💐କବିତା ଶୀର୍ଷକ-ସାଇବାବା💐
******************************
ନାମ-ସରସ୍ବତୀ ନାୟକ(ପ୍ରଧାନଶିକ୍ଷୟିତ୍ରୀ)
କପିଳେଶ୍ୱରପୁର ୪ର୍ଥ ଶହ,ପୁରୀ
୮୮୪୭୮୨୪୭୨୯
******************************
ସତ୍ୟର ବଣିକ ସେବାର ପୂଜକ
ଦରିଦ୍ର ବନ୍ଧୁ ସକଳ
ତୁମ୍ଭ ଦିବ୍ୟ ସତ୍ତା ଆଜିବି ନିଆରା
ଜୀଇଁଥିବ କାଳକାଳ ।।
ନିଷ୍କପଟ ଆତ୍ମା ଉପକାରୀ ତନୁ
ହୃଦ ସଦା ଅନ୍ୟ ଲାଗି
ନୟନୁ ଲୋତକ ଝରେ ଦୁଃଖୀଜନେ
ଅନାୟାସେ ପୁଣି ଜାଗି ।।
ସବୁରି ହୃଦୟେ ଏକଇ ଈଶ୍ୱର
ସମାନତା ଭାଵ ତୁମ
ଜାତି,ଧର୍ମ,ବର୍ଣ୍ଣ ପ୍ରକାନ୍ତରେ ବାବା
ଜୟଗାନ ତୁମ୍ଭ ନାମ ।।
ଘୃଣା,ଦ୍ଵେଷ,ହିଂସା,ନିନ୍ଦା,ଅପବାଦ
ଉର୍ଦ୍ଧ୍ୱେ ଅଧିଷ୍ଠିତ ଦେହ
କାମନା,ବାସନା,ଗର୍ବ,ଅହଂକାର
ସ୍ପର୍ଶ କରିନାହିଁ ମୋହ ।।
ହେ ଦେବପ୍ରତୀମ ଶତ ପ୍ରଣିପାତ
ଢାଳୁଅଛି ପାଦପଦ୍ମେ
ତୁମ୍ଭରି ଆଶିଷେ ବଡ଼ ନୁହେଁ ପ୍ରଭୁ
ଭଲ ହୁଏ ଏହି ଜନ୍ମେ ।।
ସଂସାର ହାଟରେ ସତ୍ୟର ସଉଦା
କିଣୁ ମୋର ଏହି ହାତ
ତୁମ୍ଭ ଦିବ୍ୟବାଣୀ ଶୁଦ୍ଧ କରୁ ମୋତେ
ସତ୍ୟେ ଯାଉ ସଦା ମତ ।।
ମିଥ୍ୟା ଅନ୍ୟାଚାର ନଗ୍ରହଣେ କେବେ
ଆସୁ ଯେତେ ଝଡଝଞ୍ଜା
ଅନ୍ୟର ଅନିଷ୍ଟ କ୍ଷତିକାରୀ ଚିନ୍ତା
ଅବା କାରେ ପୀଡା ସଜା ।।
ଜଗତ ହୃଦୟେ ଆପଣାକୁ ଦେଖୁ
ମୋର ଏ ସଂକ୍ଷିପ୍ତ ମନ
ନିଜ ଲାଗି ନୁହେଁ ଅନ୍ୟର ମଙ୍ଗଳେ
ତୁମ୍ଭାଶିଷେ ରହୁ ଧ୍ୟାନ ।।
💐💐💐💐💐💐💐💐💐
413 total views, 2 views today