ବଞ୍ଚିବାର ଅନ୍ୟ ନାମ ଯନ୍ତ୍ରଣା

ଏକଦା ଏକ ସମୟରେ ହୃଦୟ ଓ ମସ୍ତିଷ୍କ ର ଆଳାପ
ବିଷୟବସ୍ତୁ “ଜୀବନ ଯନ୍ତ୍ରଣା ରେ ପ୍ଲାବିତ ”
ହେଲେ ଏ ଯନ୍ତ୍ରଣା ଆସେ କାହୁଁ ଓ କେମିତି କରିବା ୟାକୁ ଜୀବନ ରୁ ରହିତ ।

 

ହୃଦୟ କହେ ସ୍ନେହ, ପ୍ରେମ ଓ ସୌହାର୍ଦ୍ଦ୍ୟ ର ଅଭାବ ତ ଯନ୍ତ୍ରଣା
କିନ୍ତୁ ମସ୍ତିଷ୍କ ର ଅନ୍ୟୋକ୍ତି ଅଯଥା ଭାବନା ଯନ୍ତ୍ରଣା, ଯେତେବେଳେ
ଏ ମଣିଷ ସ୍ବହିତ ପାଇଁ ଓ ପର ଦୁଃଖ ପାଇଁ କରେ ଖରାପ ମନ୍ତ୍ରଣା
ଦୁଃଖ ସହିବାକୁ ଶକ୍ତି ଥିଲେ ପାଶେ
ଦୁଃଖେ ଦ୍ରବିଭୂତ ହୋଇ ମଉଳିଯିବା ଜୀବନ ନୁହେଁ ।
ପୁଣି ହୃଦୟ ବୁଝାଏ , ଯେବେ କଷ୍ଟ ଦିଏ ଆପଣାର ତେବେ
ଜଳିଜଳି ଯିଇବାକୁ ହୁଏ , ସଜ ଗୋଲାପ ବି ମଉଳା ଲାଗେ ,
ଅମୃତ ଲାଗେ ଜହର ।

ମସ୍ତିଷ୍କ କହେ ଆପଣାକୁ ଅବିଶ୍ୱାସ ତ
ନିଜର ସର୍ବନାଶ ।
ହୃଦୟ କହେ , ଯଦି ଆପଣା ଖୋଜେ ସଂପର୍କରେ ରାସ୍ତା ଅନ୍ତରର
ତେବେ ଚାନ୍ଦିନୀ ରାତି ଲାଗେ କାଳରାତି ଓ ପୁଷ୍ପପଥ ବି ରାସ୍ତା ଯମପୁର ର ।
ତେବେ ଯନ୍ତ୍ରଣା ହିଁ ତ ଅର୍ଥ ବଞ୍ଚିବାର।

ଯାଇ ସେ ମୁକ୍ତ ପୃଥିବୀର ପ୍ରକୃତି କୋଳରେ ଖେଳୁଥିବା ସନ୍ତାନ ମାନଙ୍କୁ ପଚାର,ହେ ମସ୍ତିଷ୍କ ,
ଦୁଃଖ କଣ ସେମାନେ ଭୋଗନ୍ତି ନାହିଁ !!
ସଂଗ୍ରାମ କଣ ସେମାନେ କରନ୍ତି ନାହିଁ ବଞ୍ଚିବାର !!
ସେଇ ପେଟ ଚାଖଣ୍ଡ ଓ ସଂପର୍କ ପାଇଁ ତ ସଭିଏଁ ଯୁଝନ୍ତି , ଆଉ କୁହନ୍ତି ,
ଯନ୍ତ୍ରଣା ହିଁ ତ ଅର୍ଥ ବଞ୍ଚିବାର।


ଜ୍ୟୌତିର୍ମୟୀ ଓଝା
ବାଲିପାଳ, କେଉଁଝର

Leave a Reply

Your email address will not be published. Required fields are marked *