April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ପଢନ୍ତୁ ସ୍ୱୟଂସିଦ୍ଧା ଦାସ ଙ୍କ ପ୍ରବନ୍ଧ “ଓଡ଼ିଆ ବାଣୀଭଣ୍ଡାରକୁ ନାରୀକବି ମାନଙ୍କର ଅବଦାନ”

“ଓଡ଼ିଆ ବାଣୀଭଣ୍ଡାରକୁ ନାରୀକବି ମାନଙ୍କର ଅବଦାନ”



ନାରୀ ଅନନ୍ୟା, ନାରୀ ପୂଜନୀୟା l କାହିଁ ଅନାଦି କାଳରୁ ସମାଜରେ ନାରୀର ସ୍ଥାନ ସ୍ୱତନ୍ତ୍ର l ସେ ତାର ସ୍ନେହ, ଶ୍ରଦ୍ଧା, ତ୍ୟାଗ ବଳରେ ଏକ ସୁନ୍ଦର ପରିବାର ଗଢିବା ସହ ନିଜର ଅନୁଭୁତି, ଆଦର୍ଶ, ପ୍ରେରଣା ବଳରେ କେତେ କାବ୍ୟ, କବିତା, ଉପନ୍ୟାସ ରଚନା କରି ଏ ସମାଜକୁ ଏକ ନୂତନ ଦିଗଦର୍ଶନ ଦବାରେ ସଫଳ ହୋଇପାରିଛନ୍ତି lସମାଜ ଗଠନ ଦିଗରେ ତାଙ୍କର ତାଙ୍କ କଲମ ମୁନରୁ ଝରି ଆସିଥିବା କେତେକ ରଚନା ବେଶ ଲାଭଦାୟକ ହୋଇପାରିଛି l ଆଧୁନିକ ଯୁଗରେ ନାରୀ ତାର କର୍ମମୟ ସଂସାରର ସମସ୍ତ କାର୍ଯ୍ୟ କୁ ସୁଚାରୁ ରୂପେ କରିବା ସହ ଏ ସମାଜକୁ ନିଜର ଲେଖନୀ ମାଧ୍ୟମରେ ଏକ ନୂତନ ଦିଗଦର୍ଶନ ଦେଇପାରୁଛନ୍ତି l ସେଇଥିରୁ ହିଁ ନାରୀର ସାହିତ୍ୟ ପ୍ରତି ରହିଥିବା ଅନୁରାଗ ତଥା ଦୁର୍ବଳତା ବେଶ ବୁଝିହୁଏ l ସମାଜ ଗଠନ ଦିଗରେ ନାରୀର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ l

ଆଧୁନିକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧିଶାଳୀ କରିଥିବା ନାରୀକବି ମାନଙ୍କ ମଧ୍ୟରେ ପ୍ରତିଭା ରାୟ, କୁନ୍ତଳାକୁମାରୀ ସାବତ, ସାରଳା ଦେବୀ, ରମାଦେବୀ, ନନ୍ଦିନୀ ଶତପଥି,ସରୋଜିନୀ ସାହୁ, ପ୍ରତିଭା ଶତପଥି, ଶୈଳଵାଳା ଦାସ ଆହୁରି ଅନେକ ନାରୀ କବି ଅନ୍ୟତମ l

୧.ଡା. କୁନ୍ତଳାକୁମାରୀ ସାବତ

=ଓଡ଼ିଆ ସାହିତ୍ୟ କଥା ଉଠିଲେ ପ୍ରଥମେ କୁନ୍ତଳାକୁମାରୀ ସାବତଙ୍କର ନାମ ମନକୁ ଆସିଯାଏ, କାରଣ ସେ ଆଧୁନିକ ଓଡ଼ିଆ ସାହିତ୍ୟର ଥିଲେ ପ୍ରଥମ ନାରୀକବି l ସେ ଖୁବ ଅଳ୍ପ ଦିନର ଆୟୁଷ ନେଇ ଧରାଅବତରଣ କରିଥିଲେ ମଧ୍ୟ ଏହି ଅଳ୍ପ ସମୟ ମଧ୍ୟରେ ସେ ତାଙ୍କ ଲେଖନୀ, ତଥା ସମାଜ ସେବା ଦ୍ୱାରା ଘରେ ଘରେ ପରିଚିତ ଅଛନ୍ତି l ସେ ପ୍ରଥମ ଓଡ଼ିଆ ନାରୀ ଡାକ୍ତର ରହିବା ସହ ଓଡ଼ିଆ ସାହିତ୍ୟ ଜଗତରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲେ l ଆଗ ଯୁଗରୁ ଲେଖା ଚାଲିଥିବା ଆଧ୍ୟାତ୍ମିକ ସାହିତ୍ୟ ବଦଳରେ ସେ ପ୍ରଥମ କରି ସମାଜରେ ଘଟୁଥିବା ବିଭିନ୍ନ ଘଟଣା ଆଧାରରେ ନିଜର ଲେଖା ଜାରିରଖି ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ l ତାଙ୍କ ଲେଖା ମଧ୍ୟରୁ ନଅ ତୁଣ୍ଡି, କାଳୀବହୁ, ପରଶ ମଣି, ଅର୍ଚ୍ଚନା ଅନ୍ୟତମ l

୨.ଶାରଳା ଦେବୀ =ପ୍ରଥମ ମହିଳା ଏମ. ଏଲ. ଏ ମଧ୍ୟ ଜଣେ ସୁଲେଖିକା ଥିଲେ l ସେ ପାଖାପାଖି 30 ଟି ବହି ଲେଖିବା ସହ 300 ରଚନା ମଧ୍ୟ ଲେଖିଥିଲେ l ସେ ମୋଟାମୋଟି ଭାବରେ ଯୌତୁକପ୍ରଥା, ସତୀ ପ୍ରଥା ତଥା ନାରୀ ନିର୍ଯାତନା ଉପରେ ନିଜର ଲେଖା ଜାରି ରଖିଥିଲେ l ସେ ମଧ୍ୟ 1943-1946 ପର୍ଯ୍ୟନ୍ତ କଟକ ଠାରେ ଥିବେ “ଉତ୍କଳ ସାହିତ୍ୟ ସମାଜ “ର ସେକ୍ରେଟାରୀ ଭାବରେ କାମ କରିଛନ୍ତି l ଏସବୁରୁ ସାହିତ୍ୟ ପ୍ରତି ଥିବା ତାଙ୍କର ଭଲପାଇବା ତଥା ସୁସ୍ଥସମାଜ ଗଠନ ଦିଗରେ ତାଙ୍କର ଅବଦାନ ପ୍ରତୀୟମାନ ହୁଏ l ତାଙ୍କର କେତେକ ଲେଖାଗୁଡିକ ମଧ୍ୟରୁ ନାରୀର ଦାବି, ବୀର ରମଣୀ, ଧର୍ଯ୍ୟଶାଳୀ ଓଡ଼ିଆ ସାହିତ୍ୟ ବାଣୀ ଭଣ୍ଡାରକୁ ଅନନ୍ୟ ଅବଦାନ l

୩.ରମାଦେବୀ ଚୌଧୁରୀ

“ଯାମନା ଲାଲ ବଜାଯ”(jamnalal bajaj) ପୁରସ୍କାର ପ୍ରାପ୍ତ ରମାଦେବୀ ଚୌଧୁରୀ ଥିଲେ ଏକ ସୁଲେଖିକା l ସାହିତ୍ୟ ବାଣୀ ଭଣ୍ଡାରକୁ ତାଙ୍କର ଅବଦାନ ଅତୁଳନୀୟ l ସେ ମଧ୍ୟ ସମାଜର ସlମ୍ପ୍ରତିକ ସ୍ଥିତି ଉପରେ ତଥା ନାରୀ ଜାଗରଣ ଉପରେ ନିଜର ଲେଖା ଜାରି ରଖିଥିଲେ l ଏସବୁ ତାଙ୍କର ଜୀବନୀ “ମୋ ଜୀବନ ପଥେ ” ରେ ସୁନ୍ଦରଭାବେ ଉପସ୍ଥାପିତ ହୋଇଛି l ତାଙ୍କ ରଚିତ ସୁଦୂର ସଂଗୀତ, ଯୁଗରୁ କଳ୍ପ, ସେଦିନ ଶ୍ରେଷ୍ଠ ଇତ୍ୟାଦି ସାହିତ୍ୟ ଜଗତ କୁ ସୁନ୍ଦର ଅବଦାନ 

୪.ଶୈଳବାଳା ଦାସ =ସେ ଜଣେ ସୁ ସାହିତ୍ୟିକ ତଥା ଦେଶପ୍ରେମୀ ଲେଖିକା ଥିଲେ । ତାଙ୍କର ଉଦବୋଧନ ମୂଳକ ଲେଖା ଦେଶ ବାସି ମନରେ ନୂତନ ଉତ୍ସାହ ସୃଷ୍ଟି କରୁଥିଲା ।

୫.ନନ୍ଦିନୀ ଶତପଥି =

ଲୌହ ମାନଵୀ ମିସେସ ନନ୍ଦିନୀ ଶତପଥୀ ହେଲେ ଓଡିଶାର ପ୍ରଥମ ତଥା ଏକ ମାତ୍ର ନାରୀ ମୁଖ୍ୟମନ୍ତ୍ରୀ l ସେ ଜଣେ ସୁଲେଖିକା ମଧ୍ୟ ଥିଲେ l ତାଙ୍କର ଲେଖା ଦ୍ୱାରା ସାହିତ୍ୟ ସମାଜ ରୁଦ୍ଧିମନ୍ତ ହୋଇପାରିଛି l ସାହିତ୍ୟକୁ ତାଙ୍କର ଅବଦାନ ଗୁଡିକ ମଧ୍ୟରୁ ସପ୍ତଦୋଷୀ, ଅନାଥ, କେତୋଟି କଥା, ଟିକି ସୁନା ହଜିଗଲା ଇତ୍ୟାଦି l ତସଲିମା ନାଶରୀନ ଙ୍କର ଲଜ୍ଜା ପୁସ୍ତକକୁ ଓଡ଼ିଆରେ ଅନୁବାଦ କରି ସାହିତ୍ୟ ଜଗତ କୁ ଏକ ସୁନ୍ଦର ସୃଷ୍ଟି ପ୍ରଦାନ କରିପାରିଛନ୍ତି l

୬.ପ୍ରତିଭା ରାୟ =

ପ୍ରତିଭା ରାୟ ସବୁ ପାଠକ ପାଠିକା ଙ୍କର ଅତି ପ୍ରିୟର ମଣିଷ ତଥା ଲେଖିକା l ତାଙ୍କର ଲେଖା ସମସ୍ତଙ୍କ ହୃଦୟକୁ ସୁନ୍ଦର ଭାବରେ ବିମଣ୍ଡିତ କରିପାରେ l ଆଧୁନିକ ଯୁଗର ଲେଖିକା ଭାବରେ ସେ ଖୁବ ପରିଚିତ l ସେଇ ଜ୍ଞାନପୀଠ ବିଜେତା ପ୍ରତିଭା ରାୟଙ୍କର ସାହିତ୍ୟ ଜଗତକୁ ଅବଦାନ ଗୁଡିକ ହେଲା ଅସମାପ୍ତ, ଯାଜ୍ଞସେନୀ, ଗଙ୍ଗଶିଉଳୀ, ଷଷ୍ଠ ସତୀ ଇତ୍ୟାଦି ଆହୁରି ଅନେକ l..
ଉପର ଲିଖିତ କଵୟତତ୍ରି ତଥା ତାଙ୍କର ସାହିତ୍ୟ କୁ ରହିଥିବା ଅବଦାନ ଭଳି ଆହୁରି ଅନେକ ନାରୀ କବି ଙ୍କର ସାହିତ୍ୟ ଜଗତକୁ ଅବଦାନ ରହିଛି l ଓଡ଼ିଆ ସମାଜରେ ବହୁ ପୁରାତନ କାଳରୁ ଏଯାଵତ ନାରୀ କୁ ଅବଳା ଦୁର୍ବଳl ରୂପେ ବର୍ଣ୍ଣନା କରାଯାଇଛି କିନ୍ତୁ ସମାଜ ଗଠନ ଦିଗରେ ନାରୀର ଭୁମିକା କେତେ ଯେ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ବର୍ଣିତ ନାରୀକବି ମାନଙ୍କର ସମାଜଧର୍ମୀ ଲେଖାରୁ ଖୁବ ଭଲଭାବରେ ଜାଣି ହୁଏl ଓଡିଶାର ପ୍ରାଚୀନ କବି ମାନଙ୍କ ମଧ୍ୟରୁ କୃଷ୍ଣପ୍ରିୟା ଜେମାଦେଈ, ମାଧବୀ ଦାସ, ରସମୟୀ ଦାସ, ସୂର୍ଯ୍ୟମଣି ଜେମା ଇତ୍ୟାଦି ଅନ୍ୟତମ l ଯେଉଁମାନଙ୍କର ଅବଦାନ କୁ ଆଜି ଆଧୁନିକ ସମାଜ ଭୁଲିବାକୁ ବସିଲେଣି ସତ କିନ୍ତୁ ସେମାନଙ୍କ ଲେଖା ହିଁ ଆଧୁନିକ ସାହିତ୍ୟର ଦସ୍ତାବିଜ  ନାରୀ ବହୁ ଗୁଣ ସମ୍ପର୍ଣl। ଓଡ଼ିଆ ସାହିତ୍ୟର ଅକାଶରେ ଅମାବାସ୍ୟା ରାତିର ଅଂଧକାର ଯେବେ ଘୋଟି ଆସିବ ନାରୀର କୃତି ସଦା ଉଜ୍ୱଳତମ ତାରକା ସଦୃଶ ଝଟକୁ ଥିବ । ଓଡିଆ ବାଣୀ ଭଣ୍ଡାରକୁ ନାରୀର ଅବଦାନ ପୂର୍ବରୁ ଥିଲା ଆଉ ରହିବ ମଧ୍ୟ ।



ସ୍ୱୟଂସିଦ୍ଧା ଦାସ
କପ୍ତିପଦା, ମୟୁରଭଞ୍ଜ
6372396363

 1,350 total views,  1 views today

2 thoughts on “ପଢନ୍ତୁ ସ୍ୱୟଂସିଦ୍ଧା ଦାସ ଙ୍କ ପ୍ରବନ୍ଧ “ଓଡ଼ିଆ ବାଣୀଭଣ୍ଡାରକୁ ନାରୀକବି ମାନଙ୍କର ଅବଦାନ”

  1. Once i initially commented I appear to have clicked the -Notify me when new opinions are additional- checkbox and To any extent further Each time a comment is included I recieve four e-mail While using the identical comment. There has to be a means you can remove me from that provider? Lots of thanks!

Leave a Reply

Your email address will not be published. Required fields are marked *