❤💖ଜୀବନର ଟିକେ ସୁଗନ୍ଧ💖❤

ସେ କହେ ଜଳିବା ପାଇଁ
ଶୁଖିଲା କାଠ ଦୁଇ ଖଣ୍ଡହିଁ ଯଥେଷ୍ଟ
ମୁଁ କହେ ନାଇଁମ କଞ୍ଚା ଜଖମ ଟିକେହିଁ ଯଥେଷ୍ଟ
ଦର ସିଝା ଗଣ୍ଡିଟାକୁ ଜାଳି ଜାଳି ସିଝାଇଦେବା ପାଇଁ …

ସେ କହେ ପଖାଳ ସାଙ୍ଗରେ ଲୁଣ ଚିମୁଟେ ହେଲେ
ଆମ ଦୁଃଖ ବାଟ ଭାଙ୍ଗେ
ମୁଁ କହେ ପିଲାଦିନେ ବାପାଙ୍କ ସାଥୀରେ
ବିଲ ହିଡରେ ଖାଇଲାବେଳେ ତାଙ୍କ ଦେହର ସେ ଝାଳ
ଲୁଣଠାରୁ ଆହୁରି ଅଧିକା ଲୁଣିଆ ଲାଗେ
ପଖାଳ କଂସାରେ……

ସେ କହେ ମୁଁ କାଳେ ଆଧୁନିକତାରୁ
ଏବେ ଏବେ ଅତ୍ୟାଧୁନିକତା ନିକଟକୁ ଲମ୍ପ ମାରୁଛି
ମୁଁ କହେ ହେ ନାମ
ମୋ ପିଣ୍ଡପରା ପ୍ରାଚୀନତାରେ ଗଢା
ଧୂଳିରେ ଖେଳିଛି
ଗାଁରେ ବୁଲିଛି
ଜେଜେମା ଠାରୁ କାହାଣୀ ଶୁଣିଛି……

ସେ କହେ ମୁ କାଳେ ମୁଭି ଦେଖେ ସେ ପୁଣି ବଲିଉଡ
ମୁଁ କହେ
ପାଲା ଦେଖିଛି
ଦାସକାଠିଆକୁ ଗାଁ ଦାଣ୍ଡରେ ଭେଟିଛି
ଘୁମୁରାନାଚକୁ ବଳଦେବଙ୍କର ଜନମେ ଦେଖିଛି…..

ସେ କହେ ସତରେ ତୁ ଦେଶୀ ଦେଶୀ
ମୁଁ ଭାବେ ତୁ ସସ୍ଥା ବିଦେଶୀ
ମୁଁ କହେ ବିଦେଶୀ ହେବାର
ସଉକୁ ମୋର
ଭାଙ୍ଗିଦେଲା ଏହି କରୋନା ଜ୍ୱର….

✍ସ୍ଵର୍ଣପ୍ରଭା ଖଟୁଆ
ଯାଜପୁର

Leave a Reply

Your email address will not be published. Required fields are marked *