଷଣ କାରୀ ଦୃଶ୍ୟ ମାନଙ୍କ ମଧ୍ୟ ରୁ ଗୋଟିଏ l ସେଦିନ ସକାଳେ ପାଗ ସ୍ୱାଭାବିକ ଥିଲା ଧୀରେ ଧୀରେ ପବନ ର ବେଗ ବଢ଼ିବରେ ଲାଗିଲା ପ୍ରକୃତି ର ରୂପ ଭୟଙ୍କର ହେଲା ରାତିକରେ ଓଜାଡ଼ି ଗଲା ଅନେକ ସୁନାର ସଂସାର lସେତେବେଳେ ବୈଜ୍ଞାନିକ ଜ୍ଞାନ କୌଶଳ ଏତେଟା ଆଧୁନିକ ନଥିଲା l ରମୁ ବଉ ତାର କୌଣସି କାମ ସାରି ପୁଅ ରମୁ କୁ ଧରି ଫେରୁଥିଲା ଗାଁ କୁ l ଗାଁ ର
ପାଖା ପାଖି ନଦୀଟିଏ ତାକୁ ପାରେଇ ନିଜ ଗାଁ କୁ ଯିବାକୁ ହେବ ନଦୀ ଟିକୁ ପାରେଇ ଯିବା ସମୟ ରେ ରମୁ
ବଉ କିଛି ଭାବିବା ପୂର୍ବ ରୁ ଏକ ଭୟଙ୍କର ସୁଅ ତା ପୁଅର ସେହି କଅଁଳ ହାତ ଟିକୁ ତା ପାଖରୁ ଛଡେଇ ନେଇ ଥିଲା ବହୁ କଷ୍ଟ ରେ ନିଜ କୁ ରକ୍ଷା କରି ଦୌଡି ଥିଲା ଗାଁ କୁ l ଗାଁ ର ଲୋକମାନେ ଓ ଅଗ୍ନିସମ ବାହିନୀ ବହୁ ଚେଷ୍ଠା କରି ବିଫଳ ହୋଇ ଥିଲେ l ବହୁ ଖୋଜା ଲୋଡ଼ା ପରେ ରମୁ ର ଦର୍ଶନ ମିଳିଲାନି l ମୁଣ୍ଡ ବାଡେଇ କାନ୍ଦୁ ଥିଲେ ରମୁ ର ବାପା, ମା l
ସୁଖ ର ସଂସାର ରେ ଘୋଟିଆସିଲା
ଦୁଃଖ ର କଳା ବାଦଲ l ରମୁ ଥିଲା ତାର ଏକ ମାତ୍ର ପୁଅ l ଖୁବ ମେଧାବୀ ଥିଲା l ଗାଁ ସ୍କୁଲ ରେ ନବମ ଶ୍ରେଣୀରେ ପାଠ ପଢୁଥିଲା l ଯେମିତି ମେଧାବୀ ସେମିତି ସୁଧୀର, ଶିଷ୍ଟlଚାରି ଓ ଆଜ୍ଞାବହ ମଧ୍ୟ ଥିଲା l ମା ବାୟାଣୀ ପରି ହେଉ ଥାଏ ମୋ ପୁଅର କିଛି ହୋଇନାହିଁ ନିଶ୍ଚୟ ଫେରିବ ପାଗିଳି ପରି ନଦୀ କୂଳ କୁ ଧାଇଁ ଯାଉଥାଏ l ଗରିବ ଘର ବାପା, ମା ଦିନ ମଜୁରିଆ l ହେଲେ ରମୁ କୁ କେଉଁ ଥିରେ ଅଭାବ ରଖନ୍ତିନି l ରମ କୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ ରମୁ ବଡ଼ ହେବ
ବଡ଼ ଅଫିସର ହେବ ଆମର ଦୁଃଖ ଯିବ l ହେଲେ ସବୁ ଆଶା ପାଣି ଫୋଟକା ପରି ମିଳେଇ ଗଲା ମା, ବାପା ଙ୍କ ର ସ୍ବପ୍ନର ତାଜମହଲ ଟି ଭାଙ୍ଗିରୁଜି ଚୁରମାର ହୋଇଗଲା l ରମୁ ର ବାପା ରମୁ କୁ ହରେଇ ବୋକା ପରି ବସିରହି ଥାଏ ସବୁବେଳେ lଦୁହେଁ ଯାକ କାମଦାମ ବନ୍ଦ କରିଦେଲା
କେତେବେଳେ ଚୁଲି ଜଳେ ତ
କେତେବେଳେ ନିରାଢାଳ ଉପାସ ରେ ରହିଯାନ୍ତି lଏକ ମାତ୍ର ପୁଅ କୁ ହରେଇ ଖୁବ ଦୁଃଖ ରେ ସମୟ ବିତାଇଲେ l ନୁଆଁଣିଆ ଚାଳ ଛପର ଘରଟି ରେ ଦିନ ରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଗଲେ l
ସେହି ନଦୀ ର ଏକ ପଥର ଚଟାଣ ଉପରେ ରମୁର ବାପା ପର୍ଶୁରାମ ସବୁବେଳେ ମନ ମାରି ବସି ଥାଏ ଧ୍ୟାନମଗ୍ନ ଋଷି ପରି ନଦୀ ର ସେହି ଅସରନ୍ତି ଢେଉ ମାନଙ୍କୁ ଚାହିଁ ରହିଥାଏ l କିପରି ଢ଼େଉ ପରେ ଢେଉ ଆସି ମିଳେଇ ଯାଉଛନ୍ତି l ଏମାନଙ୍କ ପୁନରାବୃତ୍ତି ପରି ମୋ ପୁଅ ମଧ୍ୟଦିନେ ମୋ ପାଖକୁ ଫେରି ଆସିବ l ଏମିତି ଅନେକ କିଛି ଭାବି ଚାଲି ଥିବା ସମୟ ରେ ହଠାତ ପଛ ରୁ କିଏ ଜଣେ ଡାକିଦେଲେ ପଛ କୁ ବୁଲି ଚାହିଁଦେଖିଲା ଜଣେ ବୃଦ୍ଧ ପାଖରେ ଠିଆ ହୋଇଛିନ୍ତି ମୁଣ୍ଡ ରେ ତାଙ୍କର ଧଳା ପଗଡି ଖୁବ ସାଧାସିଧା l ବୃଦ୍ଧଜଣକ ପଚାରୁ ଥିଲେ ତୁମର କଣ ହୋଇଛି ସବୁଦିନ କାହିଁକି ଏହି ଚଟାଣ ଟି ଉପରେ ବସିରହୁଛ l ଯାହା ହେବାର ଥିଲା ହେଲା ଯାହା ହେବାର ଥିବ ନିଶ୍ଚୟ ହେବ l ମନେ ରଖ ଅପେକ୍ଷା ଭାରି କଷ୍ଟ ଦାୟକ ହେଲେ ତାର ଫଳ ଭାରି ମଧୁର lତମକୁ ଧର୍ଯ୍ୟ ର ସହିତସେହି ଦିନ କୁ ଅପେକ୍ଷା କରିବାକୁ ପଡିବ l ଏହା କହି ବୃଦ୍ଧଜଣକ କେଉଁ ଆଡ଼େ ଚାଲିଗଲେ ପର୍ଶୁରାମ ଜାଣି ପାରିଲାନି l ଏମିତି ନିଜ ମନକୁ ବୁଝେଇ ବା ପାଇଁ ନିରୋଳାରେ ନଦୀ ର ସେହି ପଥର ଚଟାଣ ଉପରେ ବସିରହେ l
ତା ବୋଉର ହାତ ଛାଡିଭାସି ଯାଇଥିବା ରାମୁ କୁ ଆଡ଼ଭୋକେଟ ଉମେଶ ଦାସ ବାବୁ ତାଙ୍କ ଗାଁ ର ନଦୀ କୂଳ ବାଲୁକା ସଜ୍ୟା ରେ ସଂଜ୍ଞାହୀନ ଅବସ୍ଥା ରେ ପଡି ଥି ବାର ଦେଖି ତାକୁ ଉଦ୍ଧାରକରି କଟକ ବଡ଼ ମେଡିକାଲ ରେ ଭର୍ତ୍ତିକରି ଦୀର୍ଘ ଦିନ ଧରି ତାର ସେବା କରି ତାକୁ ଭଲ କରିଥିଲେ କିନ୍ତୁ ତାର ପୂର୍ବ କଥା କୁ ସେ କିଛି ମନେ ପକାଇ ପାରୁନଥିଲା l ଉମେଶ ବାବୁ ଭାରି ଅମାୟିକ ଥିଲେ ଓ ତାଙ୍କର ସ୍ତ୍ରୀ ମାଧବୀ ଦେବୀ ରମୁ ନିଜ ଘରେ ନିଜ ପୁଅ ପରି ପାଳିଥିଲେ l ରମୁ ପରି ତାଙ୍କର ମଧ୍ୟ ପୁଅ ଟିଏ ଥିଲା ତାର ନାଁ ଥିଲା ଜୟ l ରମୁ ନାମ ଦେଲେ ଅଜୟ l ଜୟ, ଅଜୟ ଦୁଇ ଭାଈ ପରି ହୋଇ ରହିଲେ l ଉମେଶ ବାବୁ ଓ ମାଧବୀ ଦେବୀ ରମୁ କୁ କେବେ ଅବହେଳା କରନ୍ତି ନାହିଁ lକିଛି ଦିନ ପରେ ରମୁ ଟିକିଏ ଅସ୍ୱାଭାବିକ ଦେଖା ଗଲା ଅନ୍ୟମନସ୍କ ରହିଲା ପୂର୍ବ ର ସ୍ମୃତି ଧୀରେ ଧୀରେ ଫେରି ପାଇଲା l କିଛି ବୁଝି ପାରିଲାନି ବଡ଼ ହୋଇଯାଇଛି l ମେଧାବୀ ଛାତ୍ର ରମୁ ଭଲ ପାଠ ପଢି ଓଡିଶା ପ୍ରଶାସନିକ ସେବା ରେ ଜଣେ ବଡ଼ ଅଫିସର ହୋଇଛି l ସବୁବେଳେ ମାଆ, ବାପା ଙ୍କ କଥା କୁ ମନେ ପକାଇ ଢେରେ କାନ୍ଧେ l ମନେ ମନେ ବହୁତ ଖୋଜେl
ମନେ ପକାଇଲା ଗାଁ ନାମ ଏରୋସମା, ବାପା ଙ୍କ ନାମ ପର୍ଶୁରାମ ନାଏକ lଆଡ଼ଭୋକେଟ ଉମେଶ ବାବୁ ରମୁକୁ ତା ବିଷୟରେ ସବୁକଥା କହିଥିଲେ l କେବେ ଯଦି ବାପା ମାଆ ଙ୍କ ର ସନ୍ଧାନ ମିଳି ଯାଏ ତାଙ୍କ ପାଖରେ ତୁମ କୁ ରହିବାକୁ ହେବ l ତୁମ କୁ ହରାଇ ସମାନେ ବହୁ କଷ୍ଟ ପାଉଥିବେ l ସବୁ କଥା ଜାଣିଲା ପରେ ରମୁ ର ମନ କେଉଁ ଆଡ଼େ ଲାଗୁନଥାଏ l
ସେଦିନ ଥିଲା ରମୁର ଜନ୍ମ ଦିନ l ରମୁ ର ମାଆ ଖିରି କରିଗାଁ ର ପିଲାମାଙ୍କୁ ବାଣ୍ଟୁ ଥିବା ସମୟରେ ଗୋଟିଏ ଧଳା ରଙ୍ଗର କାର ତାଙ୍କ ଦାଣ୍ଡ ଦୁଆର ରେ ଲାଗିଲା ଆଶ୍ଚର୍ଯ୍ୟ ହୋଇ ଗଲେ ରମୁର ମାଆ, ବାପା l ଆମ ଘର କୁ କିଏ କାହିଁକି ବା ଆସିବ l କାହା ଘରର କୁଣିଆ ବୋଧେ ଭୂଲ ରେ ଏଠିକି ଚାଲି
ଆସିଛିନ୍ତି l ରମୁ ର ମାଆ ବାହାରି ଆସି କହିପକାଇଲେ
ବାଟ ଭୂଲି ଗଲେକି ବାବୁ l
କାହାକୁ ଖୋଜୁ ଥିଲେ l ହଠାତ ଆଡ଼ଭୋକେଟ ଉମେଶ ବାବୁ ପଚାରିଲେ ଏଇଟା ପର୍ଶୁରାମ ନାୟକ ଙ୍କ
ଘର ତ? ରମୁ କୁ ଦେଖି ରମୁର ମାଆ ମନେ ମନେ ଭାବୁ ଥିଲେ ମୋ ରାମୁ ଥିଲେ ଏତେବେଳୁ କୁ ଠିକ ଏତିକି ବଡ଼ ହୋଇସାରନ୍ତାଣି l ରମୁ ଦେଖିବାକୁ ଖୁବ ସୁନ୍ଦର ବହୁତ ପରିବର୍ତ୍ତନ ହୋଇଯାଇଛି ରମୁର l କଣ ଭାବୁଛନ୍ତି ମାଉସୀ ଆକୁ ଚି଼ହ୍ନପାରୁଛନ୍ତି ରାମୁ ର ବାପା
ଖାଲି ସେହି ଧଳା ପଗଡି ପିନ୍ଧା ବାବାଙ୍କ କଥା କୁ ଭାବୁ ଥିବା ବେଳେ ଉମେଶ ବାବୁ କହି ପକାଇଲେ ଇଏ ତୁମରି ପୁଅ ମାଉସୀ ଘଟି ଥିବା ସମସ୍ତ ଘଟଣା ବର୍ଣ୍ଣନା କରିଗଲେ ସେମାନଙ୍କଆଗରେ l ମାଆର
ଖାଦହୀନ ମମତା ତାକୁ ମାଆ ପାଖକୁ ଟାଣିଆଣିଲା l ରମୁ ର ମାଆ ଓ ବାପାଦୁହେଁ ରାମୁକୁ କୁଣ୍ଢେଇ ଧରି ଆନନ୍ଦ ରେ କାନ୍ଦିବାକୁ ଲାଗିଲେ lଉମେଶ ବାବୁ ଙ୍କୁ ଜୀବନ୍ତ ଠାକୁରପରି ସେବା ରେ ଅlପ୍ୟାୟିତକଲେ l ରମୁ ର ବାପା କହୁଥିଲେ ସତରେ ବାବା ତୁମେ ମହାନ ସେଦିନ ମୋତେ କହିଥିଲ ନା ଅପେକ୍ଷା ର ଫଳ ମଧୁର ଆଜି ବୁଝିଗଲି ଅପେକ୍ଷା ଯନ୍ତ୍ରଣା ଦାୟକ ହେଲେ କଣ ହେଲା ତାର ଫଳ ଭାରି ମଧୁର l
ଶିକ୍ଷୟିତ୍ରୀ ରୁକ୍ମଣୀ ସାହୁ,ଉଦଳା, ମୟୁରଭଞ୍ଜ l ଉପସଭାପତି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନ l