ହେ ମୋର ଆସୁରିକ ଶକ୍ତିର ସମର୍ଥକ
କାହିଁକି ଆଜି ଝରା ଶେଫାଳୀର
ମନ ଅଗଣାରେ ଦାଉ,ଦାଉ ଜାଳି ଦେଉଛ
ମୋ ଭାଷାକୋଷର ପ୍ରସ୍ପୁଟିତ ପୁଷ୍ପ ଶବ୍ଦକୁ।
ଏହି ଦେଖ କିଛି ଦିନ ହେଲା ସରିଛି ଝାମୁ ଯାତ୍ରା
ମନରୁ ଏ ପର୍ଯ୍ୟନ୍ତ ଲିଭିନି ଯନ୍ତ୍ରଣା ର ଉଷ୍ମତା
ପୁଣିଥରେ ହୃଦୟ ଗାଲିଚା ତଳେ କୁହୁଲି, କୁହୁଲି
ଜଳିବା ଆରମ୍ଭ କରିଦେଲାଣି ଦୁଃଖ ର ମଶାଣି ଜୁଈ।
ଏହି ଦେଖ ଆଜି ସବୁ କିଛି ନୀରବ ହୋଇଯାଇଛି,
କିଛି କହିବା ପୂର୍ବରୁ ଅଫୁରନ୍ତ ଶିହରଣେ
ଉନ୍ମାଦିତ ପ୍ରାଣ ଦିଗବଳୟର ଭାଷାକୁ
ନିରବଦ୍ରଷ୍ଟା ସଜାଇଦେଇଛି।
ଓଡିଆ ର ବିକାଶ ଓ ନିଜ ଜ୍ଞାନର ନୂତନ ସମ୍ଭାର
ପରିବ୍ୟାପ୍ତି ଆଶାରେ , ସ୍ଵକୀୟ ଚେତନା ର କଳ୍ପନାରେ
ନିଜକୁ ହଜାଇ ଦେଇଛି ଏକ ରୁଦ୍ଧିମନ୍ତ ନୀରବ ବଣରେ।
ପର ଆପଣାର ସୁବର୍ଣ୍ଣ ପଞ୍ଜୁରୀ ମଧ୍ୟରେ ଗଛିତ ଶବ୍ଦ
ଓଠର ଦ୍ଵାର ଦେଶ ଦେଇ କିଛି କହିବା ପୂର୍ବରୁ
ଜରାସନ୍ଧ ର ଗଧ ଓ ଶ୍ରୀ କୃଷ୍ଣଙ୍କ କାହାଣୀ ଅବତରଣ କରିନିଏ।
ପ୍ରଗତିର ସୋପାନ କୁ ସାଉଁଟୁ,ସାଉଁଟୁ କେତେବେଳେ
ଏକ ଅପ୍ଳରନ୍ତ ନଇଝର ହରାଭରା ତରୁଲତାରେ
ନିଜକୁ ବେଦରଦୀ ମୂକ କାଠ କଣ୍ଢେଇ ସଜେଇ ଦେଇଛି।
ହେ ମୋର ଆସୁରିକ ଶକ୍ତିର ସମର୍ଥକଆଉ ବଧିର ସାଜ ନାହିଁ। ନିଜକୁ ଆଗ୍ନେୟଗିରି ର ଲାଭା ସଜେଇ ଓଠରେ ମୋର ସାହିତ୍ୟ ର ପରିଭାଷା କୁ ସୁଦୃଡ କରାଅ।
ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ
୭୭୮୮୮୮୬୬୦୨
ଆପଣଙ୍କ କବିତାଟି ପଢିଲି। ଖୁବ୍ ଭଲ ଲାଗିଲା