ମିଛ ସମ୍ପର୍କ

ମିଛ ସମ୍ପର୍କ

ଦିନ ଥିଲା ଯେତେବେଳେ ସୁରଭୀ ଓ ଜ୍ୟୋତି ରଞ୍ଜନ ପରସ୍ପର ଆନନ୍ଦରେ ଅଂଶ ଗ୍ରହଣ କରି ଛାତ୍ର ଜୀବନର ସେହି ସ୍ୱପ୍ନିଳ ଦିନ ଗୁଡିକ ଅତିବାହିତ କରିଥିଲେ । ବନ୍ଧୁତ୍ୱ ଯେଉଁଠି ଅନାବିଳ, ପ୍ରେମ ଯେଉଁଠି ଅପରିମେୟ ସେଠି ଧନୀ ଦରିଦ୍ର ବାଧା ଅତି ତୁଛ ଲାଗେ । ଉଚ୍ଚ, ନୀଚର ପ୍ରଭେଦ ନଥାଏ । ସୁରଭୀ ଜ୍ୟୋତି ଉଭୟଙ୍କ ହୃଦୟରରେ ପ୍ରଭାହିତ ସ୍ନେହ ମମତାର ସୂଜଳା ସ୍ରୋତସ୍ବିନୀ ସେହିଭଳି ଧନୀ ଦରିଦ୍ରର ତଫାତ ମାନୀ ନାହିଁ । ସ୍କୁଲ ଜୀବନରେ ଧନୀର ଅଲିଅଳି କନ୍ୟା ସୁରଭୀ ଓ ଦାରିଦ୍ର୍ୟତାର କଷଘାତରେ ଜର୍ଜରିତ ଜ୍ୟୋତି ଏକ ଓ ଅଭିନ୍ନ । ସୁରଭୀ ଦେହରେ କଣ୍ଟା ଟିଏ ଗଳିଲେ ଜ୍ୟୋତି ଦେହରେ ଛୁଞ୍ଚିଟିଏ ପଶିଲା ପରି ମନେ ହୁଏ ସୁରଭୀ ସମ୍ଭ୍ରାନ୍ତ ଵଂଶର ଝିଅ ଥିଲେ ମଧ୍ୟ ମନରେ ତାର ନଥିଲା ଗର୍ବ ଆଉ ଅହଂକାର । ହୃଦୟ ତାର ଥିଲା ଫୁଲ ପରି କୋମଳ । କେବେବି ଜ୍ୟୋତି ମନରେ କିଛି ପ୍ରଭାବ ପକାଇବା ପରି ମନ ମଧ୍ୟରେ ଆଣିନାହିଁ । ଗରିବ ଘରର ପିଲା ଜ୍ୟୋତି ଅର୍ଥ ତାପାଇଁ ବାଧକ ସାଜିଥିଲେ ମଧ୍ୟ କେବେ ଭାଙ୍ଗି ପଡ଼ିନାହିଁ । ମେଧାବୀ ଛାତ୍ର ଜ୍ୟୋତି ଆବଶ୍ୟକତାକୁ ଅନେକ ସମୟରେ ସୁରଭୀ ପୁରଣ କରି ଥାଏ ।
କୁମାର ପୂର୍ଣମୀର ଚାନ୍ଦବନ୍ଧାକୁ ସୁରଭୀ ନିମନ୍ତ୍ରଣ କରିଥିଲା ଜ୍ୟୋତିକୁ । ନାଲି ଟହ ଟହ ଫ୍ରକଟିକୁ ପିନ୍ଧି କୁଙ୍କୁମ, ଚନ୍ଦନ, କଳାରେ ସଜ ହୋଇ ଥିବା ସୁରଭୀ ଦେବୀ ଟିଏ ପରି ଦିଶୁଥିଲା । ଜ୍ୟୋତି ତାକୁ କହିଥିଲା ସତରେ ସୁରଭୀ ତୁ ଖୁବ ସୁନ୍ଦର ଦିଶୁଛୁ ନାଲି ଓଠ ତଳେ ଥିବା କଳାଯାଇଟି ତୋତେ ବେଶ ମାନୁଛି । ଜ୍ୟୋତିର ଏହି ମନ୍ତବ୍ୟରେ ଲାଜେଇ ଯାଇଥିଲା ସୁରଭି । ମ୍ୟାଟ୍ରିକ ପରୀକ୍ଷା ପରେ ଦୁହେଁ ଭିନ୍ନ ଭିନ୍ନ କଲେଜରେ.
ପାଠ ପଢି ଥିଲେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଥିଲା ଖୁବ ମଧୁର ।


ପହିଲି ବସନ୍ତର ଫଲଗୁ ସୁରଭୀର କlଉଁରୀ ମନକୁ ସ୍ପର୍ଶି କରିଛି । ଅନ୍ତରରେ ତାର ଭରି ଯାଇଛି ଆନ୍ତରିକତା ଓ ଭଲ ପାଇବାର ଆନନ୍ଦ । ସେ ଏକ ସୁଦିନ କି ଦୁର୍ଦ୍ଦିନ ଏ ଯାଏ ତାର ମୀମାଂସା ହୋଇ ପାରିନି । ଶୀତୁଆ ଲଗନର ଏକ ମଧୁର ବେଳାରେ ଦୁହେଁ ଦୁହିଁଙ୍କୁ ଆବିଷ୍କାର କରିଥିଲେ ସମୁଦ୍ରର ବେଳା ଭୂମିପରେ । ଭିନ୍ନ ଭିନ୍ନ କଲେଜରୁ ଆସିଥିବା ପିକନିକ୍ ପାର୍ଟିରେ । ଜ୍ୟୋତିକୁ ପାଖରେ ପାଇ ସୁରଭୀ ଅନେକ କିଛି ଭାବି ଚାଲିଥାଏ । ଏଇଟା ସୁରଭୀ ସହ ଜ୍ୟୋତିର ପ୍ରଥମ ଦେଖା ତାହା ନୁହେଁ ଅନେକ ଦିନ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଖୁବ୍ ନିକଟରେ ଦେଖିଆସୁଥିଲେ । ସାଗରର ବେଳା ଭୂମିରେ ଢେଉ ଗୁଡା ଆନନ୍ଦରେ ସେମାନଙ୍କୁ ଛୁଇଁ ପୁଣି ଫେରିଯାଉ ଥିଲେ । ହୁଏତ ସେମାନେ ସ୍ୱାଗତ୍ ଜଣାଉ ଥିଲେ ଦୁଇ ନିରୀହ ଆତ୍ମାର ନୈସର୍ଗିକ ସତ୍ତାକୁ । ସେଦିନ ମମତାର ଡୋରୀରେ ପୁନରାବୃତ୍ତି ହିଁ ପରସ୍ପର କୁ ବାନ୍ଧି ଦେଇଥିଲା ଭଲ ପାଇବା ରୂପକ ଶକ୍ତ ଶିକୁଳୀରେ ।
ଏହିପରି ଦିନକୁ ଦିନକୁ ଦିନ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ତର ହୋଇ ଥିଲା ପରସ୍ପରକୁ କଥା ଦେଇ ସାରିଛନ୍ତି ଚୀର ଦିନ ପାଇଁ ସାଥୀ ହୋଇ କାଟି ଦେବେ ଅବଶିଷ୍ଟ ଜୀବନକୁ । ସମୟ କ୍ରମେ ଜ୍ୟୋତିର ଉଚ୍ଚ ଶିକ୍ଷା ପରେ ସେ ଏକ ବଡ଼ ବେତନରେ ଚାକିରୀ ପାଇଛି । ସୁରଭୀର ପାଦ ତଳେ ଲାଗୁନଥାଏ । ଏତେ ଦିନ ପରେ ଭଗବାନ ତା କଥା ଶୁଣିଛନ୍ତି । କିନ୍ତୁ ଏତେବଡ ଖୁସି ସୁରଭୀର ବେଶି ଦିନ ରହିଲା ନାହିଁ ଜ୍ୟୋତିକୁ ଆମେରିକା ଯିବାକୁ ହେବ କିଛି ବର୍ଷପାଇଁ ଏ ସମ୍ବାଦ ପାଇ ସୁରଭୀର ମୁଣ୍ଡଟା ଘୁରେଇ ଦେଲା । ଜାଣି ଥିଲା ଯେଉଁ ମାନେ ଉଚ୍ଚ ଚାକିରୀ ପାଇଁ ବିଦେଶ ଯାଆନ୍ତି ସେମାନେ ଫେରିଲା ବେଳେ
ସାଥିରେ ଗୋଟିଏ ମ୍ୟାମ୍ ଧରି ଫେରନ୍ତି । ଏହିପରି ଅନେକ କଥା ଭାବି ଚାଲିଥାଏ ସୁରଭୀ । ଆମେରିକାରେ ରହିବା ପରେ ଜ୍ୟୋତି ତାକୁ ତାର ପୂର୍ବ ଅଧିକାର ଦେବତ ? ସେଠାରେ କୌଣସି ଆଧୁନିକ ତରୁଣୀ ପ୍ରେମରେ ପଡି ତାକୁ ଭୂଲି ଜୀବନୀ ତ ! ଆମ ଭଲ ପାଇବା ମିଛସମ୍ପର୍କର ରୂପ ନେବନି ତ ? ଏହି ପରି ଅନେକ ପ୍ରଶ୍ନ ସୁରଭୀର ମନକୁ ଆନ୍ଦୋଳିତ କରୁଥିଲା ।
ଏତେ ବଡ଼ ଶୁଭ ଖବରଟା ଜଣାଇ ଦେବା ଲାଗି ଜ୍ୟୋତି ଧାଇଁଯାଇ ଥିଲା ସୁରଭୀ ନିକଟକୁ । ନୀରବ ନିସ୍ତଦ୍ଧ ପ୍ରକୋଷ୍ଠ ମଧ୍ୟରେ ବସିଥିଲା ଏକାକୀ ସୁରଭୀ । ଜ୍ୟୋତି ସୁରଭୀର ମନ ତଳର କଥାକୁ ବେଶ ବୁଝିପାରିଥିଲା । ହୃଦୟର କୋହକୁ ହୃଦୟରେ ଚାପି ଧରି ଜ୍ୟୋତିକୁ ସ୍ୱାଗତ ଜଣାଇ ଥିଲା ସୁରଭୀ । ମାତ୍ର କେତୋଟି ଦିନ ପରେ ପୁଣି ସୁରଭୀ ଫେରିଆସିବାର ପ୍ରତିଶୃତି ଦେଇ ବିଦାୟ ନେଇଥିଲା ଜ୍ୟୋତି । ମଝିରେ ମଝିରେ ଫୋନ କରିବାକୁ ଅନୁରୋଧ କରିଥିଲା ସୁରଭୀ । ଏଣିକି ଗୋଟିଏ ଦିନ ଗୋଟିଏ ବର୍ଷ ପରି ଲାଗୁଥିଲା ସୁରଭୀକୁ । ସବୁବେଳେ ସୁରଭୀ ଅନ୍ୟମନସ୍କ ରହୁଥିଲା ସୁରଭୀ ଜ୍ୟୋତିର ସମସ୍ତ ଭଲ ପାଇବା ମୋ ପାଇଁ ମିଥ୍ୟାର ରୂପ ନେବନିତ ? ଏସମ୍ପର୍କ ଆମର ମିଛ ସମ୍ପର୍କ ହେବନିତ ? ସୁରଭୀ ଭୋକ ଶୋଷଭୂଲି ଯାଇଥିଲା । ପ୍ରଥମେ ପ୍ରଥମେ ଜ୍ୟୋତିର କେତେଖଣ୍ଡ ଚିଠି ପାଇଛି ତାପରେ ଫୋନର ସୁବିଧା ହେବା ପରେ କେତେ ଥର ଫୋନ ମଧ୍ୟ କରିଛି କଣ ହେଲା କେଜାଣି ଧୀରେ ଧୀରେ ସୁରଭୀକୁ ଫୋନ କରିବା କମିଗଲା ଜ୍ୟୋତିର । ହଠାତ୍ ଦିନେ ଫୋନ କଲ୍ ପାଇ ସୁରଭୀର ଆନନ୍ଦର ସୀମା ରହିଲା ନାହିଁ । ଏହି ନିକଟରେ ଜ୍ୟୋତି ଆମେରିକାରୁ ଫେରି ଆସୁଛି । ସୁରଭୀର ପାଦ ତଳେ ଲାଗୁନଥାଏ । ନିର୍ଦିଷ୍ଟ ଦିନ ଠିକ ସମୟରେ ଏରୋ ଡ୍ରେମ ଫିଲଡରେ ପହଂଚି ଚାତକ ପରି ଚାହିଁ ରହିଥାଏ ଠିକ ସମୟରେ ବିମାନ ଅବତରଣକଲା ଜଣେ ପରେ ଜଣେ ଯାତ୍ରୀ ଓଲ୍ଲାଇଲେ ବିମାନରୁ । ହଠାତ୍ ସୁରଭୀର ଆଖିପଡିଲା ଜ୍ୟୋତି ଉପରେ ଗୋଟିଏ ତରୁଣୀ ଯୁବତୀର ହାତ ଧରି ଉଲ୍ଲାଉ ଥିବାର । କୋହରେ ତାର ଅନ୍ତର ଭରିଗଲା । ସତରେ କଣ ତାର କଳ୍ପନା ବାସ୍ତବ ତାର ରୂପନେଲା । ଭାବି ନେଲା ଜ୍ୟୋତିର ସବୁ ସମ୍ପର୍କ ମିଛ ଥିଲା ବୋଲି । ତାର ଦୀର୍ଘଦିନର ଆଶାପାଣି ଫୋଟକା ପରି ମିଳେଇ ଗଲା । ତା ଜୀବନର ସବୁ ଆଶା ଆକାଂକ୍ଷା ନିମିଷକ ଭିତରେ ଧୂଳିସାତ ହୋଇଗଲା । ସେଠାରେ ସେ ଆଉ ବେଶି ସମୟ ରହି ପାରିଲାନି । ଏକ ମୁଁହା ହୋଇ ଫେରିଗଲା ତା ଘର ଆଡ଼େ । ଅଭିମାନ ଆଉ କ୍ରୋଧରେ ସୁରଭୀ କଲା ଆତ୍ମହତ୍ୟା ଏପଟେ ବିମାନ ନିକଟରେ ସୁରଭୀକୁ ନ ପାଇ ବ୍ୟସ୍ତ ହୋଇ ପଡିଥିଲା ଜ୍ୟୋତି ସେଠାରୁ ସେ ସିଧା ଆସିଥିଲା ସୁରଭୀ ନିକଟକୁ ଭାବିଥିଲା ସବୁ ସତକଥା ସୁରଭୀକୁ କହିଦେବ ହେଲେ ସେତେବେଳେକୁ ସବୁ ସରିଯାଇଥିଲା । ସମ୍ପର୍କର ମିଛ କଳଙ୍କ ବୋଳା ବିଶ୍ୱାସ ଘାତକ ଟିଏ ସାଜି ରହିଗଲା ସବୁଦିନେ ସୁରଭୀର ଅତୃପ୍ତଆତ୍ମl ନିକଟରେ…….

*ରୁକ୍ମଣୀ ସାହୁ , ଉଦଳା*

ଉପସଭାପତି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

Leave a Reply

Your email address will not be published. Required fields are marked *