*ଅନୁଭୂତିରେ ଶ୍ରୀ ଜଗନ୍ନାଥ *
୨୦୧୧ମସିହା ଶ୍ରୀ ଗୁଣ୍ଡିଚା ଯାତ୍ରା, ମୁଁ ଏକୁଟିଆ ଶ୍ରୀକ୍ଷେତ୍ରରେ ପହଞ୍ଚିଲି,ଘର ଭଡା ନ ପାଇ ବଡଦାଣ୍ଡରେ ରାତିରେ ବିଶ୍ରାମ କଲି।ମୋର କୌଣସି ଅସୁବିଧା ହୋଇନାହିଁ ।ପରଦିନ ସକାଳୁ ରଥଯାତ୍ରା ସଂପୂର୍ଣ୍ଣ ଦେଖିଲି।ତିନି ରଥ ପଥରେ ଅଟକିଥାନ୍ତି ।ତା ପରଦିନ ନିତ୍ଯକର୍ମ ସାରି ନନ୍ଦିଘୋଷ ରଥ ପର୍ଯ୍ୟନ୍ତ ଗଲି,ଭକ୍ତମାନେ ରଥରେ ଚଢି ଜଗନ୍ନାଥଙ୍କୁ ଦର୍ଶନ କରୁଥାନ୍ତି।ମୋର ମଧ୍ୟ ପ୍ରବଳ ଇଚ୍ଛା କୋଳେଇ ନିଅନ୍ତି କି ଥରେ,ବହୁ
କଷ୍ଟରେ ରଥରେ ଚଢିଲି,ମାତ୍ର ଏତେ ଭିଡଯେ ମୁଁ ସୂତେ ଆଗକୁ ବଢିଲେ ହାତେ ପଛକୁ ଫେରୁଥାଏ।ଆଖିରୁ ଧାର ଧାର ଲୁହ ଗଡି ଯାଉଥାଏ,ହେ ପ୍ରଭୁ ମୁଁ କଣ ତୁମକୁ ଛୁଇଁ ପାରିବିନି,ମନରେ ଅନେକ ପ୍ରଶ୍ନ ଠିକ୍ ଏତିକି ବେଳେ ଭକ୍ତମାନଙ୍କ ଠେଲାପେଲାରେ ମୋ ସାମ୍ନା ପୁରା ଫାଙ୍କା ମୁଁ ଜଗନ୍ନାଥଙ୍କୁ କୁଣ୍ଢେଇ ଧରି ଥିଲି।ମୋ ହାତର ନଡିଆଟି କେମିତି ଫାଟି ଯାଇ ଆପେ ପାଣି ବହି ଯାଉଥିଲା।ସତରେ ସେ ଦିବ୍ୟ ସ୍ପର୍ଶ ଅଦ୍ଭୁତ, ଏବେବି ମନେ ପଡିଲେ, ସେହି ଅନୁଭବ ଦେହରେ ରୋମାଞ୍ଚ ସୃଷ୍ଟି କରେ, ଏ କଥା ସତ ଯେ ଭାବକୁ ନିକଟ ଅଭାବକୁ ଦୂର ,ସେ ହିଁ ଏକା ଭାବର ଠାକୁର।
ଜୟ ଜଗନ୍ନାଥ।।।।
🙏🏼ଅପର୍ଣ୍ଣା ମିଶ୍ର🙏🏼
ଯାଜପୁର
ଧନ୍ୟବାଦ