ସାଧାରଣ ତନ୍ତ୍ର ଦିବସ
ଉଣିଶ ସତ ଚାଳିଶି ଅଗଷ୍ଟ
ପନ୍ଦର ତାରିଖଦିନ
ଭାରତ ଆମର ସ୍ବାଧୀନ ହୋଇଲା
ବିଦେଶିଙ୍କ ପରାଧିନ ।।
ଭାରତ ଆମର ହାତକୁ ଆସିଲା
ଚଳାଇବାର ନିୟମ
ସୁଚାରୁ ରୁପରେ ନୟନ୍ତ୍ରଣ ବିଧି
ନିର୍ଦ୍ଧାରଣ ଅନୁଶାସନ।।
ସମ୍ବିଧାନ ଭରା ଅନୁଶାସନର
ଲାଗୁ ହେଲା ସେହି ଦିନ
ଉଣିଶ ପଚାଶ ଜାନୁଆରୀ ମାସ
ଛବିଶ ତାରିଖ ଦିନ।।
ଶ୍ରେଷ୍ଠ ରାଷ୍ଠ୍ର ଆମ ଭାରତ ମହାନ
ଗଣତନ୍ତ୍ର ରାଷ୍ଟ୍ର ଅମ
ଏକତାର ମନ୍ତ୍ର ସାର୍ବଭୌମ ତନ୍ତ୍ର
ସମବେଦନାରେ ପୂର୍ଣ୍ଣ।।
ଭେଦା ଭେଦ ନାହିଁ ଆତ୍ମୀୟତା ଭାବ
ଭାଇ ଭଗିନୀ ର ଭାବ
ଭାରତ ମାତାର ସଭିଏ ସନ୍ତାନ। ସ୍ନେହେ ପ୍ରେମେ ବନ୍ଧା ସର୍ବ।।
ଆମ୍ବେଦକର ଙ୍କ ସମ୍ବିଧାନ ଲେଖା
ହେଲା ସମସ୍ତ ଙ୍କ ମତ
ସେ ନିତି ନିୟମ ଶରୋଧାର୍ଯ୍ଯ କରି
ବିଦେଶ ନିୟମ ଚ୍ଯୁତ ।।
ଭାରତ ବାସୀଏ ମନର ହରସେ
ମୁକ୍ତି ର ସଙ୍ଗୀତ ଗାଇ
ଶାନ୍ତିର ବାରତା ମୁକ୍ତିର ତ୍ରୀରଙ୍ଗା ଆକାଶେ ଉଡାଇ ଦେଇ।।
ତ୍ରୀରଙ୍ଗାର ଧ୍ବଜା ଫର ଫର ଉଡେ
ଧର୍ମ ଧୌର୍ଯ୍ଯ ବୀରତ୍ବରେ
ବୀର ପ୍ରଣୟନ ସାଧାରଣ ତନ୍ତ୍ର
ଗଣତନ୍ତ୍ର ପ୍ରୀତି ଭରେ।।
ଶାନ୍ତି ମୌତ୍ରୀ ଭରା ସମୃଦ୍ଧି ବିଶ୍ବାସ
ଏକତାର ସୁରେ ସୁରେ
ସଙ୍ଗଠନ ଶକ୍ତି ଏକତାର ମୁଷ୍ଠି
ଶତ୍ରୁ ଜୟ କରି ପାରେ।।
ଭାରତର ମାନେ ବୋହିପାରେ ଭାର
ବଳିଷ୍ଠ ସଂସ୍କୃତି ଆମ
ଦେଶର ମହାନ ଗୌରବ ଅକ୍ଷୁର୍ଣ୍ଣ
କରିବାରେ ଦବା ପ୍ରାଣ।।
ମାତୃଭୂମି ଆମ ଭାରତ ଜନନୀ
ଗାଏ ବିଜୟର ଗାଥା
ଦେଶର ସୁରକ୍ଷା ନାଗରିକ ଭାବେ
ନଇବନି ଆମ ମଥା।।
ରାଜ କୋଷ ଆମ ଲୁଟିବାନି କେବେ
ଅନ୍ଯୟେ ସଂଗ୍ରାମ କରି
ଦେଶ ଦୁର୍ନୀତିକୁ ହଟାଇବା ଲାଗି
ଦୃଢତା ସଂକଳ୍ପ କରି।।
ତ୍ରୀରଙ୍ଗା ପତକା ଆଣିଦିଏ ଚେତା
ଦୂର କରିଦିଏ ଭ୍ରାନ୍ତି
ନାରଙ୍ଗୀରେ ପ୍ରୀତି ସଫେଦରେ ବ୍ରତୀ
ସବୁଜରେ ଭରା ଶାନ୍ତି।।
ସଢ଼ଯନ୍ତ୍ର ନାଶି ସ୍ନେହେ ପ୍ରେମେ ଭାଷି
ଆସହେ ଭଉଣୀ ଭାଇ
ଏକତାର ବୀଜ ବପନ ବିସ୍ତାର
ସପଥ ଭାରତ ପାଇଁ।।
ସୋରଡା, ଗଞ୍ଜାମ୍
559 total views, 1 views today