କିହେଲା କିହେଲା ଯୁଗଲୋ ମିତଣୀ
କିହେଲା କିହେଲା ଯୁଗ
ସାନାଟାଇଜର ହାତରେ ମାଖିଲେ
ଦୂରେଇବା ପାଇଁ ରୋଗ ।
ଦଶା ଏ ତ ଭୋଗାଭୋଗ
ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟସାଧ୍ୟ
ମାଆସ୍କ ଦେଖାଏ ବାଗ ।।
ଦେବାଳୟ ହେଲା ନିଷେଧ ଭକତେ
ପାଦୁକ ଜଳ ବର୍ଜନ
ବିକୃତ ହୋଇଲେ ମନୁଷ୍ୟ ସମାଜ
ଖୋଜିଚାଲେ ଭେକସିନ ।
ଭୁଲିଯାଇ ଭଗବାନ
କୋଭିଦ୍ ନାଇଣ୍ଟିନ୍ ଲଢ଼େଇ ଜିତିବା
ସରକାରଙ୍କ ଆହ୍ୱାନ ।।
କରିଥିଲ ଯାହା ପାପ ହେ ମଣିଷ
ଆଉ କିଏ ଭୋଗିବାକୁ
ଭୂତାଣୁ ନେଉଛି ସବୁ ପ୍ରତିଶୋଧ
ପାରିବ କି ରୋକି ତାକୁ ।
ମହାମାରୀ ଭାବ ଯାକୁ
ଏହା କି କଳକୀ ବାରହାତ ଖଣ୍ଡା
ବୁଲି ବୁଲି ମାରିବାକୁ !!
ମହାମାରୀ ନୁହେଁ ଏ ତ କର୍ମଫଳ
ଯାହା କରିଛି ମାନବ
ପ୍ରକୃତି କରିଛି ଖିନ୍ନଭିନ୍ନ କେତେ
ଜଳସ୍ଥଳ ପୁଣି ନଭ ।
ଭସ୍ମାସୁର ସେ ଦାନବ
ନିଜକୁ ମଣିଲେ ବଳିୟାରଭୁଜ
ବଳିଗଲେ ଦେବଦେବ ।।
✍ *ଶ୍ରୀମାନ ଅମରନାଥ ବାରିକ୍*
💌 *କୟାଁ, ମଙ୍ଗଳପୁର, ଯାଜପୁର*
*ଓଡ଼ିଶା – ୭୫୫୦୧୧*
📞 *୯୫୪୦୩୦୮୦୯୫ (ନୂଆଦିଲ୍ଲୀ)*