*”ବୃଥା ଉଦ୍ୟମ”*
ରେ ମୂଢ଼ ମନ କାହିଁକି, ଏବେ ସୁଧା
ତୁ ବିମନ
କରି ପାରୁନୁକି ତୁହି, ସମୟର
ନିରୁପଣ ।।

ବିଗତ ବର୍ଷ ଗୋଟିଏ ନ କଲୁରେ
ଅନୁମାନ
ଏ ବର୍ଷେ ମାତିଛୁ ପୁଣି କରିବୁ ତୁ
ଆୟୋଜନ ।।

ଗ୍ରାମର ମୁଖିଆ ହୋଇ ନେତାଙ୍କର
ରଖୁ ମନ
ଗରିବଙ୍କ ପ୍ରାପ୍ୟ ଖାଇ ଯୋଗାଡୁ ତୁ
ବହୁ ଧନ ।।

ତାଙ୍କ ମନ ରଖିବାକୁ ଯୋଗାଉ ଯୁବତୀ ରତ୍ନ
ମଦ ଦୋକାନ ଖୋଲାଇ ନେଉଥାଉ
କମିଶନ ।।

ମଦ୍ଯପ ସଂଖ୍ୟା ବଢାଇ ଭାଷଣରେ
କିଣୁ ମନ
ଶିଶୁ କିଶୋରୀମାନଙ୍କୁ କରିଦେଉ
ଅନ୍ତର୍ଧ୍ଯାନ।।

ଛାଡି ଦେ ଛାଡ଼ି ଦେ ସବୁ ଏ ମାୟାର
ପ୍ରଲୋଭନ
କରିବ ପ୍ରଳୟ ଆସି ଇଂଲଣ୍ଡରୁ
ସଂକ୍ରମଣ ।।

ପ୍ରକୃତି ହୋଇଛି କ୍ଷୁବ୍ଧ ହୁଅ ତୁହି
ସାବଧନ
ତୋର ଅପକର୍ମ ପାଇଁ ଜଗତର
ଯିବ ପ୍ରାଣ ।।

ବୃଥା ଉଦ୍ୟମକୁ ତୋର କରିଦେବ
କ୍ଷଣେ ଲୀନ
ସାଧାନେ କର୍ମ କରି ସଚେତନେ
ରୁହ ମନ ।।
==================
ଉମାକାନ୍ତ ଦାସ
ଲାଲବାଗ ,ଖାନନଗର
ମଙ୍ଗଳ ପୁର ,ଯାଜପୁର

 9 total views,  1 views today

Leave a Reply

Your email address will not be published. Required fields are marked *