🎅ଯୀଶୁ ତୁମେ ଆଜି ଆସ🎅
ବାଇବେଲ କୁହେ ଜନମ ତୁମର
ଡିସେମ୍ବର ପଚିଶରେ,
ମେଣ୍ଢାଶାଳେ ଜନ୍ମୀ ହୋଇଲ ଈଶ୍ୱର
ଏ ମଣିଷ ସମାଜରେ ।।
ବାଣ୍ଟି ଶାନ୍ତି ଦୟା ଶୃଙ୍ଖଳିତ କ୍ଷମା
ଯଶ ଅର୍ଜିଲ ବିଶ୍ବରେ,
ଖ୍ରୀଷ୍ଟ ଧରମର ହେଲ ପ୍ରତିଷ୍ଠାତା
ଜଗତ ହିଁ ପୂଜା କରେ ।।
କେଉଁ ଧର୍ମେ ନାହିଁ ଆଜି ହିଁ ଶୃଙ୍ଖଳା
ଲିପ୍ତ ଜନେ ଅତ୍ଯାଚାରେ
ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ଇସଲାମ
ଶିଖ୍ ସର୍ବେ ଅଶାନ୍ତିରେ ।।
ପ୍ରଭୁ କୃଷ୍ଣ ହଜ୍ ରତ ପେଗମ୍ବର
ଜନ୍ମୀଥିଲେ ଜଗତରେ
ଗୁରୁ ନାନକ ବୁଦ୍ଧ ଦେବ ଆସି
କହିଲେ ସରଳ ସ୍ବରେ ।।
କେହି ପ୍ରଚାରକ ହିଂସାର ଶବଦ
ଲେଖି ନାହାଁନ୍ତି ଗ୍ରନ୍ଥରେ
ତୁମେ ଖ୍ରୀଷ୍ଟ ଧର୍ମେ ଅଟ ଅନ୍ଯତମ
ପାଇଥିଲୁ ଏ ଧରାରେ ।।
ଯୀଶୁ ତୁମେ ଆଜି ଆଶ ମର୍ତ୍ତ୍ୟ ଦେଶେ
ସେମାନଙ୍କ ସଂଗତରେ
ସତ୍ଯ ଧର୍ମ ଶାନ୍ତି ଶୃଙ୍ଖଳାର ପଥେ
ଯାର ଜନ୍ମ ଏ ମହୀରେ।।
ଜୟମା ବିରଜା
ଉମାକାନ୍ତ ଦାସ, ଲାଲବାଗ,
ଖାନନଗର, ମଙ୍ଗଳ ପୁର
ଯାଜପୁର ,୯୮୭୩୨୩୬୪୪୧
661 total views, 1 views today