*ଜୀବନ ର ଅନ୍ୟ ନାମ ଯନ୍ତ୍ରଣା*
ସଭିଙ୍କୁ ଚାହିଁ…..
ମୃତ୍ୟୁକୁ, ଅଣ ଦେଖା କରୁଛି…..
ଜୀବନ ଧରି
ଆଜି ଅନୁତାପ କରୁଛି…..
ସଭିଙ୍କୁ ନିଜର କରି
ଯନ୍ତ୍ରଣାକୁ,ଆମନ୍ତ୍ରଣ କଲି….
ସଦା ସର୍ବଦା ହୃଦୟେ
ଜାଗା ଦେଲି….
ଯନ୍ତ୍ରଣାକୁ ଦେଖି…
ଲୁହ ଧାଇଁ ଆସୁଛି….
ସବୁ, ସହି ଆଜି ବାଟ
ମୁଁ….
ଚାଲୁଛି…..
ସବୁଦିନେ, ନୂଆ କଥା ଶୁଣି
ମନ ଛୋଟ କରୁଛି…..
ପର କରିଦେଲେ, ବି ଯନ୍ତ୍ରଣା
ନିଜର ହୋଇ ଥାଉଛି…..
ସ୍ବପ୍ନଟି ଦେଖି ଅଧୀର, ଅଥୟ
କେଉଁଠିକୁ ଯିବା ପାଇଁ ଆଗ
ମନ କରୁଛି…..
ବେଳ ତାଳର କିଛି
ସମୟ ନାହିଁ….
ଦିନ, ରାତିର କିଛି
ଘୋଷଣା ନାହିଁ…..
ଚିହ୍ନା ହେଉ କି ଅଚିହ୍ନା ଲୋକର
ଦୁଃଖଟିକୁ ନିଜର କରି….
ଯନ୍ତ୍ରଣାକୁ ଉପଭୋଗ କରୁଛି…..
ଜୀବନର ଅନ୍ୟ ନାମ ହିଁ ଯନ୍ତ୍ରଣା
ଯନ୍ତ୍ରଣା ପାଇ ହୁଅଇ ଅଶାନ୍ତି….
ଆଜି ମନରେ ଭାବେ…
ମୃତ୍ୟୁର ଅନ୍ୟ ନାମ ହିଁ ଶାନ୍ତି….
ଆସିଛି ଏକା….
ଯିବି ଏକା ମୁଁ…..
କାହାକୁ, ଦେବି ମୋ ଭାଗ୍ୟଟା
ନିନ୍ଦାରେ ହେଉ, କି ସୁଖରେ
ଚାଲି ଯିବ ଏ ଜୀବନଟା…..
ନାମ-ଗେଲାମଣି ପ୍ରଧାନ୍
ବି.ସି.ଏ
ଗ୍ରାମ-ଲୁହାଗୁଡି
ଜିଲ୍ଲା-ଗଜପତି
ପିନ୍-୭୬୧୦୧୫©
ଖୁବ ସୁନ୍ଦର ହୋଇଛି ମାମ
ଅତି ସୁନ୍ଦର ହୋଇଛି