April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ପଢନ୍ତୁ ପ୍ରତାପ କିଶୋର ରାଉତ ଙ୍କ ଓଡ଼ିଆଣୀ ର କଳା ରେ ଲୋକଗୀତ

ଓଡ଼ିଆଣୀ ର କଳା ରେ ଲୋକଗୀତ
**********************


          ନାରୀ ହିଁ ବିଧାତାର ସୃଷ୍ଟି ରେ ଏକ ଅନବଦ୍ୟ ଅବଦାନ। ସେ ହିଁ ସୃଷ୍ଟି କାରିଣୀ, ପରିପୋଷଣୀ ଓ ପରି-ପାଳିନୀ ର ମୂର୍ତ୍ତିମନ୍ତ ପ୍ରତୀକ ।ସୃଷ୍ଟିର ଆଧାର ରୁ ଆଦିମାତା ରୂପେ ସନ୍ତାନ ସନ୍ତତି ମାନଙ୍କର ମଙ୍ଗଳ ବିଧାନ କରିଥାଏ। ତାର ରୂପ ରସ ଛନ୍ଦ ରେ ରହିଥାଏ ପ୍ରଜ୍ଞା ଓ ପ୍ରେମ ର ଅଫୁରନ୍ତ ଭାବ ଉନ୍ମେଷ । ସୃଷ୍ଟିର କୌଣସି ଏକ ଅବକ୍ଷୟ ର ସନ୍ଧିକ୍ଷଣ ରେ ନାରୀ ହିଁ ସାଜେ ରକ୍ଷା କର୍ତ୍ରୀ ।ସ୍ନେହ ମମତା ର ସେ ହେଉଛି ଏକ ଅତଳ ବାରିଧି ।ପୁରାଣ ସାହିତ୍ୟ ଦର୍ଶନ କଳା ସବୁ କ୍ଷେତ୍ରରେ ନାରୀ ର ଯୋଗଦାନ ଅବର୍ଣ୍ଣନୀୟ ।ସୀତା ,ସାବିତ୍ରୀ, ଅନସୂୟା ଦ୍ରୌପଦୀ,ପଦ୍ମାବତୀ ଦୁର୍ଗାବତୀ ଆଦି ନାରୀ ମାନେ ସ୍ଵୀୟ ପ୍ରତିଭା ବଳରେ ପୁରାଣ ଇତିହାସ ର ଶିର ମଣ୍ଡନ କରି ନାରୀ ଜାତି ର ବିଜୟ ର ବୈଜୟନ୍ତି ଉଡାଇଛନ୍ତି। ସେଥି ପାଇଁ ସେମାନେ ଆମପାଇଁ ପୁଜ୍ୟା, ନମସ୍ୟା, ଓ ସହନଶୀଳତା ର ସର୍ବାଗ୍ରେ ବିଦ୍ୟମାନ ।
                ଉତ୍କଳୀୟ ପରମ୍ପରା ରେ ନାରୀ ର ଭୂମିକା ସର୍ବାଗ୍ରେ ବିଦ୍ୟମାନ। ଉତ୍କଳୀୟ ସାମାଜିକ ଜୀବନ ରେ ନାରୀ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥାଏ। ସାଂସ୍କୃତିକ ପରମ୍ପରା ରେ ନାରୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ନୃତ୍ୟ ସଂଗୀତ ର ଝଲକ ରେ କୋଟି ଜନ ମନ କୁ ହରଣ କରିବାରେ ସେ ସିଦ୍ଧ ହସ୍ତା ।ତେତ୍ରୀଶ କୋଟି ଦେବତା ଙ୍କର  ଚିତ୍ତ ବିନୋଦନ ପାଇଁ ରମ୍ଭା ମେନକା ଉର୍ବଶୀ ପରି ନାରୀ ମାନେ ସୃଷ୍ଟି ହୋଇଛନ୍ତି।ଜଗତର ନାଥ ଜଗନ୍ନାଥ ଦେବଦାସୀ ର ନୃତ୍ୟ ସଂଗୀତ ରେ ଆତ୍ମହରା ହୁଅନ୍ତି।ଏବେବି ସେ ପ୍ରଥା ଶ୍ରୀମନ୍ଦିର ରେ ପ୍ରଚଳିତ । ଓଡ଼ିଆଣୀ ର ସାଂସ୍କୃତିକ ଜୀବନ ଅନ୍ୟ ମାନଙ୍କ ଠାରୁ ନିଆରା ।ଗ୍ରାମ୍ୟ ଜୀବନରେ ତାର ଅପୂର୍ବ କଳା ନିଦର୍ଶନ କୋଟି ଜନ ମାନସ ରେ ଅପୂର୍ବ ପ୍ରଭାବ ପକାଇ ଥାଏ।କର୍ମମୟ ଜୀବନ ରୁ ଟିକେ ବିରତି ପାଇଲେ ସେ ଅନେକ ଚିତ୍ତ ବିନୋଦନ କାର୍ଯ୍ୟରେ ମନୋ-ନିବେଶ କରି ଜୀବନ ରେ ଆନନ୍ଦ ର ଗଙ୍ଗା ବୁହାଇ ଥାଏ।
                  ଉତ୍କଳୀୟ ପରମ୍ପରା ରେ ନୃତ୍ୟ ସଙ୍ଗୀତ ଆମର ଯେମିତି ଅସ୍ଥି ମଜ୍ଜାଗତ ହୋଇ ଯାଇଛି। ଲୋକ ଗୀତରେ ପୁରୁଷ ଓ ନାରୀ ଉଭୟ ର ଯୋଗଦାନ ରହିଥାଏ।ଘୋଡାନାଚ,ଚଢ଼େୟା ନୃତ୍ୟ,ଦଣ୍ଡ ନୃତ୍ୟ,ଓଡିଶୀ ନୃତ୍ୟ ଆଦି ରେ ନାରୀ ନିଜର ସୁଲଳିତ କଣ୍ଠ ର ତାଳେ ତାଳେ ଅଭିନୟ କୁ ଗୁରୁତ୍ୱ ଦେଇଥାଏ।ସେହି ନୃତ୍ୟ ସଂଗୀତ ମଧ୍ୟରେ ଉତ୍କଳୀୟ ଜୀବନ ର ସାମାଜିକ ଚଳଣି ଓ ପରମ୍ପରା କୁ ଗୁରୁତ୍ୱ ଦିଅ ଯାଇଥାଏ।ଏଥିରେ ପୁରୁଷ ଓ ନାରୀ କୌଣସି ଏକ ପ୍ରସଙ୍ଗ କୁ ଆଧାର କରି ତାର ଭଲ ଓ ଭେଲ କୁ ସମାଜ ଆଗରେ ଇପସ୍ଥାପନ କରିଥାନ୍ତି ଏବଂ ଏଥିରେ ଅନେକ ସାମାଜିକ ବାର୍ତ୍ତା ପ୍ରେରଣ କରିଥାନ୍ତି।
                ଲୋକକଳା ର ଆଉ ଏକ ବିଭାଗ ହେଉଛି ରଜଗୀତ ଓ କାନ୍ଦଣା। ଆଦ୍ୟ ଆଷାଢ଼ ର ମେଘ ମେଦୁରିତ ଆକାଶ ଗ୍ରାମ୍ୟ ଜୀବନ କୁ ନେଇ ଆସିଥାଏ ଅନେକ ବାର୍ତ୍ତା ।ଧରିତ୍ରୀ ମାତା ରଜସ୍ଵଳା ହୋଇ ପୂର୍ଣ ଗର୍ଭା ର ସମ୍ଭାବନା ନେଇ ଆସେ।ଭୂମି ପୂଜନ ସହିତ କୁମାରୀ ମାନଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରା ଯାଇଥାଏ।ରଜ ସାଧାରଣତଃ ଓଡିଶା ରେ ତିନିଦିନ ପାଳନ କରାଯାଇ ଥାଏ।ଗ୍ରାମେ ଗ୍ରାମେ ରଜ ଉତ୍ସବ ମହା ସମାରୋହ ରେ ପାଳନ କରା ଯାଇଥାଏ ।ଘରେ ଘରେ ପୋଡପିଠା ପାନ ର ମଜା ନେଇଥାନ୍ତି ସବୁ ବର୍ଗର ଲୋକମାନେ ।ରଜରେ ଦୋଳି ଖେଳ ଓ ରଜ ଗୀତର ଏକ ସ୍ୱତନ୍ତ୍ରତା ରହିଥାଏ।ଏଥିରେ ସାଧାରଣତଃ ଝିଅ ମାନେ ଦୋଳିରେ ଚଢି ରଜଗୀତ ଗାଇ ସମସ୍ତ ଙ୍କୁ ଆନନ୍ଦ ପ୍ରଦାନ କରିଥାନ୍ତି। ଏଥିରେ ସାମାଜିକ,ପାରିବାରିକ ,ଅର୍ଥନୈତିକ ଓ ପ୍ରାକୃତିକ ଜୀବନ ର ସୁନ୍ଦର ଚିତ୍ର ଦୃଶ୍ୟମାନ ହୋଇଥାଏ ।ଓଡ଼ିଆଣୀ ର ସୁନ୍ଦର ସୁଲଳିତ କଣ୍ଠ ରେ ଋତୁ ବର୍ଷ ମାସ ଏବଂ ଦୂର ଦେଶରେ ଥିବା ତା ମନର ମଣିଷ କୁ ପାଇବାର ଅଦମ୍ୟତା ସ୍ପଷ୍ଟ ଭାବେ ବାରି ହୋଇପଡେ । ରଜ ଦିନ ଦୋଳି ପୂଜା ହେବା ପରେ ଚାଲି ଥାଏ ସଂଗୀତ ଆସର। ଆରମ୍ଭ ହୋଇଥାଏ ଏକ ଭକ୍ତି ନିବେଦନ ରୁ
       “ଗାଁ ଗୋହିରୀ ରେ ବେତ
      ମା ମଙ୍ଗଳାଙ୍କୁ ଏ ଦଣ୍ଡବତ
         ଏ ଦଣ୍ଡବତ ଲୋ
        ଅନୁକୂଳ ହେଲା ଗୀତ ।”
ସମୟେ ସମୟେ ଆକ୍ଷେପ ଓ ପ୍ରତ୍ୟାପେକ୍ଷ ଭିତରେ ଏକ ପ୍ରତିଯୋଗିତା ମୂଳକ ଆସର ଆୟୋଜିତ ହୋଇଥାଏ।ବିଶେଷ କରି କେନ୍ଦୁଝର ମୟୁରଭଞ୍ଜ ଆଦି ଜିଲ୍ଲା ରେ ଯୁବକ ଦଳ ଓ ଯୁବତୀ ଦଳ ଗାଁ ପଡିଆରେ ସଂଗୀତ ର ଆସର ରେ ଭାଗ ନେଇ ପର୍ବ କୁ ସରସ ସୁନ୍ଦର କରିଥାନ୍ତି ।
                 ଓଡ଼ିଆଣୀ ମାନଙ୍କର ଅନ୍ୟ ଏକ ଲୋକ ଗୀତ ର ଉଦାହରଣ ହେଉଛି କାନ୍ଦଣା ।ସାଧାରଣତଃ ବିଭାଘର ଆୟୋ-ଜିତ ହେଲେ ଝିଅ ଟି ତାର ସାଙ୍ଗ ସାଥି ମାନଙ୍କୁ ନେଇ ସାହି ଗାଁ ରେ ଥିବା ଗୁରୁଜନ ମାନଙ୍କୁ ଧରି କାନ୍ଦି ଥାଏ ।ସେହି କାନ୍ଦିବା ଭିତରେ ଝିଅଟି ତାର ମନର କଥା କୁ କାନ୍ଦଣା ର ଭାବ ଭିତର ଦେଇ ପ୍ରକାଶ କରିଥାଏ। ବିବାହ ଏକ ସାମାଜିକ ବନ୍ଧନ। ସମସ୍ତେ ସାମାଜିକ ନିୟମ ଅନୁସାରେ ଏହି ପରିସର ଭିତରକୁ ଆସିଥାନ୍ତି।ଯେହେତୁ ଝିଅ ଟିଏ ସବୁଦିନ ପାଇଁ ବାପ ମା’ ଙ୍କୁ ଛାଡି ଶାଶୂଘରକୁ ଯାଇଥାଏ ତେଣୁ ସେ ତାର ଆବେଗ ଓ ଦୁଃଖକୁ ସମସ୍ତ ଙ୍କ ପାଖରେ ପରି ପ୍ରକାଶ କରି ଥାଏ।  ଏହି କାନ୍ଦଣା ଭିତରେ ଏମିତି ଏକ ଭାବ ଭରିଥାଏ ଯେ କେହି ଲୁହ ଟୋପେ ଝରାଇ ବାକୁ ବାଧ୍ୟ ହୋଇଥାଏ ।ବିବାହ ର ଅର୍ଥ ବିଶେଷ ଭାବେ ବହନ କରିବା ର ସାମର୍ଥ୍ୟ । ଝିଅଟିଏ ବାପଘରେ ବାପା ମା ଙ୍କର ସ୍ନେହ ଶ୍ରଦ୍ଧା ଭଲପାଇବା କୁ ଆଧାର କରି ବଢିଚାଲେ । ଆଦ୍ୟ ଯୌବନ ରେ ପାଦ ଦେଲେ ପିତା ମାତା ମାନେ ଉପଯୁକ୍ତ ପାତ୍ର ଖୋଜି ତାକୁ ସେହି ସାମାଜିକ ବନ୍ଧନ ରେ ବାନ୍ଧିଦେଇ ପୁଣି ଏକ ନୂଆ ଜୀବନ ପ୍ରଦାନ କରିଥାନ୍ତି। କଥାରେ ଅଛି- ଝିଅ ଜନମ ପର ଘରକୁ ।ଏହି ସାମାଜିକ ବନ୍ଧନକୁ କେହି ଅସ୍ବୀକାର କରି ପାରିବେ ନାହିଁ। ସେହି ଆବେଗ କୁ ଝିଅ ଟି ପ୍ରକାଶ କରେ କାନ୍ଦଣା ମାଧ୍ୟମ ରେ। ବାପାଙ୍କୁ ଧରି ଝିଅ ଟି କାନ୍ଦିଥାଏ-
ଏତେ ସରାଗ ରେ ବଢ଼ାଇ ଥିଲହେ ବାପା
ଆଜି ମୋତେ ମନୁ ପର କରିଲ ହେ ବାପା
ଅଲିଅଳ କରି ବଢ଼ାଇ ଥିଲ ହେ ବାପା
ଅଜଣା ରାଇଜେ ପଠାଇ ଦେଲ ହେ ବାପା
ଏମିତି କି ଅବା ଅଳି କରିଲି ହେ ବାପା
ଆକାଶରୁ ଚାନ୍ଦ ମାଗି ଦେଲି କି ହେ ବାପା”
            ଏହିପରି ହୃଦୟ ର କୋହକୁ ଚାପି ରଖି ଝିଅଟିଏ ତାର ମନ ର କଥା ଗୁଡିକୁ ଦୁଃଖଭରା କାନ୍ଦଣା ରେ ପରିପ୍ରକାଶ କରି ଥାଏ। ବଡ଼ ବ୍ୟତିକ୍ରମ ଆଜି ଆଉ ସେ ପ୍ରଥା ଓ ପରମ୍ପରା ରେ ସତେ ଯେମିତି ସୂର୍ଯ୍ୟାସ୍ତ ହୋଇ ଯାଇଛି । ଏକବିଂଶ ଶତାବ୍ଦୀରେ ପାଦଦେଇ ଆମେ ବିଜ୍ଞାନ ବଳରେ ଅସାଧ୍ୟ ସାଧନ  କରୁଥିବା ବେଳେ ସେହି ପୁରୁଣା ପ୍ରଥା ଓ ପରମ୍ପରା ଠାରୁ ଦୂରେଇ ଯାଇଛନ୍ତି।
              ପରିଶେଷରେ ଉପସଂହାରକୁ ଆସିବା ବେଳେ ଆମେ ଏତିକି ଅନୁଭବ କରିବା ଉଚିତ ଯେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ରେ ଓଡ଼ିଆଣୀ ର ଦର୍ଶନ କଳା ସଂଗୀତ ନୃତ୍ୟ ବିଶ୍ୱ ବିଦିତ। ଆଜି ବି ବିଶ୍ୱ ଦରବାର ରେ ଓଡ଼ିଆଣୀ ତାର ସେହି ଗାରିମା କୁ ବଜାୟ ରଖିଛି।ଆଜି ବି ବିଶ୍ୱବାସୀ ଓଡ଼ିଆଣୀ ର ସମସ୍ତ କ୍ରିୟା କଳାପ କୁ ଭୁୟସୀ ପ୍ରଶଂସା କରିଥାନ୍ତି। କବି ଙ୍କ ଭାଷା ରେ-
   “ଓଡ଼ିଆଣୀ ତୋର ଭାବରେ ଭାଷାରେ
           ସତେ କିବା ଯାଦୁ ଅଛି,
    ଯାହାକୁ ଦେଖିଲେ ମନ ଭୁଲି ଯାଏ
           ତୋତେ ଏ ବିଶ୍ୱ ଝୁରୁଛି,
          ତୋ ସରି ହେବକେ ଆଉ,
      ଯୁଗ ଯୁଗ ଧରି ତୋ ଯଶ କିରତୀ
           ପ୍ରତି ମୁଖେ ଶୋଭାପାଉ “
            ★★★★★★★
ପ୍ରତାପ କିଶୋର ରାଉତ
ଶିକ୍ଷକ,ଚମ୍ପକେଶ୍ୱର ଉଚ୍ଚ ବିଦ୍ୟାଳୟ
ପୋଇପାଣି, କେନ୍ଦୁଝର
ଯୋଗାଯୋଗ-8327725033
**********************

  

Loading

2 thoughts on “ପଢନ୍ତୁ ପ୍ରତାପ କିଶୋର ରାଉତ ଙ୍କ ଓଡ଼ିଆଣୀ ର କଳା ରେ ଲୋକଗୀତ

  1. I extend my heartfelt gratitude to the
    Readers , viewers and the strong
    Supporters of SLF for their kind
    Support and cooperation from the core
    Of my heart in excellency.
    Long live SLF

  2. Excellent writing skill, you have very good knowledge of odiya LORE / FOLK songs. Thank you to explore odiya literature… Jai Jagannath..

    BHAI… Narottam Parida.

Leave a Reply

Your email address will not be published. Required fields are marked *