April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ମୋ ବାପା

💗ମୋ ବାପା💗

ଏତେ ଶିକ୍ଷାଗତ ଯୋଗ୍ୟତା ଧରି ବସି ବି
ଜାଣିପାରୁନି ମୋ ବାପାଙ୍କୁ କେମିତି ଶବ୍ଦରେ ସଜେଇବି।
ତାଙ୍କୁ ଶବ୍ଦରେ ସଜେଇବାକୁ
ମୋ ମନ ଅଭିଧାନରେ ପଡିଛି ଶବ୍ଦର ସଙ୍କଟ।
ତାଙ୍କ ବିଷୟରେ ବର୍ଣ୍ଣନା କରିବାକୁ
ଟେବୁଲ୍ ତଳେ ମୋର ଚିରା କାଗଜର ପାହାଡ।
ହେଲେ କାଗଜ କେଉଁଠି ବା ଧରି ରଖିପାରୁଛି ସବୁ ଶବ୍ଦକୁ?
ବାସ୍… କେଇପଦ ଧରି ରଖିଛି।
ସିଏ ମୋ ବାପା,
ଯାହା ପାଇଁ ଝଟକୁଥାଏ ମା’ର ସିନ୍ଥିସିନ୍ଦୁର,
ହାତରେ ରୁଣୁଝୁଣୁ କରେ ଶଙ୍ଖାଚୁଡି,
ଦାଉଦାଉ ଦିଶିଯାଏ ଅନ୍ୟାନ୍ୟ ଅଙ୍ଗ ଅଳଙ୍କାର ମାନ।
ଯାହାପାଇଁ ମୋ ଭବିଷ୍ୟତ ଉଜ୍ଜ୍ୱଳ,
‘ବାପା ଥିବା ପୁଅ ସଭାରେ ହାରେନି’ କଥାର ସତ୍ୟତାକୁ
ମର୍ମେମର୍ମେ ଅନୁଭବ କରୁଛି ମୋ ଭାଇ।
ଜୀବନ ନୌକାରେ ଆମେ ସ୍ଥିର ହୋଇ ବସିଥିବା ବେଳେ
ସେ କାତ ମାରିମାରି ଆଗକୁ ନେଇଯାଉଛନ୍ତି,
ଆମକୁ ଭଲ ମଣିଷଟେ କରି ଗଢିବାକୁ
ଏବେ ଯାଏ ଶିଖେଇ ଚାଲିଛନ୍ତି
ଧର୍ମକର୍ମ ଆଉ ନୀତିଆଦର୍ଶର ବାଣୀ।
ହଁ ସିଏ ଆମ ବାପା,
ସାରା ପୃଥିବୀର ସୁଖକୁ ଆମରି ହାତରେ ଦେବାପାଇଁ
ଯିଏ ବଳି ପକେଇ ଦେଇଛନ୍ତି ନିଜର ସବୁ ସୁଖସ୍ୱାଚ୍ଛନ୍ଦ୍ୟ,
ଅଭାବ ରାକ୍ଷସର ରାମ୍ପୁଡାକାମୁଡାରେ ସେ ଆଜି ଲହୁଲୁହାଣ, ବାରମ୍ବାର ହେଉଛନ୍ତି କ୍ଷତବିକ୍ଷତ।
ହେଲେ ସେ ରାକ୍ଷସ ଛୁଇଁ ପାରୁନି ଆମକୁ,
ତା’ର ଛାଇ ସୁଦ୍ଧା ପଡୁନି ଆମ ଉପରେ,
ବାପା ପରା ତା’ର ବାଟ ଓଗାଳି ବସିଛନ୍ତି।
ହଁ ସେ ଆମ ବାପା,
ଅନ୍ତରରେ ଯନ୍ତ୍ରଣାର ଜ୍ୱାଳା ସହି ବି
ଉପରକୁ ଠୋ ଠୋ ହୋଇ ହସି ଚାଲିଛନ୍ତି,
ଆମ ଆଶାର ପ୍ରଦୀପଟେ ଲିଭି ଯାଉଥିଲା ବେଳେ
ସେ ପୁଣି ଘିଅ ଢାଳି ହୁତୁହୁତୁ ଜଳେଇ ଦେଉଛନ୍ତି,
ଆମ ମନରେ ଅଶାନ୍ତିର ଅଗ୍ନି ଜଳିଲେ
ସିଏ ଶାନ୍ତିର ଚନ୍ଦନ ଲେପନ କରୁଛନ୍ତି।
ଆମ ଉପରକୁ କେହି ପଥରଟେ ଫିଙ୍ଗିଲେ
ପ୍ରଥମେ ଯାହା ମୁଣ୍ଡରେ ବାଜୁଛି ସେ ଆମ ବାପା।
କଣ୍ଟା ଉପରେ ପାଦ ପଡିବା ଆଗରୁ
ଯିଏ ଆମ ପାଦତଳେ ତାଙ୍କ ହାତ ରଖି ସାରିଥା’ନ୍ତି
ସେ ଆମ ବାପା।
ସାରା ଆକାଶଟାକୁ ଶବ୍ଦ କଲେ ବି
ସେ ଲେଖିପାରିବନି ବାପାଙ୍କ ତ୍ୟାଗର କିୟଦଂଶ।
ମୋ ଦୃଷ୍ଟିରେ ବାପା ଈଶ୍ୱରଙ୍କ ପ୍ରତିଛବି ନୁହଁନ୍ତି,
ଈଶ୍ୱର ହେଉଛନ୍ତି ବାପାଙ୍କ ପ୍ରତିଛବି।

©Soubhagyabati Giri
All rights reserved.

 630 total views,  1 views today

Leave a Reply

Your email address will not be published. Required fields are marked *