—–ଭଉଣୀ——–



ତିନି ଅକ୍ଷର
ନାମଟି ତାର
ରହିଛି କେତେ
ସ୍ନେହ ଆଦର
ସିଏ ତ ଚାନ୍ଦ ମୁହିଁ,
ଅତି ସୁନ୍ଦର
ସେହି ଶବ୍ଦ ଟି
ମୋତି ମାଣିକ
ତାର ନାମଟି
ହସେ ମୋ ପାଖେ ରହି ……
ଭାରି ଗେହ୍ଲେଇ
ମୁହଁ ଫୁଲେଇ
ନାକ ଅଗରେ
ତାହାରି ରାଗ
କାନ୍ଦେ ସେ କଇଁ ,କଇଁ
ସିଏ ହସିଲେ
ଅଗଣା ହସେ
ସିଏ ଋଷିଲେ
ଘର ମୋ ବାସେ
ସେ ମୋ ନୟନ ଦୁଇ……..
ରାଖି ପୂର୍ଣ୍ଣିମା
ଲାଗେ ଚନ୍ଦ୍ରମା
ହାତରେ ମୋର
ସ୍ନେହର ଡୋର
ବାନ୍ଧଈ ପ୍ରତି ବର୍ଷ ,
ସିଏ ତ ମୋର
ସରଗ ଶଶି
ତାର ଖୁସିରେ
ଯାଏ ମୁଁ ଭାସି
ମେଣ୍ଟେ ମୋହରି ଶୋଷ……
ଛୋଟରୁ ବଡ଼
ହୋଇଛୁ ଦୁହେଁ
ଦୁଃଖ ସେ କଲେ
ଅଶ୍ରୁ ମୋ ବହେ
ସିଏ ମୋ ସୁନା ନାଖି,
କଳି ଝଗଡା
କେତେଯେ ଫୁଣି
ଲାଗୁତ ଆମେ
ଭାଇ ଭଉଣୀ
ମା’ କୁ ତ ସାକ୍ଷୀ ରଖି ……..


ଅଂଶୁମାନ ସ୍ୱାଇଁ ,ସରମଙ୍ଗା,ସଡଙ୍ଗ,କେନ୍ଦୁଝର-୭୫୬୧୨୧-୮୨୪୯୦୩୯୧୫୬.

Leave a Reply

Your email address will not be published. Required fields are marked *