(ସୂରୂଜର ପହିଲି କିରଣେ)

ହସି ଉଠେ ଧରଣୀ ରାଣୀ
ପୂରୁବ ଦିଗେ ନାଲି ରଙ୍ଗ ଦେଖି
ଦଳଦଳ ହେଇ ଆନନ୍ଦରେ
ଉଡି ଯାଉଥାନ୍ତି ସବୁ ପକ୍ଷୀ
ସୂରୂଜର ପହିଲି କିରଣେ…..।
ଗାଁ ନୂଆ ବୋହୂ ଉଠିପଡେ
ଶୁଣି କାଉ କୋଇଲି ସ୍ବର
ଗୋଧୋଇବାକୁ ବାହାରିପଡେ
ହୋଇ କେତେ ତରବର
ସୂରୂଜର ପହିଲି କିରଣେ…..।
ଗାଁ ଚାଷୀ ଅନେଇଥାଏ
ପୂରୁବ ଦିଗକୁ ଚାହିଁ
ବାହାରି ପଡେ ବିଲକୁ
ସାଥିରେ ଲଙ୍ଗଳ ନେଇ
ସୂରୂଜର ପହିଲି କିରଣେ…..।
ପ୍ରକୃତି ପାଏ ନୂଆ ଜୀବନ
ଧରା ଦିଶେ କେତେ ସୁନ୍ଦର
ସେଇ ପ୍ରକୃତିର ସୌନ୍ଦର୍ଯ୍ୟରେ
ରସିକ ହେଇଯାଏ ଭଅଁର
ସୂରୂଜର ପହିଲି କିରଣେ…..।
ପୂରୂବ ଦିଗର ନବ କିରଣ
ନେଇ ଆସେ ନୂଆ ଭାବନା
ଅତୀତର ଦୁଃଖ ଭୁଲାଇ ଦିଏ
ଜମା କିଛି ମନେ ପଡେନା
ସୂରୂଜର ପହିଲି କିରଣେ…..
ସୂରୂଜର ପହିଲି କିରଣେ…..।

ଦମୟନ୍ତୀ କିଶାନ
ସୁନ୍ଦରଗଡ଼,ଓଡ଼ିଶା

Leave a Reply

Your email address will not be published. Required fields are marked *