💖ହଷ୍ଟେଲ୍ ଝିଅ💖 (ଅଣୁ ଗଳ୍ପ)
ମୁଣ୍ଡରେ ତେଲ ସିନା ନଥାଏ କିନ୍ତୁ କେଶକୁ ଆୟତ କରିବାର ଶକ୍ତିକୁ ସେ ଘୋରି ବାଟି ପିଦେଇଥାଏ ାନିକଟରେ ମା ସିନା ନଥାଏ କିନ୍ତୁ ସ୍ନେହ ଶ୍ରଦ୍ଧାର ପାଠ ଚାଟଶାଳୀରୁ ମାଠାରୁ ଶିଖିନେଇଥାଏ ାମୁଠେ ଭାତକୁ ଚାରିଜଣ ବାଣ୍ଟି ଖାଇବାର ମଜ୍ଜା ତାଛଡା କାହାକୁବା ଜଣା ାଆଖିରେ ଗାଢେ କଜଳସିନା ଲଗାଏ କିନ୍ତୁ ସବୁ ଦୁଃଖ ଓ ସନ୍ତାପକୁ ଲୁହ କରି ଗଡାଇବା ପୂର୍ବରୁ କଜଳର ବାଡ ଦେଇପାରେ ାଭରଣ ଭରଣ ଶୋଷକୁ ଲିପଷ୍ଟିକର ବହଳ ତଳେ ଲୁଚାଇବାର ସାହସ ତା ବିନା କାହାର ବା ରହିପାରେ ା

ସେ କେବଳ ଉଚ୍ଚଶିକ୍ଷିତାର ଲୋଭରେ ହଷ୍ଟେଲ ଯାଏନେ ାପରକୁ ଆପଣାର କରିବାର କଳା ସେ ସେଇଠୁହିଁ ଶିକ୍ଷିଥାଏ ା କାହା ଆଖିରେ ଲୁହ ଟିକେ ଦେଖିଲେ ତା ଛାତିର କୋହ ବଢିଯାଏ ାଗୋଟେ ବିସ୍କିଟ୍ କୁ ତା ପରିବାରରେ ବାଣ୍ଟିବାରେ ସେ କୁଣ୍ଠାବୋଧ କରେନି ା

ମାର୍କେଟ୍ ବୁଲେ ମଟର ଚଢେ ତଥାପି କଳାହାଣ୍ଡିକୁବି ସେ ସହଜରେ ଗ୍ରହଣ କରିପାରେ ାତେଲ ମସଲାର ଭାଗ ମାପ ଦେଇ ତା ସଂସାର ରୂପୀ ତରକାରୀକୁ ସେ ଖୁବ୍ ଟେଷ୍ଟି ବନେଇପାରେ…

ସ୍ଵର୍ଣପ୍ରଭା ଖଟୁଆ
ଯାଜପୁର
😀😀😀😀😀😀😀😀😀😀😚😘😘😘😘

Leave a Reply

Your email address will not be published. Required fields are marked *