October 17, 2021
11 11 11 AM
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା *
*ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ*
*ନାରୀ ନାରାୟଣୀ – ସସ୍ମିତା ବେହେରା*
*ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ*
*ମା ଦୁର୍ଗା – ସ୍ୱାଗତିକା ସାହୁ*
*ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ*
*ନବ ଦୂର୍ଗା – ଶକ୍ତିଦା ବିଷୋୟୀ*
*ମାଆ – ଇନ୍ଦୁପ୍ରଭା ବିଶ୍ୱାଳ*
*WORLD OF LOVE-Prof.Dr.Prasana Kumar Dalai*
*ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ*
*ମହାମାୟୀ – ଜଗଦୀଶ ଶତପଥୀ*
*ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ*
*TOGETHER AS ONE-Dr.Prasana Kumar Dalai*
*YOU WILL BE MINE- Dr.Prasana Kumar Dalai*
*ଶରତ ଆସିଛି-ଜଗଦୀଶ ଶତପଥୀ*
*ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ*
*କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ*
*ଧୂସର – ସ୍ରୋତସ୍ବିନୀ ପରିଡା*
*ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ*
*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*
Latest Post
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା * *ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ* *ନାରୀ ନାରାୟଣୀ – ସସ୍ମିତା ବେହେରା* *ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ* *ମା ଦୁର୍ଗା – ସ୍ୱାଗତିକା ସାହୁ* *ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ* *ନବ ଦୂର୍ଗା – ଶକ୍ତିଦା ବିଷୋୟୀ* *ମାଆ – ଇନ୍ଦୁପ୍ରଭା ବିଶ୍ୱାଳ* *WORLD OF LOVE-Prof.Dr.Prasana Kumar Dalai* *ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ* *ମହାମାୟୀ – ଜଗଦୀଶ ଶତପଥୀ* *ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ* *TOGETHER AS ONE-Dr.Prasana Kumar Dalai* *YOU WILL BE MINE- Dr.Prasana Kumar Dalai* *ଶରତ ଆସିଛି-ଜଗଦୀଶ ଶତପଥୀ* *ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ* *କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ* *ଧୂସର – ସ୍ରୋତସ୍ବିନୀ ପରିଡା* *ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ* *ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

* ବ୍ୟଙ୍ଗ କବିତା – ଗାଁର ଦୃଶ୍ୟ – ହରିହର ଭୂକ୍ତା *

-:  ବ୍ୟଙ୍ଗ କବିତା-  ଗାଁର ଦୃଶ୍ୟ  :-

ତାଳଚେର ,ଅନୁଗୁଳ

ହରିହର ଭୂକ୍ତା

******************************

ମୋ ଟିକି ଗାଆଁଟି ଖାଁ ଖାଁ ଏବେ

ଗୋଡି ମାଟି ରାସ୍ତା ଯାଇଛି ହଜି

ପକ୍କାରାସ୍ତା ଗାଁ ଶୋଭା ବଢାଉଛି

ମାଆ ,ବଉ ନୁହଁ ମମି ଶୁଭୁଛି  ।

 

ପ୍ରଭାତ ପ୍ରହରୁ କୁକ୍କୁଟ ଡାକେନା

ସବୁଠି ଶ୍ବାନଙ୍କ ଲାଗିଛି ଭିଡ

ଗୋରୁ ଗୁହାଳଟି ଭଗ୍ନ ଅବସ୍ତାରେ

କଂସେଇ ହାଟରେ ଲାଗିଛି ଭିଡ  ।

 

ଇନ୍ଦିରା ଆବାସ ଦିଶେ ଝକ ଝକ

ମାଗଣା ଯୋଜନା କଲା କୁଢିଆ

ଚାଷ ଜମି ସବୁ ପଡିଆ ପଡିଛି

ଆହାର ଯୋଜନା କଲା ବାଇଆ  ।

 

ପାଲା ,ମେଳା ଏବେ ଗାଁରେ ହୁଏନା

ସଂସ୍କୃତି ଆମର ହଜି ଗଲାଣି

ଛକ ମୁଣ୍ଡ ଗାଁ କୋଠ ଘର ସ୍ଥlନେ

ମେଲୋଡି ନ’ହେଲେ ଭିଡ ହୁଏନି  ।

 

ଧୋତି ଦେଖି ନାହିଁ ମୋ’ଗାଁ ଯୁବକ

ବରମୁଣ୍ଡା ପିନ୍ଧି ଛକରେ ବସେ

ଦେଖି ଛିଡା ଜିନ୍ସ୍ ବୃଦ୍ଧ ଜେଜେବାପା

ମୁରୁକି ମୁରୁକି କେତେଯେ ହସେ  ।

 

ନୂଆଁ ବହୂ ହସ୍ତେ ସିଲଟ ଆମର

ଆଙ୍ଗୁଠି ଘସଇ ତା’ର ଉପରେ

ଜେଜେମାଆ ଦେଖି ହୁଏ ଗରଗର

ଲୁଗା ନାହିଁ କାନି ଉଡି ଯାଏରେ  ।

 

ଜାତି ଜାତି ଫୁଲ ଅଜାଡି ହେଉଛି

ନେତାଙ୍କ ଉପରେ ଗାଆଁ ଦାଣ୍ଡରେ

ଗ୍ରାମ ଦେବତୀ ମୋ’ ଅପୂଜା ରହୁଛି

ଗାଁ’ ପୁଅ ବାସ ସ୍ଥlନ ସହରେ  ।

 

ଯୌଥ ପରିବାର ପୂର୍ଣ୍ଣଛେଦ ଏବେ

ଦଦା ,ବବା,ଖୁଡି ପୁଅ ଚିହ୍ନେନା

ବାହା ପୁଆଣିରେ ସଭିଏଁ ଏକାଠି

ମଲା,ମୃତ୍ୟୁକା ରେ ମନେ ପଡେନା  ।

 

 

 

 

 

 

 

 

 

 

 

 

 220 total views,  1 views today

Leave a Reply

Your email address will not be published. Required fields are marked *