ପ୍ରିୟତମା -1
ପ୍ରିୟତମା
ଏଠି ଭାବ ବେଶୀ
ଅର୍ଥ ବେଶୀ
ଶବ୍ଦ ସବୁ ଫୁଲକଷି
ଫୁଟିବାର ଅପେକ୍ଷାରେ /
ଏଠି ନିଦ ବେଶୀ
ସ୍ବପ୍ନ ବେଶୀ
ଆଶା ସବୁ ଆକାଶୁ ଖସି
ଆଞ୍ଜୁଳାର ଅପେକ୍ଷାରେ /
ପ୍ରିୟତମା
ତୁମେ ନୀରବ ନିର୍ଜନ ଭିତରେ
ଶବ୍ଦହୀନ କୋଳାହଳ
ମୁଁ ଏକୁଟିଆ ଅନ୍ଧାରିଆ ମୁହୂର୍ତ୍ତରେ
ତୁମ ଆସିବାର
ସୁଖଦ ଅନୁଭବକୁ
ସଙ୍ଖୋଳି ରଖିଛି
ଆତ୍ମୀୟତାର ସ୍ପର୍ଶ ଦେଇ
ତୁମକୁ ମୁଁ ନିଜର କରିଛି /
କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ
ନିଜଠୁ ନିଜକୁ ହଜେଇ
ତୁମକୁ ମୁଁ ସମର୍ପି ଦେଇଛି
ହେ ମୋର ପ୍ରିୟତମା
ପ୍ରାଣର ପ୍ରାଚୁର୍ଯ୍ୟ
ଦିନେଶ ଅଗ୍ରୱାଲା
ବରଗଡ଼